Advertisment

ରାଜ୍ୟସଭାର ୩ ଆସନ ପାଇଁ ୩ ପ୍ରାର୍ଥୀ କରିଛନ୍ତି ନାମାଙ୍କନ,୨୦ରେ ଫଳ ଘୋଷଣା

ଆଜି ରାଜ୍ୟସଭାର ୩ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ମୋଟ ୩ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

author-image
Ordigital Desk
rajya sabha

rajya sabha

ରାଜ୍ୟରେ ଖାଲି ପଡ଼ିଥିବା ୩ଟି ରାଜ୍ୟସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ମୋଟ ୩ଜଣ ପ୍ରାର୍ଥୀ ୩ଟି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ମତଦାନ ହେବାର ସମ୍ଭାବନା ନାହିଁ। ତେଣୁ ଆସନ୍ତା ୨୦ତାରିଖରେ ଏହି ରାଜ୍ୟସଭା ଫଳାଫଳ ଘୋଷଣା ହେବ ବୋଲି ରାଜ୍ୟସଭା ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି।

Advertisment

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଆଜି ରାଜ୍ୟସଭାର ୩ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ମୋଟ ୩ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଯେହେତୁ ୩ଟି ଆସନ ପାଇଁ ୩ଜଣ ପ୍ରାର୍ଥୀ ଅଛନ୍ତି । ତେଣୁ ନିୟମ ଅନୁସାରେ ମତଦାନର ଆବଶ୍ୟକତା ପଡ଼ିବ ନାହିଁ । ଯଦି ୩ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୦ତାରିଖ ସୁଦ୍ଧା କେହି ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର ନକରନ୍ତି ତା’ହେଲେ ବିଜେତାଙ୍କ ନାଁ ସେହିଦିନ ନିର୍ବାଚନ କମିଶନଙ୍କ ନିକଟକୁ ପଠାଇ ଦିଆଯିବ । ଆଉ ଫଳାଫଳ ଆସନ୍ତା ୨୭ତାରିଖ ପରିବର୍ତ୍ତେ ୨୦ତାରିଖରେ ପ୍ରକାଶ ପାଇବ।

Advertisment

ସୂଚନାଯୋଗ୍ୟ, ରାଜ୍ୟସଭାର ୨ଟି ଆସନରେ ବିଜେଡି ନିଜର ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶୀଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଛନ୍ତି । ସଂଖ୍ୟା ଦୃଷ୍ଟିରୁ ବିଜେଡିର ୨ଜଣ ପ୍ରାର୍ଥୀ ସହଜରେ ବିଜୟୀ ହେବେ । ଆଉ ବିଜେପି ପ୍ରାର୍ଥୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେବ ବୋଲି ଘୋଷଣା କରିସାରିଛି ।

Odisha Rajya Sabha Election Rajya Sabha