Advertisment

ଧାରା ୩୭୦ ଉଚ୍ଛେଦକୁ ୪ ବର୍ଷ: ଗୃହବନ୍ଦୀ କରାଯାଇଥିବା ଦାବି କଲେ ମେହବୁବା ମୁଫତି

ଆଜି ଧାରା ୩୭୦ ଉଚ୍ଛେଦକୁ ୪ ବର୍ଷ ପୂରିଥିବା ବେଳେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବଡ଼ ଦାବି କରିଛନ୍ତି। ଆଜି ସକାଳୁ ତାଙ୍କୁ ଓ ପିଡିପିର ଅନେକ ନେତାଙ୍କୁ ପୁଲିସ୍‌ ପ୍ରଶାସନ ଗୃହବନ୍ଦୀ କରି ରଖିଥିବା ସେ କହିଛନ୍ତି।

Mufti

Mufti

Advertisment

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ଆଜି ୪ ବର୍ଷ ପୂରିଛି। ଉଚ୍ଛେଦ ହେବା ଦିନ ଠାରୁ ଏହାକୁ ନେଇ ବିବାଦ ଚାଲିଥିବା ବେଳେ ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି। ୨୦୧୯ ମସିହା ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିଥିଲେ। ଏଥିସହ ଜମ୍ମୁ-କଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରିଥିଲେ। ଏବେ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ।

Advertisment

ଆଜି ଧାରା ୩୭୦ ଉଚ୍ଛେଦକୁ ୪ ବର୍ଷ ପୂରିଥିବା ବେଳେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବଡ଼ ଦାବି କରିଛନ୍ତି। ଆଜି ସକାଳୁ ତାଙ୍କୁ ଓ ପିଡିପିର ଅନେକ ନେତାଙ୍କୁ ପୁଲିସ୍‌ ପ୍ରଶାସନ ଗୃହବନ୍ଦୀ କରି ରଖିଥିବା ସେ କହିଛନ୍ତି।

ମେହବୁବା ନିଜର ସୋଶାଲ ମିଡିଆ ଆକାଉଣ୍ଟରେ ଗୃହବନ୍ଦୀ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଅନେକ ବରିଷ୍ଠ ପିଡିପି ନେତାଙ୍କ ସମେତ ମୋତେ ଗୃହବନ୍ଦୀ କରି ରଖାଯାଇଛି।” ମେହବୁବା ତାଙ୍କ ଘରର ଗେଟ୍‌ରେ ତାଲା ପଡ଼ିଥିବାର ଫଟୋ ମଧ୍ୟ ଶେୟାର କରିଛନ୍ତି।

Advertisment

ଜମ୍ମୁ-କଶ୍ମୀର ଠାରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରାଯିବା ସହ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ଏହାର ପୂର୍ତ୍ତି ଅବସରରେ ଲୋକମାନେ ନିଜର ସ୍ୱର ଉଠାଇବାକୁ ଚାହୁଁଛନ୍ତି। କିନ୍ତୁ ସରକାର ବଳ ପ୍ରୟୋଗ କରି ସେମାନଙ୍କ ସ୍ୱର ବନ୍ଦ କରିବାକୁ ଚେଷ୍ଟା କରିଥିବା ମେହବୁବା ମୁଫତି କହିଛନ୍ତି।

ସେ କହିଛନ୍ତି, “ମଧ୍ୟରାତ୍ର ପରେ ପ୍ରଥମେ ଚଢ଼ଉ କରି ମୋ ଦଳର ଅନେକ ଲୋକଙ୍କୁ ବେଆଇନ ଭାବେ ଥାନାରେ ଅଟକ ରଖାଯିବା ପରେ ଗୃହବନ୍ଦୀ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜମ୍ମୁ-କଶ୍ମୀରରେ ସବୁ କିଛି ସ୍ୱାଭାବିକ ଥିବା ନେଇ ଭାରତ ସରକାର ସୁପ୍ରିମକୋର୍ଟରେ ଯେଉଁ ଦାବି କରୁଛନ୍ତି, ତା’ର ଅସଲ ଚେହେରା ପଦାରେ ପଡ଼ିଛି।

ଗୋଟିଏ ପଟେ ବେଆଇନ ଭାବେ ଉଚ୍ଛେଦ ହୋଇଥିବା ଧାରା ୩୭୦ ବର୍ଷ ପୂର୍ତ୍ତିକୁ ପାଳନ କରିବାକୁ ପାଇଁ ବଡ଼ବଡ଼ ହୋର୍ଡିଂ ଲଗାଇ କଶ୍ମୀରବାସୀଙ୍କୁ ଆହ୍ୱାନ ଦିଆଯାଉଛି। କିନ୍ତୁ ଅନ୍ୟପଟେ କଶ୍ମୀରବାସୀଙ୍କ ବାସ୍ତବ ଭାବାବେଗକୁ ଫୋର୍ସ ଲଗାଇ ଚାପି ଦିଆଯାଉଛି। ଆଶା ଅଛି ଯେ ସୁପ୍ରିମକୋର୍ଟ ନିଜ ଆଡ଼ୁ ଏହାକୁ ବିଚାର ପାଇଁ ଗ୍ରହଣ କରିବେ। ସୁପ୍ରିମକୋର୍ଟ ଏକ ମାତ୍ର ପ୍ରତିଷ୍ଠାନ ଯିଏ ସମ୍ବିଧାନର ସୁରକ୍ଷା କରିପାରିବେ।”

ମୁଫତିଙ୍କ ଦଳ ପିଡିପି ଦାବି କରିଛି ଯେ ସେମାନେ ଧାରା ୩୭୦ ଉଚ୍ଛେଦର ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ ଶାନ୍ତିପୂର୍ଣ୍ଣ କାର୍ଯ୍ୟକ୍ରମ ପାଇଁ ଅନୁମତି ମାଗିଥିଲେ। କିନ୍ତୁ ସେମାନଙ୍କୁ ଏଥିପାଇଁ ଅନୁମତି ମିଳି ନଥିଲା। ଏହାପରେ ରାତି ପ୍ରାୟ ୩.୦୩ରେ ପୁଲିସ୍‌ ପିଡିପି ନେତାଙ୍କ ଠିକଣାରେ ଚଢ଼ଉ କରିଥିଲା।

ପୂର୍ବତନ ମନ୍ତ୍ରୀ ଅବଦୁଲ ରେହମାନ ବୀରି, ନୟିମ ଅଖତର ଓ ଆସିୟା ନକାଶ, ପିଡିପିର ସାଧାରଣ ସମ୍ପାଦକ ଗୁଲାମ ନହି ଲୋନ ହନଜୁରା, ସାଧାରଣ ସମ୍ପାଦକ (ସଂଗଠନ) ମେହବୁବ ବେଗ ଓ ବଡ଼ଗାମର ଜିଲ୍ଲା ସଭାପତି ୟାସିନ ଭଟଙ୍କୁ ଗୃହବନ୍ଦୀ କରି ରଖାଯାଇଛି ବୋଲି ଦଳର ଜଣେ ମୁଖପାତ୍ର କହିଛନ୍ତି।

Jammu Kashmir Mehbooba Mufti
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe