Advertisment

୩୩ ମନ୍ତ୍ରୀଙ୍କ ପାଇଁ କିଣା ହେବ ୩୩ ଗାଡ଼ି, ଖର୍ଚ୍ଚ ୧୦ କୋଟି

ଦୁଇ ଦିନ ତଳେ କଂଗ୍ରେସ ସରକାର ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିବା ସବୁଠାରୁ ବଡ଼ ଗୃହ ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ କରିଥିଲେ।

author-image
Hemant Lenka
Car

Car

କର୍ଣ୍ଣାଟକାରେ କ୍ଷମତାସୀନ କଂଗ୍ରେସ ସରକାର ତା’ର ନୂଆ ମନ୍ତ୍ରୀମାନଙ୍କ ପାଇଁ ନୂଆ ଗାଡ଼ି କିଣିବାକୁ ନିଷ୍ପତ୍ତି ନେଇଛି। ସରକାର ୩୩ ଜଣ ମନ୍ତ୍ରୀଙ୍କ ପାଇଁ ୩୩ଟି ଟୋୟୋଟା ଇନୋଭା ହାୟକ୍ରସ ହାଇବ୍ରିଡ୍‌ ଏସ୍‌ୟୁଭି କିଣିବେ। ପ୍ରତି ମନ୍ତ୍ରୀଙ୍କୁ ଗୋଟିଏ ଲେଖାଏ ଗାଡ଼ି ମିଳିବ। ଏଥିପାଇଁ ୯.୯ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି।

Advertisment

ତେବେ ମନ୍ତ୍ରୀମାନଙ୍କ ପାଇଁ ଦାମୀ ଗାଡ଼ି କିଣିବାକୁ ସରକାର ନେଇଥିବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ବେଙ୍ଗାଲୁରୁରେ ଇନୋଭା ହାୟକ୍ରସ ଗାଡ଼ିର ଦାମ ପ୍ରାୟ ୩୯ ଟଙ୍କା। ତେଣୁ ଏତେ ଦାମୀ ଗାଡ଼ି କିଣିବାର ଆବଶ୍ୟକ କ’ଣ ବୋଲି ଅନେକ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ସରକାରଙ୍କ ଗାଡ଼ି କିଣିବା ନିଷ୍ପତ୍ତିକୁ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଯର୍ଥାର୍ଥ ବୋଲି କହିଛନ୍ତି। ସେ କହିଛନ୍ତି, “ଏଥିରେ ଭୁଲ କ’ଣ? ମନ୍ତ୍ରୀମାନଙ୍କ ସୁରକ୍ଷା ଜରୁରୀ। କାରଣ ସେମାନେ ଦୂର ବାଟ ଯାତ୍ରା କରୁଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ ଭଳି ଆମେ ହେଲିକପ୍ଟର କିମ୍ବା ଚାର୍ଟାର୍ଡ ବିମାନ କିଣିନୁ। ଏପରି କି ମୁଁ ବ୍ୟବସାୟିକ ବିମାନରେ ଯିବା ଆସିବା କରେ।”

Advertisment

ଦୁଇ ଦିନ ତଳେ କଂଗ୍ରେସ ସରକାର ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିବା ସବୁଠାରୁ ବଡ଼ ଗୃହ ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ କରିଥିଲେ। ଏଥିପାଇଁ ସରକାର ୧୭,୫୦୦ କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବେ। ଏପରି ସ୍ଥିତିରେ ପୁଣି ଗାଡ଼ି ପାଇଁ ଏତେ ଟଙ୍କା ଖର୍ଚ୍ଚ କରାଯିବା ସମସ୍ତଙ୍କୁ ଚକିତ କରିଛି।

Congress Karnataka