Advertisment

ନିଲମ୍ବିତ ହେଲେ ଆଉ ୨ ବିରୋଧୀ ସାଂସଦ, ୧୪୩ରେ ପହଞ୍ଚିଲା ସଂଖ୍ୟା

ଗୃହରେ ବିଶୃଙ୍ଖଳା ସୃଷ୍ଟି କରିବା ଓ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ପଶି ଆସିବା ଅଭିଯୋଗରେ କେରଳ କଂଗ୍ରେସ ସାଂସଦ ଥମସ ଚାଝିକାଦନ ଓ ସିପିଏମ୍‌ ସାଂସଦ ଏଏମ୍‌ ଆରିଫଙ୍କୁ ନିଲମ୍ବିତ କରାଯାଇଛି।

Parliament

Parliament

Advertisment

ଲୋକସଭାରୁ ନିଲମ୍ବନ ହେଲେ ଆଉ ଦୁଇ ବିରୋଧୀ ସାଂସଦ। ଲୋଭସଭା ବାଚସ୍ପତି ଓମ୍ ବିର୍ଲା ଆଜି ଆଉ ଦୁଇ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ଏହାକୁ ମିଶାଇ ଚଳିତ ଶୀତ ଅଧିବେଶନରେ ଉଭୟ ଗୃହରୁ ନିଲମ୍ବିତ ହୋଇଥିବା ସାଂସଦଙ୍କ ସଂଖ୍ୟା ୧୪୩ରେ ପହଞ୍ଚିଛି।

Advertisment

ଗୃହରେ ବିଶୃଙ୍ଖଳା ସୃଷ୍ଟି କରିବା ଓ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ପଶି ଆସିବା ଅଭିଯୋଗରେ କେରଳ କଂଗ୍ରେସ ସାଂସଦ ଥମସ ଚାଝିକାଦନ ଓ ସିପିଏମ୍‌ ସାଂସଦ ଏଏମ୍‌ ଆରିଫଙ୍କୁ ନିଲମ୍ବିତ କରାଯାଇଛି। ଅପରାଧିକ ଆଇନ ସହ ଜଡିତ ତିନୋଟି ବିଲ୍ ଉପରେ ଆଲୋଚନା ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲଦ ଯୋଶୀ ଦୁଇଜଣ ବିରୋଧୀ ସଦସ୍ୟ ସି ଥୋମାସ୍ ଏବଂ ଏମ୍ ଆରିଫଙ୍କ ବିରୋଧରେ ଅବମାନନା ଅଭିଯୋଗ ଆଣିଥିଲେ। ସଂସଦର ବର୍ତ୍ତମାନର ଅଧିବେଶନର ଅବଶିଷ୍ଟ ସମୟ ପାଇଁ ଉଭୟଙ୍କୁ ନିଲମ୍ବିତ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ଏହାପରେ ଭଏସ୍ ଭୋଟ୍ ଦ୍ୱାରା ଗୃହରେ ତାଙ୍କ ପ୍ରସ୍ତାବ ପାରିତ ହୋଇଥିଲା।

ପାର୍ଲାମେଣ୍ଟର ଚଳିତ ଶୀତ ଅଧିବେଶନ ଶୁକ୍ରବାର ଦିନ ଶେଷ ହେବ। ଗତ ୪ ତାରିଖରେ ଏହି ଶୀତ ଅଧିବେଶନ ଆରମ୍ଭ ହୋଇଥିଲା। ଡିସେମ୍ବର ୧୪ ତାରିଖରେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ପ୍ରଥମେ ୧୪ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ଏହାପରେ ସୋମବାର ୭୮ ଓ ମଙ୍ଗଳବାର ଆଉ ୪୯ ଜଣଙ୍କୁ ବାଚସ୍ପତି ନିଲମ୍ବିତ କରିଥିଲେ। ଏହି କ୍ରମରେ ଆଜି ଆଉ ଦୁଇ ଜଣ ବିରୋଧୀ ସାଂସଦ ନିଲମ୍ବିତ ହୋଇଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧୩ ତାରିଖରେ ଶୀତ ଅଧିବେଶନ ଚାଲିଥିବା ବେଳେ ପାର୍ଲାମେଣ୍ଟ ସୁରକ୍ଷାରେ ବଡ ଧରଣ ତ୍ରୁଟି ହୋଇଥିଲା। ଏହି ମାମଲାରେ ଗୃହମନ୍ତ୍ରୀ ଅମିତ ଶାହ ଉଭୟ ଗୃହରେ ବିବୃତ୍ତି ରଖନ୍ତୁ ବୋଲି ବିରୋଧୀ ଲଗାତର ଦାବି କରୁଛନ୍ତି। 

Suspended MPs Parliament
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe