Advertisment

ଲୋକସଭା ସୁରକ୍ଷା ତ୍ରୁଟି ବିବାଦ: ୫ କଂଗ୍ରେସ ସାଂସଦ ନିଲମ୍ବିତ

ଅଧିବେଶ ଆରମ୍ଭରେ ଟିଏମସିର ରାଜ୍ୟସଭା ସାଂସଦ ଡେରିକ୍ ଓବ୍ରେନ୍ ନିଲମ୍ବିତ ହୋଇଥିଲେ।

ଅଦ୍ୟତନ ହୋଇଛି
Parliament

Parliament

Advertisment

ଲୋକସଭା ଭବନର ସୁରକ୍ଷା ତ୍ରୁଟିକୁ ନେଇ ଉଭୟ ଗୃହରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଆଜି ଗୃହ ଆରମ୍ଭରୁ ପୋଡିଅମ୍ ଆଗକୁ ଆସି ବିରୋଧୀ ଦଳ ସାଂସଦ ମାନେ ହୋହଲ୍ଲା କରିବା ସହ ପ୍ରବଳ ହଟ୍ଟଗୋଳ କରିଥିଲେ। ଏଥିରେ ପାଞ୍ଚ ଜଣ ଲୋକସଭା ସାଂସଦ ନିଲମ୍ବନ ହୋଇଛନ୍ତି।

Advertisment

ସେମାନଙ୍କ ଆଚରଣକୁ ଅଶୋଭନୀୟ ଦର୍ଶାଇ ପାଞ୍ଚ ଜଣଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି। ନିଲମ୍ବିତ ହୋଇଥିବା ସଂମସ୍ତ ସାଂସଦ କଂଗ୍ରେସର ବୋଲି ଜଣାପଡିଛି। ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ ଡିନ୍ କୁରିଆକୋସ୍, ହିବି ଇଡେନ୍, ଜୋଥିମଣି, ରମ୍ୟା ହରିଦାସ ଏବଂ ଟିଏନ୍ ପ୍ରତାପନ୍ ଅଛନ୍ତି।

ଘଟଣାକୁ ନେଇ ଉଭୟ ଗୃହରେ ନାରାବାଜି ଦେଇଛନ୍ତି ବିରୋଧୀ। ଯେଉଁ ସାଂସଦଙ୍କ ଭିଜିଟର୍ସ ପାସ୍ ବ୍ୟବହାର କରି ଭିକ୍ଷୋଭକାରୀମାନେ ଗୃହକୁ ପ୍ରବେଶ କରିଥିଲେ, ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠନ ସହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିଲମ୍ବନ ଦାବି କରିଥିଲେ। ଏହାପରେ ମଧ୍ୟାହ୍ନ ଦୁଇଟା ପର୍ଯ୍ୟନ୍ତ ଗୃହ ମୁଲତବି ରଖା ଯାଇଥିଲା। ପୁଣି ଗୃହ ଆରମ୍ଭ ହେବା ପରେ ହୋହଲ୍ଲା ଆରମ୍ଭ କରି ଦେଇଥିଲେ ବିରୋଧୀ। ଏହାକୁ ନେଇ ପାଞ୍ଚ ଜଣ କଂଗ୍ରେସର ଲୋକସଭା ସାଂସଦଙ୍କୁ ନିଲମ୍ବନ କରାଯାଇଛି। 

Advertisment

କିଛି ସମୟ ପୂର୍ବରୁ ଟିଏମସିର ରାଜ୍ୟସଭା ସାଂସଦ ଡେରିକ୍ ଓବ୍ରେନ୍ଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀଶ ଧନଖଡ ଓବ୍ରିୟନଙ୍କୁ ଅଧିବେଶନର ସମସ୍ତ ସେଶନରୁ ନିଲମ୍ବନ କରିଛନ୍ତି।  

Parliament Security Lapse Parliament Security Lapse Row Congress MPs Suspended
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe