Advertisment

ବିଜେଡି କାଉନ୍‌ସିଲରଙ୍କ ବିରୋଧରେ ୫ କୋଟି ଟଙ୍କାର ମାନହାନି ମୋକଦ୍ଦମା

NAC ଅଧ୍ୟକ୍ଷା ଆରତି ପ୍ରଧାନ ଓ ତାଙ୍କ ସ୍ୱାମୀ ବିଧାନ ଚନ୍ଦ୍ର ପ୍ରଧାନଙ୍କ ବିରୋଧରେ ବିଜେଡି କାଉନସିଲରଙ୍କ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ମାମଲା ହେବା ସହ ବ୍ୟବସ୍ଥାର ଗଳାବାଟ ଦେଇ ଅନାସ୍ଥା ଆଣିବାକୁ ନେଇ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି।

ଅଦ୍ୟତନ ହୋଇଛି
BJD

BJD

Advertisment

ନୟାଗଡ଼ ଜିଲ୍ଲା ଖଣ୍ଡପଡା ଏନ୍ଏସି ଅଧ୍ୟକ୍ଷା ଓ କାଉନସିଲରଙ୍କ ମଧ୍ୟରେ ଚାଲିଥିବା ବିବାଦ ରୋଚକ ମୋଡ଼ ନେଇଛି। NAC ଅଧ୍ୟକ୍ଷା ଆରତି ପ୍ରଧାନ ଓ ତାଙ୍କ ସ୍ୱାମୀ ବିଧାନ ଚନ୍ଦ୍ର ପ୍ରଧାନଙ୍କ ବିରୋଧରେ ବିଜେଡି କାଉନସିଲରଙ୍କ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ମାମଲା ହେବା ସହ ବ୍ୟବସ୍ଥାର ଗଳାବାଟ ଦେଇ ଅନାସ୍ଥା ଆଣିବାକୁ ନେଇ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏଥିସହ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କାଉନ୍‌ସିଲରଙ୍କ ବିରୋଧରେ ୫ କୋଟି ଟଙ୍କାର ମାନହାନି ମୋକଦ୍ଦମା କରିଛନ୍ତି ଅଧ୍ୟକ୍ଷା ଆରତି ପ୍ରଧାନ ଓ ତାଙ୍କ ସ୍ୱାମୀ ବିଧାନ ଚନ୍ଦ୍ର ପ୍ରଧାନ।

Advertisment

ପୌର ନିର୍ବାଚନ ସମୟରେ ଖଣ୍ଡପଡା ଏନ୍‌ଏସି ଅଧ୍ୟକ୍ଷା ପାଇଁ ଆରତି ପ୍ରଧାନ ସ୍ୱାଧୀନ ଭାବେ ଲଢ଼ିଥିଲେ। ବିଜେଡିକୁ ଚକମା ଦେଇ ସେ ବିଜୟୀ ହୋଇଥିଲେ। ୧୩ ଆସନ ବିଶିଷ୍ଟ ଖଣ୍ଡପଡ଼ା ଏନ୍‌ଏସିରେ ବିଜେଡିରୁ ୯ ଜଣ ଜିତିଥିବା ବେଳେ ଅଧ୍ୟକ୍ଷାଙ୍କୁ ମିଶାଇ ୫ ଜଣ ସ୍ୱାଧୀନ ଭାବେ ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ଅଧ୍ୟକ୍ଷାଙ୍କ ସମେତ ୪ କାଉନ୍‌ସିଲର ବିଜେପିରେ ମିଶି ଯାଇଥିଲେ। ତା’ପରେ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ହେଲେ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଖଣ୍ଡପଡ଼ା ରାଜନୀତି କଡ ଲେଉଟାଇଥିଲା।

ଅଧ୍ୟକ୍ଷା ଆରତି ପ୍ରଧାନଙ୍କ ବିରୋଧରେ ଆସିଲା ଅନାସ୍ଥା। ଆଉ ସେହି ଅନାସ୍ଥା ଆଣିଥିଲେ ୯ ବିଜେଡି କାଉନ୍‌ସିଲର। ଗତ ୩୦ ତାରିଖରେ ବିଜେଡି କାଉନ୍‌ସିଲରମାନେ ନୟାଗଡ଼ ଜିଲ୍ଲାପାଳଙ୍କ ପାଖରେ ଅନାସ୍ଥା ପ୍ରସ୍ତାବ ଦେଇଥିଲେ। ଏଥିସହ ଅଧ୍ୟକ୍ଷା ଆରତି ପ୍ରଧାନ ଓ ତାଙ୍କ ସ୍ୱାମୀ ବିଧାନଚନ୍ଦ୍ର ପ୍ରଧାନଙ୍କ ବିରୋଧରେ ୯ ବିଜେଡି କାଉନ୍‌ସିଲର ବିଭିନ୍ନ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏହା ବିରୋଧରେ ଗତ ୫ ତାରିଖରେ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆରତି ଓ ତାଙ୍କ ସ୍ୱାମୀ।

Advertisment

ଅନାସ୍ଥା ବିରୋଧ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଆରତି ଓ ତାଙ୍କ ସ୍ୱାମୀ। ସେହିପରି ଅପମାନ ଜନକ ମନ୍ତବ୍ୟ ଦେଇଥିବା ବିଜେଡି କାଉନ୍‌ସିଲରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ୯ ବିଜେଡି କାଉନ୍‌ସିଲରଙ୍କ ବିରୋଧରେ ୫ କୋଟି ଟଙ୍କାର ମାନହାନି ମୋକଦ୍ଦମା କରିଛନ୍ତି ଆରତି ଓ ତାଙ୍କ ସ୍ୱାମୀ। 

ଏନ୍‌ଏସି ଅଧ୍ୟକ୍ଷାଙ୍କ ସ୍ୱାମୀ ବିଧାନ ଚନ୍ଦ୍ର ପ୍ରଧାନ କହିଛନ୍ତି, ଅଧ୍ୟକ୍ଷାଙ୍କୁ ହଜାର ହଜାର ଜନସାଧାରଣ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ କରିଥିଲେ। ହେଲେ ଆଇନର ଗଳାବାଟ ଯୋଗୁ କିଛି କାଉନସିଲର ଟଙ୍କା ପାଇଁ ସବୁବେଳେ ବ୍ଲାକମେଲ କରୁଛନ୍ତି। ଅନାସ୍ଥା ପ୍ରସ୍ତାବ ଆଣି ଏହାକୁ ଉଠାଇବା ପାଇଁ ୫୦ ଲକ୍ଷ ଟଙ୍କା ଦାବି କରୁଥିବା ସଂଗୀନ ଅଭିଯୋଗ ଆଣିଛନ୍ତି ବିଧାନ ଚନ୍ଦ୍ର ପ୍ରଧାନ।

ରିପୋର୍ଟ- ଖଣ୍ଡପଡ଼ାରୁ ରାକେଶ / ନୟାଗଡ଼ରୁ ଜୟେନ୍ଦ୍ର

BjD Bjp Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe