Advertisment

ସଂସଦର ସୁରକ୍ଷା ତ୍ରୁଟିକୁ ନେଇ ଗୃହ ଅଚଳ, ୩୦ରୁ ଊର୍ଦ୍ଧ୍ୱ ସାଂସଦ ନିଲମ୍ବିତ

ବିଭିନ୍ନ ବିରୋଧୀ ଦଳର ୩୪ ଜଣ ସାଂସଦ ନିଲମ୍ବିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ଅଛନ୍ତି।

ଅଦ୍ୟତନ ହୋଇଛି
Parliament

Parliament

Advertisment

ସଂସଦର ସୁରକ୍ଷା ତ୍ରୁଟିକୁ ନେଇ ଉଠୁଛି ପଡୁଛି ଗୃହ। ଶୀତ ଅଧିବେଶରେ ସାଂସଦଙ୍କ ହଙ୍ଗାମା ଗୃହ କାର୍ଯ୍ୟକୁ ଅଚଳ କରିଦେଇଛି। ପ୍ରବଳ ହଟ୍ଟଗୋଳ କରିବାରୁ ଆଜି ପୁଣି ୩୪ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି।

Advertisment

ବିଭିନ୍ନ ବିରୋଧୀ ଦଳର ୩୪ ଜଣ ସାଂସଦ ବହିଷ୍କୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ଅଛନ୍ତି। ଆଜି ଗୃହ ଆରମ୍ଭ ହେଉ ହେଉ ସଂସଦରେ ଗ୍ୟାସ୍ ସ୍ପ୍ରେ ଘଟଣାକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଏହି ଘଟଣା ପୁରେ ପ୍ରଧାନମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ଦାବି କରିଥିଲେ କଂଗ୍ରେସ ସାଂସଦ ଅଧୀର ଚୌଧୁରୀ। 

କଂଗ୍ରେସର ଅଧୀର ଚୌଧୁରୀଙ୍କ ବ୍ୟତୀତ ଡିଏମକେ ସାଂସଦ ଟି ଆର ବାଲୁ ଓ ଦିନାନିଧି ମାରାନ, ଟିଏମସିର ସୌଗତ ରୟ ମଧ୍ୟ ନିଲମ୍ବିତ ହୋଇଛନ୍ତି। ସାଂସଦମାନଙ୍କ ନିଲମ୍ବନ ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୃହରେ ପ୍ରସ୍ତାବ ଦେଇଥିଲେ। ଡିସେମ୍ବର ୧୩ ରେ ସଂସଦର ସୁରକ୍ଷା ଉଲ୍ଲଂଘନ ପ୍ରସଙ୍ଗରେ ବିରୋଧୀ ସଦସ୍ୟମାନେ କ୍ରମାଗତ ଭାବେ ହୋହଲ୍ଲା କରିବାରୁ ସେମାନଙ୍କୁ ନିଲମ୍ବନ କରାଯାଇଛି। 

Advertisment

ସାଂସଦଙ୍କ ନିଲମ୍ବନ ପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। 

ପ୍ରକାଶ ଥାଉ କି, ସଂସଦର ସୁରକ୍ଷାରେ ତ୍ରୁଟି ହେବାର ଗୋଟିଏ ଦିନ ପରେ ଡିସେମ୍ବର ୧୪ରେ ୧୩ ଜଣ ଲୋକସଭା ସାଂସଦ ଏବଂ ଜଣେ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା। ଗୃହରେ "ଅସାମ୍ବିଧାନିକ ଆଚରଣ" ଅଭିଯୋଗରେ ସେମାନେ ନିଲମ୍ବିତ ହୋଇଥିଲେ।

Lok Sabha Parliament Security Lapse Row MPs Suspension Winter Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe