Advertisment

ନିଲମ୍ବନ ଧାରା ଜାରି, ବିଦା ହେଲେ ଆଉ ୩ ସାଂସଦ

ପାର୍ଲାମେଣ୍ଟର ଚଳିତ ଶୀତ ଅଧିବେଶନ ଶୁକ୍ରବାର ଦିନ ଶେଷ ହେବ।

author-image
Madhupriya Mistry
ଅଦ୍ୟତନ ହୋଇଛି
Suspended MP Protest

Suspended MP Protest

ଲୋକସଭାରେ ଜାରି ରହିଛି ନିଲମ୍ବନ ଧାରା। ଆଜି ବିଦା ହେଲେ ଆଉ ୩ ବିରୋଧୀ ସାଂସଦ। ବାଚସ୍ପତି ଓମ୍‌ ବିଲା ଆଉ ୩ ବିରୋଧୀ ସାଂସଦଙ୍କୁ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ନିଲମ୍ବିତ କରିଛନ୍ତି।

Advertisment

ନିଲମ୍ବିତ ତିନି ସାଂସଦ ହେଲେ କଂଗ୍ରେସର ଦୀପକ ବେଜ୍‌, ନକୁଲ ନାଥ ଓ ଡିକେ ସୁରେଶା। ଏହି ତିନି ଜଣ ସାଂସଦଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୪୭ ସାଂସଦ ପାର୍ଲାମେଣ୍ଟରୁ ନିଲମ୍ବିତ ହୋଇ ସାରିଲେଣି। ଏହାପୂର୍ବରୁ ଗତକାଲି ଦୁଇ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ଗୃହରେ ବିଶୃଙ୍ଖଳା ସୃଷ୍ଟି କରିବା ଓ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ପଶି ଆସିବା ଅଭିଯୋଗରେ କେରଳ କଂଗ୍ରେସ ସାଂସଦ ଥମସ ଚାଝିକାଦନ ଓ ସିପିଏମ୍‌ ସାଂସଦ ଏଏମ୍‌ ଆରିଫଙ୍କୁ ନିଲମ୍ବିତ କରାଯାଇଥିଲା।

ଅନ୍ୟପଟେ ଆଜି ନିଲମ୍ବିତ ହୋଇଥିବା ସାଂସଦମାନେ ପାର୍ଲାମେଣ୍ଟ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ। ସଂସଦରୁ ବିଜୟ ଚୌକ ଯାଏଁ ବିରୋଧୀ ସାଂସଦଙ୍କ ଏକ ଶୋଭଯାତ୍ରା ବାହାରିଥିଲା। ଇଣ୍ଡିଆ ମେଣ୍ଟ ପକ୍ଷରୁ ଏହି ଶୋଭାଯାତ୍ରା ବାହାର କରାଯାଇଥିଲା। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେଙ୍କ ଅଧ୍ୟକ୍ଷତାରେ ସମସ୍ତ ବିରୋଧୀ ସାଂସଦ ଏଥିରେ ସାମିଲ ହୋଇଥିଲେ। ନିଲମ୍ବିତ ସାଂସଦମାନେ ହାତରେ ବ୍ୟାନର ଧରି ଲୋକତନ୍ତ୍ର ବଞ୍ଚାଅ ଓ ଲୋକତନ୍ତ୍ରର ହତ୍ୟା ବନ୍ଦ କରାଯାଉ ବୋଲି ନାରାବାଜୀ ଦେଇଥିଲେ। 

Advertisment

ସଂସଦ ସୁରକ୍ଷାରେ ତ୍ରୁଟି ମାମଲାରେ ଗୃହ ମନ୍ତ୍ରୀ ଅମିତ ଶାହା ନିଜ ବିବୃତ୍ତି ରଖନ୍ତୁ ଦାବି କରି ନିଲମ୍ବିତ ହୋଇଥିବା ଏହି ୧୪୦ରୁ ଉର୍ଦ୍ଧ୍ୱ ସାଂସଦ ଉଭୟ ଲୋକସଭା ଓ ରାଜ୍ୟସଭାରେ ହଙ୍ଗାମା କରିଥିଲେ। ଫଳରେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା।

ପାର୍ଲାମେଣ୍ଟର ଚଳିତ ଶୀତ ଅଧିବେଶନ ଶୁକ୍ରବାର ଦିନ ଶେଷ ହେବ। ଗତ ୪ ତାରିଖରେ ଏହି ଶୀତ ଅଧିବେଶନ ଆରମ୍ଭ ହୋଇଥିଲା। ଡିସେମ୍ବର ୧୪ ତାରିଖରେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ପ୍ରଥମେ ୧୪ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। 

Parliament Suspended MPs Protest Loka Sabha