Advertisment

ପ୍ରଧାନମନ୍ତ୍ରୀଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମବେଳେ ଗଣ୍ଡଗୋଳ ଘଟଣା; ୫ ବିଜେପି କର୍ମକର୍ତ୍ତା ନିଲମ୍ବିତ

ଗତ ରବିବାର ତଥା ୨୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ’ମନ୍ କୀ ବାତ’ କାର୍ଯ୍ୟକ୍ରମ ଚାଲିଥିବା ଗଣ୍ଡଗୋଳ ହୋଇଥିଲା।

ଅଦ୍ୟତନ ହୋଇଛି
BJP

BJP

Advertisment

ଭୁବନେଶ୍ୱର ନିକଟ ବାଳକାଟୀରେ ପ୍ରଧାନମନ୍ତ୍ରୀଙ୍କ ’ମନ୍ କୀ ବାତ’ କାର୍ଯ୍ୟକ୍ରମବେଳେ ଗଣ୍ଡଗୋଳ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଦଳ ବିରୋଧୀ କାର୍ଯ୍ୟ ଦର୍ଶାଇ ୫ ବିଜେପି କର୍ମକର୍ତ୍ତାଙ୍କୁ ନିଲମ୍ବିତ କରିଛନ୍ତି।

Advertisment

ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ସଭାପତି ନିକୁଞ୍ଜ ପଟ୍ଟନାୟକ, ଜିଲ୍ଲା ସଂପାଦକ ବିଦ୍ୟୁତ କାଣ୍ଡି, ଖୋର୍ଦ୍ଧା ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତାପସ ଜେନା, ଅନୁସୁଚିତ ଜାତି ମୋର୍ଚ୍ଚା ଖୋର୍ଦ୍ଧା ଜିଲ୍ଲା ସଭାପତି ଶିବ ମଲ୍ଲିକ ଏବଂ କାର୍ଯ୍ୟକର୍ତ୍ତା ଧନେଶ୍ୱର ବାରିକ।ଏନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ରବିବାର ତଥା ୨୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ’ମନ୍ କୀ ବାତ’ କାର୍ଯ୍ୟକ୍ରମ ଚାଲିଥିବା ଗଣ୍ଡଗୋଳ ହୋଇଥିଲା। ‘ମନ କୀ ବାତ୍’ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ନଥିବା ଅଭିଯୋଗ କରି ଖୋଦ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ହୋହଲ୍ଲା ନାରାବାଜି କରିଥିଲେ ସଂପୃକ୍ତ କର୍ମୀ।

Advertisment

ଏପରିକି କାର୍ଯ୍ୟକର୍ତ୍ତା ଧନେଶ୍ୱର ବାରିକଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଭଣ୍ଡୁର କରିବାକୁ ଉଦ୍ୟମ କରିଥିଲେ ତାଙ୍କ ସମର୍ଥକ। ପ୍ରଭାରୀ ବିଜୟ ପାଲ୍ ସିଂ ତୋମାରଙ୍କ ଉପସ୍ଥିତିରେ ଦଳରସାଧାରଣ ସମ୍ପାଦକ ସାରଦା ଶତପଥୀଙ୍କୁ ବି ଧକ୍କା ମାରିଥିଲେ। ଏହି ଘଟଣାର ୫ ଦିନ ପରେ ଖୋର୍ଦ୍ଧା ଜିଲ୍ଲାର ୫ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦଳରୁ ନିଲମ୍ବନ କରାଯାଇଛି।

Bhubaneswar Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe