/odisha-reporter/media/post_attachments/uploadimage/library/16_9/16_9_0/bjp_1755086160.jpg)
bjp
ଡବଲ ଭୋଟର ଆଇଡିକୁ ନେଇ ବିବାଦରେ ଆଉ ଜଣେ ବିଜେପି ନେତ୍ରୀ। ବିହାରର ମୁଜାଫରପୁର ମେୟର ତଥା ବରିଷ୍ଠ ବିଜେପି ନେତ୍ରୀ ନିର୍ମଳା ଦେବୀ ୨ଟି ଭୋଟ ପରିଚୟପତ୍ର ରଖିଥିବା ଜଣାପଡ଼ିଛି। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ନର୍ମଳା ଦେବୀଙ୍କୁ ନୋଟିସ କରିଛନ୍ତି। ତାଙ୍କୁ ଅଗଷ୍ଟ ୧୬ ସୁଦ୍ଧା ନୋଟିସ ଉପରେ ଜବାବ ରଖିବାକୁ କୁହାଯାଇଛି।
ଏହା ପୂର୍ବରୁ ରବିବାର ଇସିଆଇ ଡବଲ ଭୋଟର ଆଇଡି ରଖିଥିବା ବିହାରର ଉପ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ କୁମାର ସିହ୍ନାଙ୍କୁ ନୋଟିସ କରିଥିଲେ। ଦୁଇଟି ସ୍ଥାନର ଭୋଟର ତାଲିକାରେ ତାଙ୍କ ନାଁ ରହିଥିବା ଜଣାପଡ଼ିବା ପରେ ରାଜ୍ୟ ରାଜନୀତିରେ ହଟଚମଟ ଦେଖିବାକୁ ମିଳିଛି।
ସିହ୍ନାଙ୍କ ପାଖରେ ଦୁଇଟି ଭୋଟର ଆଇଡି ଥିବା ଆରଜେଡି ନେତା ତେଜସ୍ୱୀ ଯାଦବ କାଗଜପତ୍ର ଦେଖାଇ ଅଭିଯୋଗ କରିଥିଲେ। ଦୁଇଟି ଭିନ୍ନଭିନ୍ନ ନିର୍ବାଚନ ମଣ୍ଡଳୀର ଭୋଟର ଭାବେ ତାଙ୍କ ନାଁ ପଞ୍ଜିକୃତ ହୋଇଥିବାରୁ ଶ୍ରୀ ସିହ୍ନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତେଜସ୍ୱୀ ଦାବି କରିଥିଲେ। ଏହାପରେ ନିର୍ବାଚନ କମିଶନ ବିହାରର ଉପ ମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କୁ ନୋଟିସ କରିଥିଲେ।
ଏବେ ନିର୍ମଳା ବିଜେପିର ଦ୍ୱିତୀୟ ନେତା ଭାବେ ଦୁଇଟି ଭୋଟର ଆଇଡି ରଖି ବିବାଦରେ ଫସିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
