Advertisment

ବିବାହ ପରେ ଓଡ଼ିଶା କ୍ୟାଡ଼ରକୁ ଆସିଲେ ପଶ୍ଚିମବଙ୍ଗର ୨ ଆଇପିଏସ୍‌

ମୟୂରଭଞ୍ଜ ଜିଲ୍ଲା ପୁଲିସ ଏସପି ଭାବେ କାର୍ଯ୍ୟରତ ୨୦୧୮ ବ୍ୟାଚ୍ ଆଇପିଏସ୍ ଏସ.ସୁଶ୍ରୀଙ୍କ ସ୍ୱାମୀ ଡି.ନାଗରାଜ ନିଜର ମୂଳ କ୍ୟାଡ଼ର ପଶ୍ଚିମବଙ୍ଗକୁ ଛାଡ଼ି ଓଡ଼ିଶା କ୍ୟାଡ଼ରକୁ ବାଛିଛନ୍ତି।

ଅଦ୍ୟତନ ହୋଇଛି
S. Sushree

S. Sushree

Advertisment

ଓଡ଼ିଶା କ୍ୟାଡ଼ରର ଆଇପିଏସଙ୍କୁ ଜୀବନସାଥୀ କରିବା ପରେ ପଶ୍ଚିମବଙ୍ଗ କ୍ୟାଡ଼ର ଛାଡ଼ିଛନ୍ତି ୨ଜଣ ଆଇପିଏସ୍ । ଆଉ କେନ୍ଦ୍ର ସରକାରଙ୍କ ଅନୁମତି ପରେ ଆନୁଷ୍ଠାନିକ ଭାବେ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଏସପି ଏସ.ସୁଶ୍ରୀ ଓ ନୂଆପଡ଼ା ଏସଡିପିଓ ଅମ୍ରିତ୍‌ପାଲ ସିଂଙ୍କୁ ବିବାହ କରିଥିବାରୁ ପଶ୍ଚିମବଙ୍ଗ କ୍ୟାଡ଼ରର ଆଇପିଏସ୍ ୨୦୧୮ ବ୍ୟାଚର ଡି.ନାଗରାଜ ଓ ୨୦୨୧ ବ୍ୟାଚ ଆଇପିଏସ୍ ଅମ୍ରିତପାଲ କୌରଙ୍କୁ ଓଡ଼ିଶା କ୍ୟାଡ଼ରକୁ ପରିବର୍ତ୍ତନ ନିମନ୍ତେ ଅନୁମତି ମିଳିଛି ।

Advertisment

ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ପୁଲିସ ଏସପି ଭାବେ କାର୍ଯ୍ୟରତ ୨୦୧୮ ବ୍ୟାଚ୍ ଆଇପିଏସ୍ ଏସ.ସୁଶ୍ରୀଙ୍କ ସ୍ୱାମୀ ଡି.ନାଗରାଜ ନିଜର ମୂଳ କ୍ୟାଡ଼ର ପଶ୍ଚିମବଙ୍ଗକୁ ଛାଡ଼ି ଓଡ଼ିଶା କ୍ୟାଡ଼ରକୁ ବାଛିଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ଗତକାଲି ଅନୁମତି ଦେବା ସହ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ନାଗରାଜ ୨୦୧୮ ବ୍ୟାଚର ପଶ୍ଚିମବଙ୍ଗ କ୍ୟାଡ଼ରର ଆଇପିଏସ୍ । ଉଭୟ ସୁଶ୍ରୀ ଓ ନାଗରାଜଙ୍କ ଘର କେରଳରେ ଏବଂ ସେମାନେ ଗତବର୍ଷ ବିବାହ କରିଥିଲେ ।

ସେହିପରି ଏବେ ନୂଆପଡ଼ା ଏସଡିପିଓ ଭାବେ କାର୍ଯ୍ୟରତ ୨୦୨୧ ବ୍ୟାଚ୍ ଆଇପିଏସ୍ ଅମ୍ରିତପାଲ ସିଂଙ୍କ ପତ୍ନୀ ଅମ୍ରିତପାଲ କୌର ନିଜର ମୂଳ କ୍ୟାଡ଼ର ପଶ୍ଚିମବଙ୍ଗ ଛାଡ଼ି ଓଡ଼ିଶା କ୍ୟାଡ଼ରକୁ ବାଛିଛନ୍ତି । କେନ୍ଦ୍ର ସରକାର ତାଙ୍କୁ ଅନୁମତି ଦେବା ପରେ ସେ ବିଧିବଦ୍ଧ ଭାବେ ଓଡ଼ିଶାରେ ଯୋଗ ଦେଇ ଏବେ ବଲାଙ୍ଗୀର ଜିଲ୍ଲା ଅତିିରିକ୍ତ ଏସପି ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

Advertisment
Ias Officer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe