କେବେ ଚେତିବ ବିଜେଡି: ପାଣ୍ଡିଆନ-ବବିଙ୍କ ମାମଲାତିରେ ପଡ଼ୁନି ପୂର୍ଣ୍ଣଚ୍ଛେଦ, ଦଳ ଛାଡ଼ିପାରନ୍ତି ଆଉ ୨ ସାଂସଦ

ବିଜେଡିର ଆଉ ଦୁଇ ସାଂସଦ ଖୁବଶୀଘ୍ର ଦଳ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଯଦିଓ ମମତା ମହନ୍ତ ଓ ସୁଜିତ୍ କୁମାର ବିଜେଡି ଛାଡ଼ିବା ଦ୍ୱାରା ସାଂଗଠନିକସ୍ତରରେ ବିଶେଷ ପ୍ରଭାବ ପଡ଼ିନି, ମାତ୍ର ଦଳୀୟ ସାଂସଦମାନଙ୍କ ଇସ୍ତଫାର ଦୂରଗାମୀ ପ୍ରଭାବ ବିଜେଡିକୁ ବେଶ୍ ମହଙ୍ଗା ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି ।

BJD

ପାଣ୍ଡିଆନ୍‌ ଓ ବବି (ଫାଇଲ ଫଟୋ)

Ordigital Desk
  • Published: Friday, 06 September 2024
  • Updated: 06 September 2024, 08:32 PM IST

Sports

Latest News

ସମାନ ଢଙ୍ଗର ଅଭିଯୋଗ ଆଣି ରାଜ୍ୟସଭା ସାଂସଦ ମମତା ମହନ୍ତଙ୍କ ପରେ ସୁଜିତ୍ କୁମାର ଆଜି ବିଜେଡିକୁ ବାଏବାଏ କରି ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟସଭାରେ ବିଜେଡିର ସାଂସଦ ସଂଖ୍ୟା ୭କୁ ହ୍ରାସ ପାଇଛି ଓ  ଆସନ୍ତା ଡିସେମ୍ବର ସୁଦ୍ଧା ଆଉ ୨ରୁ ୩ଜଣ ସାଂସଦ ପର୍ଯ୍ୟାୟକ୍ରମେ ବିଜେଡି ଛାଡ଼ିବାର ଆଶଙ୍କା ରହିଛି । ଲୋକସଭାରେ ଦଳର ଜଣେ ବି ସାଂସଦ ନଥିବାବେଳେ ରାଜ୍ୟସଭାରୁ ଦଳୀୟ ସାଂସଦମାନଙ୍କ ଇସ୍ତଫାକ୍ରମ ବିଜେଡି ପାଇଁ ଶକ୍ତଧକ୍କା ପାଲଟିଛି । ୩ମାସ ପୂର୍ବରୁ ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ଓ ଏବେ ଜଣକପରେ ଜଣେ ସାଂସଦ ଦଳ ଛାଡ଼ୁଥିଲେ ମଧ୍ୟ ବିଜେଡିର ଚେତା ପଶୁନି । ଦଳ ସେହି ପୁରୁଣା ଫର୍ମାଟରେ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓ ତାଙ୍କ ଖାସ୍ ସହଯୋଗୀ ପ୍ରଣବପ୍ରକାଶ ଦାସ(ବବି)ଙ୍କ ମାମଲାତିରେ ପରିଚାଳିତ ହେବାରେ ଲାଗିଛି, ଯାହାକି ବିଜେଡିରେ ଅସନ୍ତୋଷକୁ ଅଧିକ ଉଗ୍ର କରାଇଥିବା ଜଣାପଡ଼ିଛି ।

ମମତା ମହନ୍ତଙ୍କ ଶୈଳୀରେ ସୁଜିତ୍ ଆଜି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବାର କିଛି ଘଣ୍ଟା ମଧ୍ୟରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ଏପଟେ ବିଜେଡି ତାଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରିଛି । ତେବେ ସୁଜିତଙ୍କ ରାଜ୍ୟସଭାରେ ବାକିଥିବା ଆଉ ପ୍ରାୟ ଦେଢ଼ବର୍ଷ(୨୦୨୬ ମାର୍ଚ୍ଚ ଶେଷ) ଅବଧି ପାଇଁ  ବିଜେପି ତାଙ୍କୁ ପୁଣିଥରେ ରିପିଟ୍ କରିବ ନା ଅନ୍ୟ କାହାକୁ ରାଜ୍ୟସଭା ପଠାଇବ ତାହା ଜଣାପଡ଼ିନି ।  ମାତ୍ର ମମତା ଓ ସୁଜିତ୍ ରାଜ୍ୟସଭା ପଦ ଛାଡ଼ିବା ପରେ ବିଜେଡିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଦଳୀୟ କର୍ମୀଙ୍କଠୁ ଆରମ୍ଭ କରି ଆଗଧାଡ଼ିର ନେତାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିପାଇଁ ପାଣ୍ଡିଆନଙ୍କୁ ଦାୟୀ କରୁଥିବା ଜଣାପଡ଼ିଛି ।

Also Read

ବିଜେଡି ସୂତ୍ର ଅନୁସାରେ, ଦଳରେ ବହୁ ବରିଷ୍ଠ ନେତା ଓ ଆଗଧାଡ଼ିର କର୍ମକର୍ତ୍ତାମାନଙ୍କୁ ଅଣଦେଖା କରି ପାଣ୍ଡିଆନ ନିଜର ମାମଲାତି ଦେଖାଇ ମମତା ମହନ୍ତ ଓ ସୁଜିତ୍ କୁମାରଙ୍କୁ ରାଜ୍ୟସଭାକୁ ପଠାଇଥିଲେ । ଏବେ ତା’ର ପରିଣତି ଦଳକୁ ଭୋଗିବାକୁ ପଡ଼ୁଛି । ପାଣ୍ଡିଆନଙ୍କ ଏକଛତ୍ରବାଦୀ ନୀତି,ମାମଲାତି ଏବଂ ତ୍ରୁଟିପୂର୍ଣ୍ଣ ରଣନୀତି ଯୋଗୁ ବିଜେଡିକୁ ବାରମ୍ବାର ବିପର୍ଯ୍ୟୟ ଭୋଗିବାକୁ ପଡ଼ିଲାଣି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିରବତା ଓ ନିର୍ଭରଶୀଳତାର ଫାଇଦା ଉଠାଇ ପାଣ୍ଡିଆନ

୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ପାଇଁ ସବୁଠୁ ବଡ଼ ବିପର୍ଯ୍ୟୟ ଆଣିଥିଲେ । ପାଣ୍ଡିଆନ ଓ ତାଙ୍କ ଟିମକୁ ଦଳୀୟ କାର୍ଯ୍ୟରୁ ଦୂରେଇ ରଖିବା ପାଇଁ ଦଳରେ ଦାବି ଜୋର ଧରିଲା । କିନ୍ତୁ ନବୀନ ତାଙ୍କୁ କୋଳେଇ ରଖିଥିବାରୁ ସେ ପୁଣିଥରେ ନିଜର ପ୍ରଭାବ ବିସ୍ତାର କରି ବିଜେଡିକୁ ପୂର୍ବଭଳି ପରିଚାଳନା କରିବାରେ ଲାଗିଥିବା ଜଣାପଡ଼ିଛି । ଆଉ ସେହି ପୁରୁଣା ଫର୍ମାଟ ଯୋଗୁ ଦଳୀୟ ନେତାମାନେ ଏବେ ନିଜକୁ ଅଣନିଶ୍ୱାସୀ ଅନୁଭବ କରି ଦଳ ଛାଡ଼ିବାରେ ଲାଗିଥିବା ଚର୍ଚ୍ଚା ହେଉଛି ।

ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ, ସମ୍ଭବତଃ ଭାରତୀୟ ରାଜନୀତିକ ଇତିହାସରେ ବିଜେଡି ଏକମାତ୍ର ଦଳ ଯିଏ ନିଜର ୨୪ବର୍ଷର ଶାସନର ଅନ୍ତ କାହିଁକି ଘଟିଲା ଓ ନିର୍ବାଚନୀ ବିପର୍ଯ୍ୟୟ ପଛର କାରଣ କ’ଣ, ତା’ର ସମୀକ୍ଷା କରିବାକୁ ଉଚିତ୍ ମନେ କରିନାହିଁ । ଓଲଟା ଦଳ ଯେଉଁମାନଙ୍କ ପାଇଁ ବିପର୍ଯ୍ୟୟ ଭୋଗିଲା ଏବେ ସେହିମାନେ ହିଁ ଦଳର ସର୍ବେସର୍ବା ପାଲଟିଛନ୍ତି । ଆଗରୁ ଯେଭଳି ପୁରୁଣା ଫର୍ମାଟରେ ପାଣ୍ଡିଆନ ଓ ବବିଙ୍କ ମାମଲାତିରେ ଚାଲୁଥିଲା ଏବେ ସେହିଭଳି ଚାଲିବାରେ ଲାଗିଛି । ନବୀନଙ୍କ ନିରବତା ଓ ପାଣ୍ଡିଆନଙ୍କ ପାଖରେ ତାଙ୍କର ଅସହାୟତା ଉପରେ ପ୍ରଶ୍ନ ଉଠିବାରେ ଲାଗିଲାଣି । ଦଳର ଭବିଷ୍ୟତକୁ ନେଇ ଏବେ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଅନିଶ୍ଚିତତାର ମାହୋଲ ରହିଛି । ଯେଉଁଥିପାଇଁ ଦଳକୁ ଧୀରେଧୀରେ ରାଜ୍ୟର ବିଭିନ୍ନ ପଂଚାୟତ ସମିତି ଓ ପୌର ସଂସ୍ଥାରେ ନିଜର କର୍ତ୍ତୃତ୍ୱ ହରାଇବାକୁ ପଡ଼ୁଛି । ଏପରିକି ଦଳର ବହୁ ବିଧାୟକ ଏବେ ବ୍ୟକ୍ତିଗତସ୍ତରରେ ବିଜେପି ସହ ସମ୍ପର୍କ ବଢ଼ାଇ ସମୟସୁବିଧାକୁ ଅପେକ୍ଷା କରି ରହିଥିବା ଜଣାପଡ଼ିଛି । ଏସବୁ ସତ୍ତ୍ୱେ ବିଜେଡି ନେତୃତ୍ୱ ବିଗତ ୩ମାସ ମଧ୍ୟରେ ସେଭଳି କୌଣସି ଗୋଟିଏ ବି ପଦକ୍ଷେପ ନେଇପାରିନାହାନ୍ତି ଯାହା ଦଳୀୟ କର୍ମୀ ଓ ନେତାମାନଙ୍କ ମନୋବଳ ବୃଦ୍ଧି କରିପାରିବ ତଥା ସଂଗଠନକୁ ସୁଦୃଢ଼ କରିବା ଦିଗରେ ସେମାନଙ୍କୁ ଉତ୍ସାହିତ କରିବ ।

ଅନ୍ୟପକ୍ଷରେ, ବିଜେଡିର ଆଉ ଦୁଇ ସାଂସଦ ଖୁବଶୀଘ୍ର ଦଳ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଯଦିଓ ମମତା ମହନ୍ତ ଓ ସୁଜିତ୍ କୁମାର ବିଜେଡି ଛାଡ଼ିବା ଦ୍ୱାରା ସାଂଗଠନିକସ୍ତରରେ ବିଶେଷ ପ୍ରଭାବ ପଡ଼ିନି, ମାତ୍ର ଦଳୀୟ ସାଂସଦମାନଙ୍କ ଇସ୍ତଫାର ଦୂରଗାମୀ ପ୍ରଭାବ ବିଜେଡିକୁ ବେଶ୍ ମହଙ୍ଗା ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story