Advertisment

ବାପାଙ୍କ ମଇଦାନ ଜଗିଛନ୍ତି ଝିଅ; ୨୦୨୪ରେ ଦେବେ ପରୀକ୍ଷା

ବାପାଙ୍କ ଅନୁପସ୍ଥିତିରେ ରଣଭୂମି ସଜାଡ଼ିବାରେ ଲାଗିପଡ଼ିଛନ୍ତି ଜୟନାରାୟଣଙ୍କ ଝିଅ ଶୁଭଶ୍ରୀ, ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡାକ୍ତର ଦେବସ୍ମିତା ଓ ଭୂଜବଳ ମାଝୀଙ୍କ ଝିଅ ଡାକ୍ତର ଲିପିକା।

ଅଦ୍ୟତନ ହୋଇଛି
Election

Election

Advertisment

ବାପାଙ୍କ ହାତ ଧରି ଝିଅ ଲଢ଼ିବେ ନିର୍ବାଚନ। ଶିଖିବେ ରାଜନୀତିର ଖଡ଼ିପାଠ। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଚର୍ଚ୍ଚାରେ ରାଜ୍ୟର ତିନି ବରିଷ୍ଠ ନେତାଙ୍କ କନ୍ୟା। ସେମାନେ କୁଆଡ଼େ ୨୦୨୪ ସାଧାରଣ ନିର୍ବାଚନରେ ଦେବେ ପରୀକ୍ଷା। ବାପାଙ୍କ ଅନୁପସ୍ଥିତିରେ ରଣଭୂମି ସଜାଡ଼ିବାରେ ଲାଗିପଡ଼ିଛନ୍ତି ଜୟନାରାୟଣଙ୍କ ଝିଅ ଶୁଭଶ୍ରୀ, ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡାକ୍ତର ଦେବସ୍ମିତା ଓ ଭୂଜବଳ ମାଝୀଙ୍କ ଝିଅ ଡାକ୍ତର ଲିପିକା।

Advertisment

ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଝିଅ ହେଉଛନ୍ତି ଶୁଭଶ୍ରୀ ମିଶ୍ର। ସେ କୁଆଡ଼େ ବାପାଙ୍କ ଉତ୍ତରାଧିକାରୀ ବୋଲି ସମ୍ବଲପୁରରେ ଢେରେ ଚର୍ଚ୍ଚା ଓ କଳ୍ପନା ଜଳ୍ପନା। ସେପଟେ ଦେଖିବାକୁ ଗଲେ ବିଗତ କିଛି ମାସ ହେଲା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ହେଉ ବା ସାମାଜିକ କାର୍ଯ୍ୟକ୍ରମ ସବୁଥିରେ ତାଙ୍କୁ ଦେଖିବାକୁ ମିଳୁଛି। ବ୍ୟାଙ୍କ ଚାକିରି ଛାଡ଼ି ଏବେ ସମ୍ବଲପୁରରେ ରହୁଥିବା ଏମବିଏ ପଢୁଆ ଶୁଭଶ୍ରୀଙ୍କୁ। ଏପରିକି ମଙ୍ଗଳବାର ଟାଟା ପାୱାର ଅଫିସ୍‌ ଘେରାଉ ସମୟରେ ସେ ଉପସ୍ଥିତ ଥିଲେ। ତେଣୁ ଏସବୁ ସମ୍ବଲପୁରରେ ଶୁଭଶ୍ରୀଙ୍କ ରାଜନୀତି ପ୍ରବେଶର ପୂର୍ବାଭ୍ୟାସକୁ ଇଙ୍ଗିତ କରୁଛି। ହେଲେ ଶୁଭଶ୍ରୀ କିନ୍ତୁ କହିଛନ୍ତି, ନିର୍ବାଚନ ଲଢ଼ିବା ନ ଲଢ଼ିବା ଦଳ ଓ ବାପାଙ୍କ ଇଚ୍ଛା ଉପରେ ନିର୍ଭର କରେ।

ସେପଟେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡାକ୍ତର ଦେବସ୍ମିତା ୨୦୨୪ରେ ରାଜନୀତି ମୈଦାନକୁ ଲମ୍ଫ ମାରିବାକୁ ଜୋରଦାର କସରତ ଆରମ୍ଭ କରିଛନ୍ତି। ଶାରୀରିକ ଅସୁସ୍ଥତା ପାଇଁ ବାପା ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିବାରୁ ଝିଅ ଡାକ୍ତର ଚାକିରି ଛାଡ଼ି ରାଜନୀତିକୁ ଡେଇଁଛନ୍ତି। ଦଳୀୟ କାର୍ଯ୍ୟକ୍ରମ ସହ ଗାଁ ଗାଁ ବୁଲି ସଂଗଠନ ସଜଡ଼ା କାମରେ ଲାଗିବା ସହ ବିଧାୟକ ପ୍ରାର୍ଥୀ ହେବାକୁ ଟିକେଟ୍ ପାଇଁ ଆବେଦନ କରିଛନ୍ତି। ବାପା ଦେବେନ୍ଦ୍ର ମଧ୍ୟ କହିଛନ୍ତି, ଝିଅର ପ୍ରାର୍ଥିତ୍ୱ ପ୍ରତି ଜନ ସମର୍ଥନ ବଢୁଛି।

Advertisment

ସେମିତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରାଜନୀତିରେ ଡାକ୍ତର ଲିପିକା ମାଝୀଙ୍କ ଆବିର୍ଭାବକୁ ନେଇ ସରଗରମ ହୋଇଛି ରାଜନୀତି। ଏମିତି ତ ଡାକ୍ତରୀ ପେଷା ଛାଡ଼ି ଲିପିକା ରାଜନୀତିରେ ପାଦ ଥାପି ପାପଡ଼ାହାଣ୍ଡି ଜିଲ୍ଲାପରିଷଦ ଜୋନ-୨ରୁ ସଦସ୍ୟା ହୋଇଛନ୍ତି। ହେଲେ ବାପା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଭୂଜବଳ ମାଝୀ ଏବେ ଝିଅ ଲିପିକାଙ୍କୁ ଡାବୁଗାଁ ବିଧାନସଭା ଆସନରୁ ଲଢାଇ ନିଜେ ନବରଙ୍ଗପୁର ସାଂସଦ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି। ଲିପିକା ମଧ୍ୟ କଂଗ୍ରେସ ଟିକେଟ ପାଇଁ ଉଭୟ ଅନଲାଇନ ଓ ଅଫ୍‌ ଲାଇନରେ ଆବେନଦ କରିବା ସହ ସଂଗଠନ କାମରେ ଲାଗି ପଡ଼ିଛନ୍ତି।

Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe