Advertisment

୩୪ ସହ ୨୪ ଲଢ଼େଇ; ବଳ ଗୋଟାଉଛନ୍ତି ଏନ୍‌ଡିଏ ଓ ୟୁପିଏ

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏନ୍‌ଡିଏର ବୈଠକ ହେବାକୁ ଥିବା ବେଳେ ବିରୋଧୀ ଦଳମାନଙ୍କର ନେତୃତ୍ୱ ନେଉଛି କଂଗ୍ରେସ।

author-image
Niranjan Mishra
ଅଦ୍ୟତନ ହୋଇଛି
The NDA meeting will be chaired by BJP President JP Nadda and PM Modi

The NDA meeting will be chaired by BJP President JP Nadda and PM Modi

୩୪ ସହ ୨୪ ଲଢ଼େଇ; ବଳ ଗୋଟାଉଛନ୍ତି ଏନ୍‌ଡିଏ ଓ ୟୁପିଏ। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏନ୍‌ଡିଏର ବୈଠକ ହେବାକୁ ଥିବା ବେଳେ ବିରୋଧୀ ଦଳମାନଙ୍କର ନେତୃତ୍ୱ ନେଉଛି କଂଗ୍ରେସ।

Advertisment

ଆସନ୍ତା ସପ୍ତାହରେ ଏହି ହାଇଭୋଲ୍ଟେଜ୍ ରାଜନୈତିକ କସରତ ଦେଖିବାକୁ ମିଳିବ। ଯେଉଁଠାରେ ଆସନ୍ତା ନିର୍ବାଚନ ପୂର୍ବରୁ ଦୁଇଦଳ ନିଜର ଦଳବଳ ପ୍ରସ୍ତୁତ କରିବାକୁ ସମର୍ଥକଙ୍କ ସହ ବୈଠକ କରିବେ। ନ୍ୟାସନାଲ ଡେମୋକ୍ରାଟିକ୍ ଆଲିଆନ୍‌ସ(ଏନ୍‌ଡିଏ) ଆସନ୍ତା ମଙ୍ଗଳବାର ଦିଲ୍ଲୀରେ ମେଗା ବୈଠକ କରିବାକୁ ସ୍ଥିର କରିଛି। ଏହି ବୈଠକରେ ପ୍ରାୟ ୩୦ରୁ ରାଜନୈତିକ ଦଳ ଯୋଗଦେଉଥିବା ପୂର୍ବାନୁମାନ କରାଯାଇଛି।

ଯେତେବେଳେକି ୨୪ଟି ବିରୋଧୀ ଦଳ ବେଙ୍ଗାଲୁରୁ ଠାରେ ଏକାଠି ହୋଇ ସୋମବାର ଓ ମଙ୍ଗଳବାର ବିଜେପି ବିରୋଧରେ ବୈଠକ କରିବାକୁ ମେଳି ହେବେ। ଜୁଲାଇ ୨୦ ତାରିଖରେ ସଂସଦର ମୌସୁମୀ ଅଧୁବେଶନ ଥିବା ବେଳେ ବିରୋଧୀ ଓ କ୍ଷମତାରେ ଥିବା ବିଜେପିର ଏହି ରଣନୀତି ଏକ ନିର୍ଣ୍ଣାୟକ ରଙ୍ଗ ନେବ ବୋଲି କୁହାଯାଇଛି।

Advertisment

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏନ୍‌ଡିଏର ବୈଠକରେ ଅନେକ ନୂଆ ଦଳଙ୍କୁ ଯୋଗଦେବାର ଦେଖିବାକୁ ମିଳିବ। ବିଜେପି ପକ୍ଷରୁ ଏହି ନୂଆ ଦଳମାନଙ୍କୁ ଏନ୍‌ଡିଏରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ଅଶୋକ ହୋଟେଲରେ ଏହି ବୈଠକ ହେବ।

ବିହାରରୁ ୪ ରାଜନୈତିକ ଦଳ ଯଥା ଲୋକ ଜନଶକ୍ତି ଦଳ(ରାମ ଭିଲାସ୍)ର ନେତା ଚିରାଗ ପାଶୱାନ, ହିନ୍ଦୁସ୍ଥାନୀ ଆବାମ୍‌ ମୋର୍ଚ୍ଚାର ନେତା ଜିତନ ରାମ ମାଞ୍ଝୀ, ରାଷ୍ଟ୍ରୀୟ ଲୋକ ସମତା ଦଳର ଉପେନ୍ଦ୍ର ସିଂ ଖୁସାୱନ୍ତ, ବିକାଶଶୀଳ ଇନ୍‌ସାନ ପାର୍ଟିର ନେତା ମୁକେଶ ଶାହାଣୀ ଏନ୍‌ଡିଏ ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ ପାଇଛନ୍ତି।

ସେହିପରି ଆଖିଳେସଙ୍କ ପୂର୍ବତନ ସହଯୋଗୀ ତଥା ସୁହେଲଦେବ ଭାରତୀୟ ସମାଜ ପାର୍ଟିର ଓମପ୍ରକାଶ ରାଜଭାର ଦିନକ ପୂର୍ବରୁ ଏନ୍‌ଡିଏରେ ଯୋଗଦେବାକୁ ଘୋଷଣା କରିଛନ୍ତି। ସମାଜବାଦୀ ପାର୍ଟିର ବିଧାୟକ ଦାରା ସିଂହ ଚୌହାନ୍‌ ଗତକାଲି ଉତ୍ତରପ୍ରଦେଶ ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଥିଲେ।

ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ନେତୃତ୍ୱାଧୀନ ତେଲୁଗୁଦେଶମ ପାର୍ଟି ଏବଂ ବାଦଲ ପାରିବାର ନେତୃତ୍ୱାଧୀନ ଶିରୋମଣି ଅକାଳୀ ଦଳ ଏନ୍‌ଡିଏରେ ସାମିଲ ନ ହୋଇପାରେ।

ତେଣୁ ଏନ୍‌ଡିଏ ସହ ଥିବା ପ୍ରମୁଖ ୨୪ ଦଳଗୁଡ଼ିକ ହେଲା, ବିଜେପି, ଏଆଇଏଡିଏମ୍‌କେ, ଶିବସେନା(ଏକନାଥ ସିଦ୍ଧେଙ୍କ), ଏମ୍‌ପିପି, ଏନ୍‌ଡିପିପି, ଏସ୍‌କେଏମ୍, ଜେଜେପି, ଆଇଏମ୍‌କେଏମ୍‌କେ, ଏଜେଏସ୍‌ୟୁ, ଆରପିଆଇ, ଏମ୍‌ଏନ୍‌ଏଫ୍‌, ଟିଏମ୍‌ସି(ତାମିଲ ମାନିଲା କଂଗ୍ରେସ୍), ଆଇପିଏଫ୍‌ଟି(ତ୍ରିପୁରା), ବିପିପି, ପିଏମ୍‌କେ, ଏମ୍‌ଜିପି, ଆପନା ଦଲ, ଏଜିପି, ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି, ନିଶାଦ ପାର୍ଟି, ୟୁପିପିଏଲ୍‌, ଏଆଇଆରଏନ୍‌ସି, ଶିରୋମଣି ଅକାଳୀ ଦଳ, ସଂଯୁକ୍ତ(ଧିନ୍ଦଶା), ଜନସେନା(ପାୱନ କଲ୍ୟାଣ)।

ଏନ୍‌ସିପି(ନ୍ୟାସସନାଲିଷ୍ଟ କଂଗ୍ରେସ ପାର୍ଟି ଅଜିତ୍‌ ପାୱାରଙ୍କ ନେତୃତ୍ୱାଧୀନ), ଲୋକଜନଶକ୍ତି ପାର୍ଟି(ରାମ ଭିଲାସ୍), ଏଚ୍‌ଏଏମ୍, ଭିଆଇପି(ବିକାଶ ଶିଳ ଇନ୍‌ସାନ ପାର୍ଟି), ଏସ୍‌ବିଏସ୍‌ପି ପ୍ରଭୃତି ଦଳ ଏନ୍‌ଡିଏ ସହ ନୂଆକରି ମିଶୁଛନ୍ତି।

ସେହିପରି ବାଙ୍ଗାଲୁରୁ ବୈଠକରେ କଂଗ୍ରେସ, ଟିଏମ୍‌ସି, ଡିଏମ୍‌କେ, ଆପ୍‌, ଜେଡିୟୁ, ଆରଜେଡି, ସିପିଏମ୍‌, ସିପିଆଇ, ଏନ୍‌ସିପି, ଶିବସେନା, ସମାଜବାଦୀ ପାର୍ଟି, ନ୍ୟାସନାଲ କନ୍‌ଫରେନ୍ସ, ପିଡିପି, ସିପିଆଇ ଏମ୍‌ଏଲ୍, ଜେଏମ୍‌ଏମ୍‌, ଆରଏଲ୍‌ଡି, ଆରଏସ୍‌ପି, ଆଡିୟୁଏମ୍‌ଏଲ୍, କେରଳ କଂଗ୍ରେସ ଏମ୍‌, ବିସିକେ, ଏମ୍‌ଡିଏମ୍‌କେ, କେଡିଏମ୍‌କେ, କେରଳ କଂଗ୍ରେସ(ଜେ), ଫରୱାର୍ଡ ବ୍ଲକ୍ ପ୍ରମୁଖ ୨୪ ଦଳ ସାମିଲ ହେବେ ବୋଲି ଜଣାପଡ଼ିଛି।

Congress Politics Bjp Politics