Rahul Gandhi
କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଅନ୍ୟ ପଛୁଆ ବର୍ଗର ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଏଥିସହ ଜାତିଗତ ଜନଗଣନା ତଥ୍ୟ ସାର୍ବଜନୀନ କରିବାକୁ କହିଛନ୍ତି। ମହିଳା ସଂରକ୍ଷଣ ବିଲ୍ ଉପରେ ମତ ରଖିବା ବେଳେ ରାହୁଲ ଗାନ୍ଧି ଲୋକସଭାରେ କେନ୍ଦ୍ର ସରକାରଙ୍କୁ ତାଚ୍ଛଲ୍ୟ କରିଥିଲେ।
“ଡର ନାହିଁ, ଡର ନାହିଁ’ ବୋଲି ରାହୁଲ ସରକାରୀ ଦଳର ସାଂସଦମାନଙ୍କୁ ସ୍ମିତ ହାସ୍ୟ ଦେଇଥିଲେ। ରାହୁଲ କହିଛନ୍ତି, “ସରକାରଙ୍କର ୯୦ ଜଣ ସଚିବ ରହିଛନ୍ତି। ମୁଁ ନିଜକୁ ପଚାରିଥିଲି ଯେ ଏମାନଙ୍କ ମଧ୍ୟରୁ କେତେ ଜଣ ଓବିସି ସଂପ୍ରଦାୟର? ଏହାର ଉତ୍ତର ମୋତେ ଆଶ୍ଚର୍ଯ୍ୟ କରିଛି। କାରଣ ୯୦ ଜଣ ସଚିବଙ୍କ ମଧ୍ୟରୁ କେବଳ ୩ ଜଣ ଓବିସି ସଂପ୍ରଦାୟର।”
ରାହୁଲଙ୍କ ‘ଡର ନାହିଁ’ ବୟାନକୁ ନେଇ ବେଶ ହଟଗୋଳ ମଧ୍ୟ ହୋଇଥିଲା। ଏଥିରେ ବାଚସ୍ପତି ଓମ ବିର୍ଲା ହସ୍ତକ୍ଷେପ କରିବା ସହ ଏପରି ଶବ୍ଦ ଗୃହରେ ବ୍ୟବହାର ନ କରିବାରୁ ରାହୁଲଙ୍କୁ କହିଥିଲେ। ଏଥିସହ ବିତର୍କ ମହିଳା ସଂରକ୍ଷଣ ବିଲ୍ ଉପରେ ହେଉଛି ବୋଲି ରାହୁଲଙ୍କୁ ମନେ ପକାଇ ଦେଇଥିଲେ।
ଏହା ଶୁଣି ରାହୁଲ ଗାନ୍ଧି କହିଥିଲେ, “ଏହି ଆଲୋଚନାରେ ମହିଳାଙ୍କୁ ଦେଶର ଗୋଟିଏ ଗ୍ରୁପ୍ ଓ ଓବିସି ହେଉଛନ୍ତି ଦେଶର ଆଉ ଗୋଟିଏ ଗ୍ରୁପ ଭାବେ ବିବେଚନା କରାଯାଉଛି। ଓବିସିଙ୍କ ପ୍ରତିଶତ ବେଶ ଅଧିକ। ଭାରତର ବଜେଟର ୫% ତାଙ୍କ ଦ୍ୱାରା ନିୟନ୍ତ୍ରିତ। ତେଣୁ ଏହା ଓବିସି ସଂପ୍ରଦାୟକଙ୍କ ପ୍ରତି ଅପମାନ।
ଦେଶରେ ଓବିସି, ଦଳିତ ଓ ଆଦିବାସୀଙ୍କ ସଂଖ୍ୟା କେତେ? ଏହା କେବଳ ଜାତି ଭିତ୍ତିକ ଜନଗଣନା ଦ୍ୱାରା ସାମ୍ନାକୁ ଆସିପାରିବ। ତେଣୁ ସରକାର ଯଥାଶୀଘ୍ର ଜାତି ଭିତ୍ତିକ ଜନଗଣନା କରନ୍ତୁ। ବିରୋଧୀ ଯେତେବେଳେ ଜାତି ଭିତ୍ତିକ ଜନଗଣନା କଥା କହୁଛନ୍ତି, ଭାରତୀୟ ଜନତା ପାର୍ଟି ନୂଆ ପ୍ରସଙ୍ଗ ଆଣି ଧ୍ୟାନଚ୍ୟୁତ କରୁଛି।”
ରାହୁଲ ଗାନ୍ଧି ସଂସଦ ଭବନ ପ୍ରବେଶ ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିମନ୍ତ୍ରଣ କରିବାର ଥିଲା ବୋଲି ମଧ୍ୟ ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି, “ଏହା ଏକ ସୁନ୍ଦର ବିଲଡିଂ। ଗ୍ରାଉଣ୍ଡରେ ମୟୂର ଆକୃତି ଠାରୁ ଆରମ୍ଭ କରି ଚେୟାର, ସବୁ କିଛି ଭଲ। ଏହା ଅତି ସୁନ୍ଦର ବିଲଡିଂ। କିନ୍ତୁ ମୁଁ ରାଷ୍ଟ୍ରପତିଙ୍କୁ ଦେଖିବାକୁ ଚାହୁଁଥିଲି। କାରଣ ସେ ଜଣେ ମହିଳା। ସେ ଆଦିବାସୀ ସଂପ୍ରଦାୟକୁ ପ୍ରତିନିଧିତ୍ୱ କରୁଛନ୍ତି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1695223455.jpg)