Advertisment

ପୁଣି ନିଲମ୍ବନ, ଉଭୟ ଗୃହରୁ ନିଲମ୍ବିତ ସାଂସଦଙ୍କ ସଂଖ୍ୟା ୧୪୧ରେ ପହଞ୍ଚିଲା

ଆଜି ପୁଣି ଲୋକସଭାରେ ହଙ୍ଗାମା କରି ୪୯ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Opposite Parties MP

Opposite Parties MP

Advertisment

ପୁଣି ନିଲମ୍ବିତ ହେଲେ ୪୯ ସାଂସଦ। ଗୃହରେ 'ଅସାମ୍ବିଧାନିକ ଆଚରଣ' ଅଭିଯୋଗରେ ଆଉ ୪୯ ଜଣ ସାଂସଦଙ୍କୁ ଲୋକସଭାରୁ ନିଲମ୍ବନ କରାଯାଇଛି। ଗତକାଲି ଉଭୟ ଗୃହରୁ ୭୮ ସାଂସଦ ନିଲମ୍ବିତ ହୋଇଥିଲେ। 

Advertisment

ଚଳିତ ଶୀତ ଅଧିବେଶନରେ ଗୃହରୁ ସର୍ବାଧିକ ସାଂସଦଙ୍କ ନିଲମ୍ବନ କରାଗଲାଣି। ବର୍ତ୍ତମାନ ସୁଦ୍ଧା ଉଭୟ ଗୃହରୁ ୧୪୧ ଜଣ ସାଂସଦ ସସପେଣ୍ଡ ହୋଇଥିବା ରିପୋର୍ଟ ହସ୍ତଗତ ହୋଇଛି। ସଂସଦ ଭବନ ସୁରକ୍ଷା ତ୍ରୁଟିକୁ ନେଇ ଗୃହରେ ହଙ୍ଗାମା କାରଣରୁ ବିରୋଧୀ ଦଳ ସାଂସଦଙ୍କ ନିଲମ୍ବନ କରାଯାଉଛି। ଘଟଣାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତ୍ତି ଦାବି କରି ବିରୋଧୀ ଦଳ ସାଂସଦମାନେ ହଙ୍ଗାମା କରୁଛନ୍ତି।

ସଂସଦକୁ କିଛି ଯୁବକ ପ୍ରବେଶ କରି ଗ୍ୟାସ୍ ସ୍ପ୍ରେ କରିବା ଘଟଣାର ପରଦିନ ଅର୍ଥାତ୍ ଡିସେମ୍ବର ୧୪ରେ ୧୩ ଜଣ ସାଂସଦ ନିଲମ୍ବିତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ରାଜ୍ୟସଭା ଏବଂ ଅନ୍ୟମାନେ ଲୋକସଭା ସାଂସଦ ଥିଲେ। ଏହାପରେ ଗତକାଲି ପୁଣି ସମାନ ଦାବିରେ ହଙ୍ଗାମା କରି ଲୋକସଭାରୁ ୩୪ ସାଂସଦ ନିଲମ୍ବିତ ହୋଇଥିଲେ।

Advertisment

ସେହିପରି ରାଜ୍ୟସଭାରେ ମଧ୍ୟ ବିରୋଧୀ ଦଳ ସାଂସଦମାନେ ହଟ୍ଟଗୋଳ କରିଥିଲେ। ଏହାପରେ ୪୫ ଜଣ ସାଂସଦଙ୍କୁ କାଲି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀଶ ଧନଖଡ ନିଲମ୍ବିତ କରିଥିଲେ। ଗୃହରେ ସାଂସଦମାନେ ନିଜକୁ ଦଙ୍ଗାକାରୀ ସଜାନ୍ତୁ ନାହିଁ ବୋଲି ଅଧ୍ୟକ୍ଷ ଆହ୍ୱାନ କରିଥିଲେ। ତଥାପି ସାଂସଦମାନେ ହଟ୍ଟଗୋଳ ଜାରି ରଖିଛନ୍ତି।

ଅନ୍ୟପଟେ ନିଲମ୍ବିତ ସାଂସଦମାନେ ସଂସଦ ଆଗରେ ଧାରଣାରେ ବସିଛନ୍ତି। ନରେନ୍ଦ୍ର ମୋଦିଙ୍କ ସରକାର ଗଣତନ୍ତ୍ର ଉପରେ ଆକ୍ରମଣ କରୁଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅଭିଯୋଗ କରିଛନ୍ତି। ସେପଟେ ଆଜି ଇଣ୍ଡିଆ ମେଣ୍ଟ ବୈଠକ ବସିଛି। ଆଗକୁ ବିରୋଧୀ ଦଳ ସାଂସଦମାନଙ୍କ ରଣନୀତି କଣ ହେବ ତାହା ବୈଠକରେ ଆଲୋଚନା ହୋଇଛି।  

Lok Sabha MPs Suspended Parliament Security Lapse Row MPs Suspension
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe