Advertisment

ବିଜେଡିରେ କନ୍ଦଳ; ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣିଲେ ନିଜ ଦଳର କାଉନ୍‌ସିଲର

କାଉନସିଲରମାନେ ଅଭିଯୋଗରେ ଦର୍ଶାଛନ୍ତି, କାଉନ୍‌ସିଲ ବୈଠକରେ ସହରର ଉନ୍ନତିକରଣ ଯଥା ରାସ୍ତାଘାଟ, ନାଳନର୍ଦ୍ଦମା, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ ଓ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ବାରମ୍ୱାର ଅନୁରୋଧ କରାଯାଉଛି।

BJD

BJD

Advertisment

ବିଜେଡିରେ କନ୍ଦଳ! ଭବାନୀପାଟଣା ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣିଲେ ନିଜ ଦଳର ସମସ୍ତ କାଉନ୍‌ସିଲର। ଏଥିସହ ବିରୋଧୀ କଂଗ୍ରେସ୍‌ ଓ ବିଜେପିର ଦୁଇ କାଉନ୍‌ସିଲର ମଧ୍ୟରେ ଅନାସ୍ଥାକୁ ସମର୍ଥନ ଜଣାଇ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି।

Advertisment

ଭବାନୀପାଟଣା ପୌରପାଳିକାକୁ ବିଜେଡି ଅକ୍ତିଆର କରିଥିଲା। ୨୦ ଆସନ ବିଶିଷ୍ଟ ପୌରପାଳିକାରେ ବିଜେଡିରୁ ୧୮ ଜଣ କାଉନସିଲର ବିଜୟୀ ହୋଇଥିବା ବେଳେ ଜଣେ କଂଗ୍ରେସରୁ ଓ ଆଉ ଜଣେ ବିଜେପିରୁ ଜିତିଥିଲେ। ତେଣୁ ସର୍ବସମ୍ମତି କ୍ରମେ ଅଧ୍ୟକ୍ଷା ହୋଇଥିଲେ ସଂଯୁକ୍ତା ବେହେରା। ଆଉ ଉପାଧ୍ୟକ୍ଷା ହୋଇଥିଲେ ବିଷ୍ଣୁ ପ୍ରଧାନ। ଅଢ଼େଇ ବର୍ଷ ପରେ ବିଜେଡିରେ ତେଜିଛି କନ୍ଦଳ। ଅଧ୍ୟକ୍ଷାଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ନିଜର ଦଳ କାଉନ୍‌ସିଲର ଓ ବିରୋଧୀମାନେ ଏକଜୁଟ୍‌ ହୋଇ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

କାଉନସିଲରମାନେ ଅଭିଯୋଗରେ ଦର୍ଶାଛନ୍ତି, କାଉନ୍‌ସିଲ ବୈଠକରେ ସହରର ଉନ୍ନତିକରଣ ଯଥା ରାସ୍ତାଘାଟ, ନାଳନର୍ଦ୍ଦମା, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ ଓ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ବାରମ୍ୱାର ଅନୁରୋଧ କରାଯାଉଛି। ହେଲେ ଅଧ୍ୟାକ୍ଷା ସଞ୍ଜୁକ୍ତା ବେହେରା ଦାବି ଗୁଡ଼ିକ ପ୍ରତି ଅଣଦେଖା କରୁଛନ୍ତି। କେତେକ ମୁଷ୍ଟିମେୟ ଠିକାଦାର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଧରି ସେ ନିଜର ମନମୁଖୀ କାର୍ଯ୍ୟ କରୁଛନ୍ତି। ଆଉ ଦୁର୍ନୀତିରେ ଲିପ୍ତ ରହୁଛନ୍ତି। ହେଲେ ଜନସାଧାରଣଙ୍କ ଉନ୍ନତି ପାଇଁ କୌଣସି କାର୍ଯ୍ୟ କରିପାରୁନାହାନ୍ତି। କାଉନ୍‌ସିଲରଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ବିଭିନ୍ନ ୱାର୍ଡ଼ରେ ଚାଲିଥିବା କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।

Advertisment

ବିଜେଡି କାଉନ୍‌ସିଲର ଶିବା ସାହୁ କହିଛନ୍ତି, ଅଢ଼େଇ ବର୍ଷ ହେଲା କିଛି କାମ ହେଲାନାହିଁ। ବର୍ଷା ଯୋଗୁ ଲୋକମାନେ ନାନା ଅସୁବିଧାରେ ପଡ଼ୁଥିଲେ। ହେଲେ ଅଧ୍ୟକ୍ଷାଙ୍କର ଦେଖାମିଳୁନଥିଲା। ସେ ଏକଛତ୍ରବାଦ ଚଳାଉଥିଲେ। ଲୋକଙ୍କ ପାଇଁ ସେ କରୁନଥିଲେ। ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ଆମେ ଅନାସ୍ଥା ଆଣିବାକୁ ବାଧ୍ୟ ହେଲୁ ବୋଲି ଶିବା ସାହୁ କହିଛନ୍ତି।

କାଉନ୍‌ସିଲରଙ୍କ ଅଭିଯୋଗ ନେଇ ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା କହିଛନ୍ତି, ମୁଁ ଏ ସମ୍ପର୍କରେ କିଛି ଜାଣିନାହିଁ। କଣ ଅସୁବିଧା ହୋଇଛି ବୁଝି ପରେ କହିବି ବୋଲି ସେ କହିଛନ୍ତି।

ସେପଟେ ଭବାନୀପାଟଣା ପୌର ପଳିକାର ନିର୍ବାହୀ ଅଧିକାରୀ ଡ. ସତ୍ୟ ସମ୍ପନ୍ନା ରାଉତ କହିଛନ୍ତି, ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବା ଚିଠି ପାଇଛୁ। ଆମେ ଏ ନେଇ ଜିଲ୍ଲାପାଳଙ୍କୁ ଜଣାଇଦେଇଛୁ। ଜିଲ୍ଲାପାଳ ଏହାର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ରିପୋର୍ଟ-ଭବାନୀପାଟଣାରୁ ରାଜକୁମାର ସିଂହଦେଓ

BjD Bjp Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe