ଅଳ୍ପରେ ୪ର୍ଥ ପାଳି ନିର୍ବାଚନ କଥା: ସନ୍ଧ୍ୟା ୬ଟାରେ ସରିବ ପ୍ରଚାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪ର୍ଥ ତଥା ଓଡ଼ିଶାର ଭୋଟ ମହାପର୍ବର ଅନ୍ତିମ ପର୍ଯ୍ୟାୟ ପାଇଁ ଆଜି ସରୁଛି ନିର୍ବାଚନ ପ୍ରଚାର। କେନ୍ଦ୍ରାପଡା, ଜଗତ୍‌ସିଂହପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଲୋକସଭା ଆସନ ପାଇଁ ଏହି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଅନେକ ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ଏହି ପାଳିରେ। ତେବେ ଆସନ୍ତୁ ଅଳ୍ପରେ ଜାଣିବା ଏହି ପାଳି ନିର୍ବାଚନ ସମ୍ପର୍କରେ। ଶନିବାର ସନ୍ଧ୍ୟା ୬ଟାରେ ସରିବ ନିର୍ବାଚନ ପ୍ରଚାର। ୪୮ ଘଣ୍ଟାର ନୀରବତା […]

4th-phyase

Mihir Pattnayak
  • Published: Saturday, 27 April 2019
  • , Updated: 27 April 2019, 05:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪ର୍ଥ ତଥା ଓଡ଼ିଶାର ଭୋଟ ମହାପର୍ବର ଅନ୍ତିମ ପର୍ଯ୍ୟାୟ ପାଇଁ ଆଜି ସରୁଛି ନିର୍ବାଚନ ପ୍ରଚାର। କେନ୍ଦ୍ରାପଡା, ଜଗତ୍‌ସିଂହପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଲୋକସଭା ଆସନ ପାଇଁ ଏହି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଅନେକ ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ଏହି ପାଳିରେ। ତେବେ ଆସନ୍ତୁ ଅଳ୍ପରେ ଜାଣିବା ଏହି ପାଳି ନିର୍ବାଚନ ସମ୍ପର୍କରେ।

  • ଶନିବାର ସନ୍ଧ୍ୟା ୬ଟାରେ ସରିବ ନିର୍ବାଚନ ପ୍ରଚାର।
  • ୪୮ ଘଣ୍ଟାର ନୀରବତା ପରେ ସୋମବାର ସକାଳୁ ଆରମ୍ଭ ହେବ ମତଦାନ।
  • ୫୫ ଜଣ ଲୋକସଭା ପ୍ରାର୍ଥୀ ଓ ୩୪୬ ଜଣ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।
  • ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ୩୧୧ ପୁରୁଷ, ୩୪ ମହିଳା ଓ ଜଣେ କିନ୍ନର ଅଛନ୍ତି।
  • ୧୦ ହଜାର ୭୯୨ ବୁଥ୍‌ରେ ହେବ ମତଦାନ।
  • ମତାଧିକାର ସାବ୍ୟସ୍ତ କରିବେ ୯୫ ଲକ୍ଷ ୧୪,୮୮୩ ଜଣ ନାଗରିକ।
  • ମତଦାତାଙ୍କ ମଧ୍ୟରେ ୪୯ ଲକ୍ଷ ୮ ହଜାର ୫୭୫ ଜଣ ପୁରୁଷ, ୪୬ଲକ୍ଷ ୫ ହଜାର ୬୯୪ ମହିଳା ଓ ୬୧୫ ଜଣ କିନ୍ନର ଅଛନ୍ତି।

କେଉଁ ନିର୍ବାଚନ ମଣ୍ଡଳୀରେ ହେଉଛି ଭୋଟ

  • ମୟୂରଭଞ୍ଜ ଲୋକସଭା ସହ ଏହା ଅଧିନରେ ଥିବା ଯଶିପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରପୋଷି, ଉଦଳା, ବାରିପଦା ଓ ମୋରଡା ବିଧାନସଭା ପାଇଁ ମତଦାନ ହେବ।
  • ବାଲେଶ୍ୱର ଲୋକସଭା ଆସନ ସହ ଏହା ଅଧିନରେ ଥିବା ବଡ଼ସାହି, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରୀ ବିଧାନସଭା ପାଇଁ ହେବ ମତଦାନ।
  • ଭଦ୍ରକ ଲୋକସଭା ଆସନ ସମେତ ଏହା ଅଧିନରେ ଥିବା ସୋର, ସିମୁଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ବିଧାନସଭା ପାଇଁ ହେବ ଭୋଟ୍‌।
  • ଯାଜପୁର ଲୋକସଭା ଆସନ ସମେତ ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଆଜି ସନ୍ଧ୍ୟାରେ ସରୁଛି ପ୍ରଚାର।
  • କେନ୍ଦ୍ରାପଡା ଲୋକସଭା ଆସନ ସହ ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡା, ଆଳି, ରାଜନଗର, ମହାକାଳପଡା ବିଧାନସଭା ପାଇଁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ଏହି ପର୍ଯ୍ୟାୟରେ।
  • ଜଗତ୍‌ସିଂହପୁର ଲୋକସଭା ଆସନ ଓ ଏହା ଅଧିନରେ ଥିବା ପାରାଦୀପ, ତିର୍ତୋଲ, ବାଲିକୁଦା-ଏରସମା, ଜଗତ୍‌ସିଂହପୁର, କାକଟପୁର ଓ ନିମାପଡ଼ା ଆସନ ପାଇଁ ଭୋଟ୍‌ ହେବ।

Related story