Advertisment

ଖୁସି ଖବର; ବାଦ ପଡ଼ିଥିବା ୨୫% ମହିଳାଙ୍କୁ ଆସନ୍ତାକାଲି ମିଳିବ ‘ସୁଭଦ୍ରା’ ଟଙ୍କା

ଆସନ୍ତାକାଲି  ଆସିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା।

ଅଦ୍ୟତନ ହୋଇଛି
Deputy CM

Deputy CM

Advertisment

ଆସନ୍ତାକାଲି ତଥା ନଭେମ୍ବର ୨୪ ତାରିଖରେ ଆସିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା। ଏଥିପାଇଁ ଖୁସି ଅଛନ୍ତି ହିତାଧିକାରୀ। ଏହାର ମଧ୍ୟରେ ବଡ଼ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ବାଦ ପଡ଼ିଥିବା ୨୫ ପ୍ରତିଶତ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ଆଜି ଉପ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ କହିଛନ୍ତି।

Advertisment

ସେ କହିଛନ୍ତି, ବିଭିନ୍ନ କାରଣରୁ ସୁଭଦ୍ରାରୁ ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ଆବେଦନ ଆଉ ଥରେ ଯାଞ୍ଚ ସରିଛି। ଏଥିପାଇଁ ବିଡିଓଙ୍କୁ ନୋଡାଲ ଏଜେନ୍ସି ଦାୟିତ୍ୱ ଦିଆଯାଇଥିଲା। ରିପୋର୍ଟ ଆସିବା ପରେ ୨୫ ପ୍ରତିଶତ ମହିଳାଙ୍କୁ କାଲି ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଛି। ବାଦ୍ ପଡ଼ିଥିବା ବାକି ଆବେଦନକାରୀ ଜମି ଯୋଗ୍ୟତା ପାଇଁ ବାଦ ପଡ଼ିଛନ୍ତି। ଆଉ ଥରେ ଏହାର ଯାଞ୍ଚ ହେବ। ସମାଧାନ ପରେ ସେମାନେ ଡିସେମ୍ବରରେ ପାଇବେ।

ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆକାଉଣ୍ଟ ଓ ଆଧାର ଲିଙ୍କରେ ସମସ୍ୟା ଥିବା ୫ ଲକ୍ଷ ମିସ କେସର ସମସ୍ୟାର ସମାଧାନ ହୋଇପାରି ନାହିଁ। ସେମାନେ ଆଧାର, ଆକାଉଣ୍ଟ ଓ ମୋବାଇଲ ନମ୍ବର ସଂଯୋଗ କରିବା ପରେ ଡିସେମ୍ବରରେ ଯୋଜନାରେ ସାମିଲ ହୋଇପାରିବେ। ସରକାରୀ ହିତାଧିକାରୀ ଘରକୁ ଘର ଯାଇ ସଚେତନ କରିବେ। ବାଦ ପଡ଼ିଥିବା ଆବେଦନକାରୀଙ୍କୁ ସାମିଲ କରିବା ଯାଏଁ ପ୍ରକ୍ରିୟା ଜାରି ରହିବ। ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜାନରୁ ବଞ୍ଚିତ ହେବେନି। ସମସ୍ତ ହକଦାରଙ୍କୁ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା।

Advertisment

ଗତ ସେପ୍ଟେମ୍ବର ୧୭ ତାରିଖରେ ଓ ଅକ୍ଟୋବର ୯ ତାରିଖରେ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇ ସାରିଛି। ଏହି ଯୋଜନାରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବାକୁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର । 

Subhadra Yojana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe