ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆଉ ୫ବର୍ଷ ପର୍ଯ୍ୟନ୍ତ ମାଗଣା ଚାଉଳ ଓ ଗହମ ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ହିତାଧିକାରୀଙ୍କୁ ପ୍ରତିମାସରେ ମୁଣ୍ଡପିଛା ୫କିଲୋ ଚାଉଳ ଅବା ଗହମ ଯୋଗାଇବା ପାଇଁ ଆଜି କେନ୍ଦ୍ର କ୍ୟାବିନେଟ୍ ନେଇଥିବା ନିଷ୍ପତ୍ତିକୁ ବିଜେଡି ସମାଲୋଚନା କରିଛି। ଏହା କେବଳ ନିର୍ବାଚନୀ ଭେଳିକି ବୋଲି ଦଳ କହିଛି। ଅନ୍ୟପକ୍ଷରେ ରାଜ୍ୟ ବିଜେପି କେନ୍ଦ୍ର କ୍ୟାବିନେଟ୍ଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି।
କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତିକୁ ସମାଲୋଚନା କରି ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି ଯେ, କେନ୍ଦ୍ରର ବିଜେପି ସରକାର ସର୍ବଦା ଗରିବ ଲୋକଙ୍କୁ ଠକି ଆସିଛି । କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଆଉ ୫ବର୍ଷ ମାଗଣା ଖାଦ୍ୟଶସ୍ୟ ବଂଟନ ନିଷ୍ପତ୍ତି କେବଳ ନିର୍ବାଚନୀ ଭେଳିକି । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିବା ପରେ ଅନେକ କେନ୍ଦ୍ରୀୟ ଯୋଜନା ବନ୍ଦ ହୋଇଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ହୋଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କେନ୍ଦ୍ର ସରକାର ୫କିଲୋ ଚାଉଳ କାଟି ଦେଲେ । ଏବେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ କେନ୍ଦ୍ର ସରକାର ଏହି ଯୋଜନାକୁ ଆଉ ୫ବର୍ଷ ବୃଦ୍ଧି କରିବା କଥା କହି ବିଭ୍ରାନ୍ତ କରିବାକୁ ପ୍ରୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ ଅନ୍ନ କଲ୍ୟାଣ ଯୋଜନାରେ ମାଗଣା ୫କିଲୋ ଖାଦ୍ୟଶସ୍ୟ ବଂଟନକୁ କାହିଁକି ବନ୍ଦ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟ ବିଜେପି ଆଜି କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ୱାଗତ କରି କହିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ଯୋଜନାର ଅବଧି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି । ବିଜେପି ଧୈର୍ଯ୍ୟ ଓ ସାଧୁତାର ସହ ଗରିବଙ୍କ ପାଇଁ କାର୍ଯ୍ୟ କରୁଛି ବୋଲି କହିଛନ୍ତି ।
ସେହିପରି ବିଜେପି ବିଧାୟକ ନାଉରୀ ନାଏକ କହିଛନ୍ତି ଯେ, କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ମାଗଣାରେ ପ୍ରତିମାସରେ ଏହି ଖାଦ୍ୟଶସ୍ୟ ଗରିବ ଲୋକଙ୍କ ପାଖରେ ପହଂଚାଉଛନ୍ତି । ଏଥିରେ ରାଜ୍ୟ ସରକାରଙ୍କର ଟଙ୍କାଟିଏ ବି ଖର୍ଚ୍ଚ ହେଉନି । କେନ୍ଦ୍ର ସରକାର କୋଭିଡ-୧୯ ମହାମାରୀବେଳେ ବି ମାଗଣାରେ ଖାଦ୍ୟଶସ୍ୟ ପ୍ରଦାନ କରିଥିଲେ । କେନ୍ଦ୍ର ସରକାର ଯେଉଁ ଖାଦ୍ୟଶସ୍ୟ ବଂଟନ କରୁଛନ୍ତି ସେଥିରେ ରାଜ୍ୟ ସରକାର କିମ୍ବା ହିତାଧିକାରୀଙ୍କୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡ଼ୁନି । ମୋଦି ସରକାର ସମ୍ପୂର୍ଣ୍ଣ ମାଗଣାରେ ଚାଉଳ ଓ ଗହମ ଯୋଗାଇ ଦେଉଛନ୍ତି । ଏବେ ଉକ୍ତ ଯୋଜନାକୁ କେବଳ ଆଉ ୫ବର୍ଷ ବୃଦ୍ଧି କରାଗଲା । ବିଜେଡି ସରକାର ନିଜସ୍ୱ ଖାଦ୍ୟ ଯୋଜନା କିଭଳି ଚାଲୁଛି ତାହା ଲୋକେ ଜାଣିସାରିଲେଣି । ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସରକାର ବହୁ ଯୋଜନା ଘୋଷଣା କରୁଛନ୍ତି କେବଳ ସାଧାରଣ ଲୋକଙ୍କୁ ଭଣ୍ଡେଇବା ପାଇଁ । କିନ୍ତୁ ମୋଦି ସରକାର ଗରିବଙ୍କ ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, କେନ୍ଦ୍ର କ୍ୟାବିନେଟ୍ ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ୨୦୨୪ ଜାନୁୟାରୀ ୧ରୁ ଆଉ ୫ବର୍ଷ ପାଇଁ ମୁଣ୍ଡପିଛା ୫କିଲୋ ଚାଉଳ ଅବା ଗହମ ମାଗଣାରେ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନାରେ କେନ୍ଦ୍ର ସରକାର ଆଗାମୀ ୫ବର୍ଷରେ ପ୍ରାୟ ୧୧.୮ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ଓ ପ୍ରତିମାସରେ ୮୧କୋଟି ଲୋକ ଉପକୃତ ହେବେ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1701268838.jpg)