Advertisment

ଦୁର୍ନୀତିରେ ମାତିଛନ୍ତି ସରକାରୀ ବାବୁ! ୫ ବର୍ଷରେ ଧରା ପଡ଼ିଛନ୍ତି ୪୪୭

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଗତ ୫ ବର୍ଷରେ ୯୧୧ଟି ଭିଜିଲାନ୍ସ ମାମଲାର ବିଚାର ପ୍ରକ୍ରିୟା ଶେଷ ହୋଇଛି। ଯେଉଁଥିରେ ବିଚାର ପ୍ରକ୍ରିୟା ଶେଷ ହୋଇଥିବା ୩୦ଟି ମାମଲା ଉପରୋକ୍ତ ୫ ବର୍ଷ ମଧ୍ୟରେ ରୁଜୁ ହୋଇଥିଲା।

ଅଦ୍ୟତନ ହୋଇଛି
undefined

Odisha Assembly

Advertisment

ଲାଞ୍ଚ ନେବା ଏକ ଦଣ୍ଡନୀୟ ଅପରାଧ। ଭିଜିଲାନ୍ସ ସଚେତନତା ସପ୍ତାହରେ ପ୍ରତିବର୍ଷ ସରକାରୀ ବାବୁମାନେ ଶପଥ ନେଉଛନ୍ତି। ତଥାପି ବାବୁମାନେ ଲାଞ୍ଚ ନେଇ ମାଲାମାଲ୍‌ ହେଉଛନ୍ତି। ଆଉ ପରବର୍ତ୍ତୀ ସମୟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରାପଡ଼ୁଛନ୍ତି ସରକାର ବାବୁ। ମିଳିଥିବା ସୂଚନା ଅନୁସାରେ ଗତ ୫ ବର୍ଷରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪୪୭ ଜଣ ସରକାରୀ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କଂଗ୍ରେସ ବିଧାୟକ କାଡ୍ରାକା ଆପାଲା ସ୍ୱାମୀଙ୍କ ପ୍ରଶ୍ନରେ ଆଜି ବିଧାନସଭାରେ ଏପରି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ବିଧାୟକ କାଡ୍ରାକା ଆପାଲା ସ୍ୱାମୀଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟରେ ଦୁର୍ନୀତି ନିବାରଣ ବିଭାଗ ୨୦୧୯ ଜାନୁଆରୀ ୧ ତାରିଖରୁ ୨୦୨୩ ଡିସେମ୍ୱର ୩୧ ଭିତରେ ୪୪୭ ଜଣ ସରକାରୀ ବାବୁଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାମଲା ରୁଜୁ ହୋଇଛି। ସେହିପରି ୫୯୪ ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ଫନ୍ଦି ମାମଲା ରୁଜୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଗତ ୫ ବର୍ଷରେ ୯୧୧ଟି ଭିଜିଲାନ୍ସ ମାମଲାର ବିଚାର ପ୍ରକ୍ରିୟା ଶେଷ ହୋଇଛି। ଯେଉଁଥିରେ ବିଚାର ପ୍ରକ୍ରିୟା ଶେଷ ହୋଇଥିବା ୩୦ଟି ମାମଲା ଉପରୋକ୍ତ ୫ ବର୍ଷ ମଧ୍ୟରେ ରୁଜୁ ହୋଇଥିଲା। ଉକ୍ତ ୩୦ଟି ମାମଲା ମଧ୍ୟରୁ ୧୧ଟି ମାମଲାରେ ୧୧ ଜଣ ସରକାରୀ କର୍ମଚାରୀ ବିଭିନ୍ନ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ୧୨ଟି ମାମଲାରେ ସରକାରୀ କର୍ମଚାରୀମାନେ ଦୋଷ ମୁକ୍ତ ହୋଇଛନ୍ତି। ୭ଟି ମାମଲାରେ ସରକାରୀ କର୍ମଚାରୀମାନେ ବିଚାରାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ତେଣୁ ସେହି ମାମଲା ଗୁଡ଼ିକ ସମାପ୍ତ କରି ଦିଆଯାଛି। ଦଣ୍ଡିତ ହୋଇଥିବା କୌଣସି ସରକାରୀ କର୍ମଚାରୀ ସରକାରୀ କାର୍ଯ୍ୟରେ ନିୟୋଜିତ ନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ଉତ୍ତରରେ କହିଛନ୍ତି।

Advertisment

ରାଜ୍ୟରେ ଦୁର୍ନୀତି ନିବାରଣ ପକ୍ଷରୁ ଗତ ୫ ବର୍ଷରେ କେତେ ଜଣ ସରକାରୀ କର୍ମଚାରୀଆୟ ବହିର୍ଭୂତ ଠୁଳ କରିଛନ୍ତି? କେତେ ଜଣ ଟ୍ରାପ୍‌ ହୋଇ ମାମଲା ରୁଜୁ ହୋଇଛି? କେତେ ଜଣ ଭିଜିଲାନ୍ସ କୋର୍ଟଦ୍ୱାରା ଦଣ୍ଡିତ ହୋଇଛନ୍ତି? ଦଣ୍ଡିତ ପରେ କେତେ ଜଣ କର୍ମଚାରୀ କାର୍ଯ୍ୟରେ ନିୟୋଜିତ ଅଛନ୍ତି? ଆଜି ବିଧାନସଭାରେ ଏପରି ପ୍ରଶ୍ନ ପଚାରିଥିଲେ କଂଗ୍ରେସ ବିଧାୟକ କାଡ୍ରାକା ଆପାଲା ସ୍ୱାମୀ।

Bhubaneswar Bjp Congress Odisha Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe