Advertisment

CPIM ଶୋଭାଯାତ୍ରାରେ ଫସିଗଲା ୩ଟି ଆମ୍ବୁଲାନ୍ସ

ବଣାଇ ନିର୍ବାଚନମଣ୍ଡଳୀର ସିପିଆଇଏମ୍‌ ପ୍ରାର୍ଥୀ ହେଉଛନ୍ତି ଲକ୍ଷ୍ମଣ ମୁଣ୍ଡା। ଆଜି ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ନାମାଙ୍କନପତ୍ର ଦାଖଲ ପୂର୍ବରୁ ଲକ୍ଷ୍ମଣଙ୍କ ସମର୍ଥକ ଓ ହଜାର ହଜାର କର୍ମୀ ବାଣେଶ୍ୱର ମନ୍ଦିର ସମ୍ମୁଖରେ ଏକତ୍ର ହୋଇଥିଲା।

Ambulance

Ambulance

Advertisment

CPIM ବିଧାୟକ ପ୍ରାର୍ଥୀଙ୍କ ଶୋଭାଯାତ୍ରାରେ ଫସିଗଲା ଆମ୍ବୁଲାନ୍ସ। ଗୋଟେ କି ଦୁଇଟି ନୁହେଁ, ୩ଟି ଆମ୍ୱୁଲାନ୍ସ ଲୋକ ଗହଳୀ ଭିତରେ ଫସି ଯାଇଥିଲା। ପ୍ରାୟ ୨୦ ମିନିଟ୍‌ ପରେ ପୁଲିସ୍‌ ଆମ୍ୱୁଲାନ୍ସ ୩ଟିକୁ ଲୋକ ଗହଳୀରୁ ବାହାର କରିଥିଲା। ଆଜି ଏପରି ଚିତ୍ର ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ।

Advertisment

ବଣାଇ ନିର୍ବାଚନମଣ୍ଡଳୀର ସିପିଆଇଏମ୍‌ ପ୍ରାର୍ଥୀ ହେଉଛନ୍ତି ଲକ୍ଷ୍ମଣ ମୁଣ୍ଡା। ଆଜି ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ନାମାଙ୍କନପତ୍ର ଦାଖଲ ପୂର୍ବରୁ ଲକ୍ଷ୍ମଣଙ୍କ ସମର୍ଥକ ଓ ହଜାର ହଜାର କର୍ମୀ ବାଣେଶ୍ୱର ମନ୍ଦିର ସମ୍ମୁଖରେ ଏକତ୍ର ହୋଇଥିଲା। ପରେ ବିଶାଳ ଶୋଭାଯାତ୍ରାରେ ସମସ୍ତେ ବଣାଇ ସହର ପରିକ୍ରମା କରିଥିଲେ। ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଲା ବେଳେ ରାସ୍ତା ଲୋକାରଣ୍ୟ ହୋଇଯାଇଥିଲା। ଗାଡ଼ି ମୋଟର ସବୁ ରାସ୍ତାରେ ଅଟକି ରହିଥିଲା।

ଠିକ୍‌ ସେହି ସମୟରେ ଦୁଇଟି ଆମ୍ୱୁଲାନ୍ସ ରୋଗୀ ଧରି ବଣାଇ ମେଡ଼ିକାଲ୍‌କୁ ଆସୁଥିବା ବେଳେ ଜାମରେ ଫସି ଯାଇଥିଲା। ଆଉ ଗୋଟିଏ ଆମ୍ୱୁଲାନ୍ସ ବଣାଇ ମେଡ଼ିକାଲ୍‌ରୁ ଯାଉଥିବା ବେଳେ ଫସି ଯାଇଥିଲା। ୩ଟି ଆମ୍ୱୁଲାନ୍ସ ପ୍ରାୟ ୨୦ ମିନିଟ୍‌ରୁ ଅଧିକ ସମୟ ଧରି ଲୋକ ଗହଳୀ ଭିତରେ ଫସି ଯାଇଥିଲା। କିଛି ବୁଦ୍ଧିଜୀବୀ ଓ ପୁଲିସ୍‌ର ହସ୍ତଖେପ ପରେ କର୍ମୀମାନେ ଆମ୍ୱୁଲାନ୍ସ ଯିବା ପାଇଁ ରାସ୍ତା ଦେଇଥିଲେ। ତା’ପରେ ଆମ୍ୱୁଲାନ୍ସଟି ଜନ ଗହଳୀ ଭିତରୁ ବାହାରି ମେଡ଼ିକାଲ୍‌ ଅଭିମୁଖେ ଯାଇଥିଲା। ପରେ ଶ୍ରୀ ମୁଣ୍ଡା ନିଜ ସମର୍ଥକଙ୍କ ସହ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି।

Advertisment

ରିପୋର୍ଟ- ବଣାଇରୁ ରଞ୍ଜିତ ଚୌଧୁରୀ

Sundargarh CPIM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe