Advertisment

ମୁଡ ଅଫ ନେଶନ: ଏବେ ନିର୍ବାଚନ ହେଲେ ୩୦୦+ ଆସନ ଜିତବ ଏନଡିଏ

୨୦୨୪ ଲୋକସଭା ନିର୍ବାଚନ ୨୩୪ ଆସନ ଜିତିଥିବା କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟକୁ ବଡ଼ ଝଟକା ଲାଗିପାରେ। ୨୦୨୪ରେ ଏନଡିଏକୁ କଡ଼ା ଟକ୍କର ଦେଇଥିବା ବିରୋଧୀ ମେଣ୍ଟ ଏବେ ନିର୍ବାଚନ ହେଲେ କେବଳ ୨୦୮ଟି ଆସନ ଜିତି ପାରିବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।

author-image
Hemant Lenka
PM Modi

PM Modi

ବ୍ୟାକ ଟୁ ବ୍ୟାକ ୩ଟି ବିଧାନସଭା ନିର୍ବାଚନ ଜିତିଥିବା ବିଜେପି ନେତୃତ୍ୱାଧୀନ ଏନଡିଏ ଆଜି ଯଦି ଲୋକସଭା ନିର୍ବାଚନ ହେବ, ତା’ହେଲେ ୩୨୪ଟି ଆସନ ଜିତିବ। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ-ସିଭୋଟର ମୁଡ ଅଫ ନେଶନ ସର୍ଭେ ପରେ ଏପରି ଦାବି କରାଯାଇଛି। ସେହିପରି ୨୦୨୪ ଲୋକସଭା ନିର୍ବାଚନ ୨୩୪ ଆସନ ଜିତିଥିବା କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟକୁ ବଡ଼ ଝଟକା ଲାଗିପାରେ। ୨୦୨୪ରେ ଏନଡିଏକୁ କଡ଼ା ଟକ୍କର ଦେଇଥିବା ବିରୋଧୀ ମେଣ୍ଟ ଏବେ ନିର୍ବାଚନ ହେଲେ କେବଳ ୨୦୮ଟି ଆସନ ଜିତି ପାରିବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।

Advertisment

ଇଣ୍ଡିଆ ଟୁଡେ-ସିଭୋଟର ମୁଡ ଅଫ ନେଶନ ସର୍ଭେ ଚଳିତ ବର୍ଷ ଜୁଲାଇ ୧ରୁ ଅଗଷ୍ଟ ୧୪ ମଧ୍ୟରେ କରାଯାଇଥିଲା। ଦେଶର ସମସ୍ତ ଲୋକସଭା ଆସନରେ ସଂସ୍ଥା ସର୍ଭେ କରିଥିବା ଦାବି କରିଥିବା ବେଳେ ୫୪,୭୮୮ ଜଣଙ୍କ ମତାମତ ସଂଗ୍ରହ କରିଥିଲା। ଅତିରିକ୍ତ ଭାବେ ସି ଭୋଟରର ନିୟମିତ ଟ୍ରାକର ତଥ୍ୟରୁ ୧,୫୧,୦୩୮ ସାକ୍ଷାତକାରକୁ ମଧ୍ୟ ବିଶ୍ଲେଷଣ କରାଯାଇଥିଲା। ଏହାର ଅର୍ଥ ୨,୦୬,୮୨୬ଟି ମତାମତକୁ ନେଇ ରିପୋର୍ଟ ପ୍ରକାଶ କରାଯାଇଛି।

୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ୨୪୦ଟି ଆସନ ଜିତିଥିଲା। ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୨୭୨ ହୋଇଥିବା ବେଳେ ବିଜେପି ୩୨ଟି ଆସନ ପଛରେ ରହି ଯାଇଥିଲା। କିନ୍ତୁ ବିଜେପି ସହଯୋଗୀ ଦଳଗୁଡ଼ିକୁ ସାଥୀ କରି ୨୯୩ ଜଣ ସାଂସଦଙ୍କ ସମର୍ଥନରେ ସରକାର ଗଠନ କରିଛି।

Advertisment

ଜବାହରଲାଲ ନେହରୁ ଓ ଇନ୍ଦିରା ଗାନ୍ଧିଙ୍କ ପରେ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାର ରେକର୍ଡ ମଧ୍ୟ କରିଥିଲେ। ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ ୨୩୪ଟି ଆସନ ଜିତି ଦମ୍ଭ ଦେଖାଇଥିଲେ ହେଁ ଏହା ପରେ କେବଳ ନିରାଶ ହୋଇଛି। ମହାରାଷ୍ଟ୍ର, ଦିଲ୍ଲୀ ଓ ହରିୟାଣା ବିଧାନସଭା ଭୋଟରେ ବିରୋଧୀଙ୍କୁ ହାରିବାକୁ ପଡ଼ିଛି।

ଏବେ ମୁଡ ଅଫ ନେଶନ ସର୍ଭେରେ ମଧ୍ୟ ଏନଡିଏ ଠାରୁ ବିରୋଧୀ ବହୁ ପଛରେ ରହିବେ ବୋଲି ଆକଳନ କରାଯାଇଛି। ଯଦି ଦଳୱାରୀ ଆକଳନକୁ ବିଚାରକୁ ନେବା, ତା’ହେଲେ ଆଜି ଯଦି ଲୋକସଭା ନିର୍ବାଚନ ହେବ, ତା’ହେଲେ ବିଜେପି ଏକାକୀ ୨୬୦ଟି ଆସନ ଜିତିବ। ତଥାପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିପାରିବ ନାହିଁ।

ସେହିପରି ଫେବୃଆରୀ ମାସରେ ମୁଡ ଅଫ ନେଶନ ତୁଳନାରେ ବିଜେପି କମ ଆସନ ପାଇବ। ଫେବୃଆରୀ ମାସରେ ହୋଇଥିବା ସର୍ଭେରେ ବିଜେପି ଏକାକୀ ୨୮୧ଟି ଆସନ ଜିତିବ ବୋଲି କୁହାଯାଇଥିଲା।

PM Modi Opposition