Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୨ ପୂର୍ବତନ ଓଏସଡିଙ୍କୁ ମିଳିଲା ନୂଆ ନିଯୁକ୍ତି

ମୋହନ ମାଝୀଙ୍କ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଆଇଏଏସ୍ ଓ ଓଏଏସ୍ ଅଫିସରଙ୍କ ବଦଳି ହୋଇଥିଲା।

undefined

Loka Seva Bhavan

Advertisment

ନବୀନ ପଟ୍ଟନାୟକ ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି(ଓଏସଡି) ଥିବା ୨ଜଣ ଓଏଏସ ଅଫିସରଙ୍କୁ ଆଜି ନୂଆ ନିଯୁକ୍ତି ମିଳିଛି । ମୋହନ ମାଝୀଙ୍କ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଆଇଏଏସ୍ ଓ ଓଏଏସ୍ ଅଫିସରଙ୍କ ବଦଳି ହୋଇଥିଲା ।

Advertisment

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ପୂର୍ବତନ ଓଏସଡି ରଶ୍ମୀରଞ୍ଜନ ରାଉତଙ୍କୁ ଓସଡମା ଡେପୁଟି ଜେନେରାଲ ମ୍ୟାନେଜର ଭାବେ ଡେପୁଟେସନରେ ପଠାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ପୂର୍ବତନ ଓଏସଡି ବିନୟ କୁମାର ପଟେଲଙ୍କୁ ଝାରସୁଗୁଡ଼ା ଡେପୁଟି କଲେକ୍ଟର(ଜମି ଅଧିଗ୍ରହଣ) ଭାବେ ବଦଳି ହୋଇଛି । ଏହି ଦୁଇ ଅଫିସରଙ୍କୁ ଆଜି ନୂଆ ଦାୟିତ୍ୱ ମିଳିଥିବାବେଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅନ୍ୟ ୪ଜଣ ବରିଷ୍ଠ ଓଏଏସ୍ ଲାଲା ମନୋଜ ରାୟ,ଶୁଭ୍ରାଂଶୁ ମିଶ୍ର, ମନୋଜ ସ୍ୱାଇଁ ଓ ରବୀନ୍ଦ୍ର ସେଠୀଙ୍କୁ ଗତ ସପ୍ତାହରେ ନୂଆ ନିଯୁକ୍ତି ମିଳିଥିଲା । ଏହି ସମସ୍ତ ଅଫିସର ନବୀନ ପଟ୍ଟନାୟକ ସରକାରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର କାର୍ଯ୍ୟ କରୁଥିଲେ ।

ସେହିପରି ଆଜି ଝାରସୁଗୁଡ଼ା ତହସିଲଦାର ଓଏଏସ୍ ତକ୍ଷକରାଜ ଭିତ୍ରିଆଙ୍କୁ ରେଙ୍ଗାଳି ତହସିଲଦାର ଭାବେ ବଦଳି ହୋଇଛି । ଆଉ ରେଙ୍ଗାଳିରେ ଥିବା ସଦାକର କୁମ୍ଭାରଙ୍କୁ ଝାରସୁଗୁଡ଼ା ତହସିଲଦାର ଭାବେ ବଦଳି କରାଯାଇଛି ।

Advertisment
Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe