ଛାତ୍ର ବିଜେଡିରେ ୫ କାର୍ଯ୍ୟକାରୀ ସଭାପତି: ରାଜ୍ୟ କମିଟିରେ ୧୬୯ଜଣଙ୍କୁ ଥଇଥାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଭିତରେ ବଢ଼ୁଥିବା ଅସନ୍ତୋଷକୁ ଏଡ଼ାଇବାକୁ ବିଜେଡି ନିଜର ଯୁବ ଶାଖାର ପୁର୍ନଗଠନ ପରେ ଆଜି ଛାତ୍ର ଶାଖାର ପୁର୍ନଗଠନ କରିଛି । ୨୦୨୦ ସେପ୍ଟେମ୍ବର ୨୫ତାରିଖରେ ବିଜେଡି ନିଜର ଛାତ୍ର ଶାଖାର ପୁର୍ନଗଠନ କରି ରାଜ୍ୟ କମିଟିରେ ୩ଜଣ କାର୍ଯ୍ୟକାରୀ ସଭାପତି ସମେତ ମୋଟ ୧୪୧ ଜଣ ଛାତ୍ର ନେତାଙ୍କୁ ସାମିଲ କରିଥିଲା । ଏବେ ସଂଶୋଧିତ କମିଟିରେ ୫ଜଣ କାର୍ଯ୍ୟକାରୀ ସଭାପତି ସମେତ ମୋଟ ୧୬୯ଜଣଙ୍କୁ […]

BJD

BJD

Ordigital Desk
  • Published: Monday, 22 August 2022
  • Updated: 22 August 2022, 10:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଭିତରେ ବଢ଼ୁଥିବା ଅସନ୍ତୋଷକୁ ଏଡ଼ାଇବାକୁ ବିଜେଡି ନିଜର ଯୁବ ଶାଖାର ପୁର୍ନଗଠନ ପରେ ଆଜି ଛାତ୍ର ଶାଖାର ପୁର୍ନଗଠନ କରିଛି । ୨୦୨୦ ସେପ୍ଟେମ୍ବର ୨୫ତାରିଖରେ ବିଜେଡି ନିଜର ଛାତ୍ର ଶାଖାର ପୁର୍ନଗଠନ କରି ରାଜ୍ୟ କମିଟିରେ ୩ଜଣ କାର୍ଯ୍ୟକାରୀ ସଭାପତି ସମେତ ମୋଟ ୧୪୧ ଜଣ ଛାତ୍ର ନେତାଙ୍କୁ ସାମିଲ କରିଥିଲା । ଏବେ ସଂଶୋଧିତ କମିଟିରେ ୫ଜଣ କାର୍ଯ୍ୟକାରୀ ସଭାପତି ସମେତ ମୋଟ ୧୬୯ଜଣଙ୍କୁ ଥଇଥାନ କରିଛି । ଏମାନଙ୍କ ବ୍ୟତୀତ ୩୫ଟି ସାଂଗଠନିକ ଜିଲ୍ଲାରେ ୩୮ଜଣ ନେତାଙ୍କୁ ଥଇଥାନ କରାଯାଇଛି ।

ବଲାଙ୍ଗିର ଓ କୋରାପୁଟ ଜିଲ୍ଲା ଛାତ୍ର ବିଜେଡି ସଭାପତିଙ୍କୁ ପରିବର୍ତ୍ତନ କରାଯାଇଥିବାବେଳେ ରାଉରକେଲା, କଟକ ଓ କୋରାପୁଟ ଜିଲ୍ଲାରେ ସଭାପତିଙ୍କ ସହ ଅନ୍ୟ ଜଣେ ଲେଖାଏଁ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ମିଳିଛି । ତେବେ ଏହି ନୂଆ ତାଲିକା ପ୍ରସ୍ତୁତିରେ ବିଜେଡି ଛାତ୍ର ସଭାପତି ଓ ରାଜ୍ୟ ସାଧାରଣ ସମ୍ପାଦକ(ଛାତ୍ର ବ୍ୟାପାର)ଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟ କମିଟିରେ ୧୬୯ଜଣଙ୍କୁ ସାମିଲ କରାଯାଇଥିଲେ ମଧ୍ୟ ସବୁ ଜିଲ୍ଲାକୁ ପ୍ରତିନିଧିତ୍ୱର ସୁଯୋଗ ମିଳିନି । ଅନୁଗୁଳ, ବଲାଙ୍ଗିର, କନ୍ଧମାଳ, ଗଜପତି, ଜଗତସିଂହପୁର, ମାଲକାନଗିରି ଆଦି ଜିଲ୍ଲାର ଛାତ୍ର ନେତାମାନଙ୍କୁ ରାଜ୍ୟ କମିଟିରେ ସ୍ଥାନ ମିଳିନଥିବାବେଳେ ପ୍ରାୟ ୬୦ ପ୍ରତିଶତ ପଦବୀ ଭୁବନେଶ୍ୱର,କଟକ ଓ ଯାଜପୁରର ଛାତ୍ରନେତାମାନଙ୍କୁ ଦିଆଯାଇଛି ।

ବିଜେଡି ପକ୍ଷରୁ ଜାରି ତାଲିକା ଅନୁସାରେ, ଛାତ୍ର ବିଜେଡିର କାର୍ଯ୍ୟକାରୀ ସଭାପତି ପଦବୀ ୩ରୁ ୫କୁ ବୃଦ୍ଧି ପାଇଛି । ବରିଷ୍ଠ ଉପସଭାପତି ପଦକ ୩ରୁ ୮କୁ, ଜୋନ୍ ସଭାପତି ପଦ ୬ରୁ ୭କୁ, ସାଧାରଣ ସମ୍ପାଦକ ପଦବୀ ୪୦ରୁ ୫୧କୁ, ସମ୍ପାଦକ ୪୪ରୁ ୬୧କୁ ବୃଦ୍ଧି ପାଇଥିବାବେଳେ ଉପସଭାପତି ପଦ ୧୧ରୁ ୧୦କୁ ଓ ସମ୍ପାଦକ ପଦବୀ ୩୩ରୁ ୨୬କୁ ହ୍ରାସ ହୋଇଛି । ବରିଷ୍ଠ ଉପସଭାପତି ଥିବା ବିଶ୍ୱପ୍ରତାପ ସାହୁଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ପଦୋନ୍ନତି ମିଳିଥିବାବେଳେ ମିକୁ ପ୍ରଧାନଙ୍କୁ ନୂଆ କରି କାର୍ଯ୍ୟକାରୀ ସଭାପତି କରାଯାଇଛି । ପୂର୍ବରୁ ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା ଓ ରାଜେଶରାଜ ସ୍ୱାଇଁ ମଧ୍ୟ କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ ଜାରି ରଖିବେ । ସେହିପରି ଇପସିତା ସାହୁ ପୂର୍ବଭଳି ଛାତ୍ର ବିଜେଡି ମହାସଚିବ ଭାବେ ନିଜ ପଦ ବଜାୟ ରଖିଛନ୍ତି ।

୨୦୨୦ ସେପ୍ଟେମ୍ବରରେ ବଲାଙ୍ଗିର ଓ କୋରାପୁଟର ଛାତ୍ର ସଭାପତି ଭାବେ ଯଥାକ୍ରମେ ସିମେବ୍ ୱାକାଶ ଓ ଶଶାଙ୍କ ମିଶ୍ରଙ୍କୁ ନିଯୁକ୍ତି ମିଳିଥିବାବେଳେ ଆଜି ପ୍ରକାଶିତ ତାଲିକାରେ ବଲାଙ୍ଗିର ଜିଲ୍ଲା ଛାତ୍ର ସଭାପତି ଭାବେ ସୁମନ କୁମାର ନନ୍ଦ ଓ କୋରାପୁଟ ଜିିଲ୍ଲା ସଭାପତି ପଦବୀରେ ଆଶୀଷ ପଣ୍ଡାଙ୍କୁ ଅବସ୍ଥାପିତ କରାଯାଇଛି । କୋରାପୁଟ ଜିଲ୍ଲା ପାଇଁ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ପ୍ରଦୀପ ପାଣ୍ଡେ କାର୍ଯ୍ୟ କରିବେ । ସେହିପରି ରାଉରକେଲା ସାଂଗଠନିକ ଜିଲ୍ଲା ସଭାପତି ଭାବେ ରାଣାପ୍ରତାପ ସିଂ ନିଜ ପଦ ବଜାୟ ରଖିଥିଲେ ମଧ୍ୟ କାର୍ଯ୍ୟକାରୀ ସଭାପତି ଭାବେ ସେଠାରେ ଶୁଭେନ୍ଦୁ କୁମାର ମାଝୀଙ୍କୁ ନିଯୁକ୍ତି ମିଳିଛି । ସେହିପରି କଟକ ଜିଲ୍ଲାର ଛାତ୍ର ବିଜେଡି ସଭାପତି ଭାବେ ଆସିଫ୍ ଅମିନ୍ ରହିଥିବାବେଳେ ସିଦ୍ଧାର୍ଥ କୁମାର ନାୟକଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଛି ।
ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଥିବା ତଥା ତାଙ୍କ ନିର୍ଦ୍ଦେଶରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗଣମାଧ୍ୟମକୁ ତାଲିକା ଜାରି କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ୨୦୨୦ ସେପ୍ଟେମ୍ବର ମାସରେ ବିଜେଡିର ଛାତ୍ର ଶାଖାର ରାଜ୍ୟ କମିଟିରେ ମୋଟ ୧୪୧ଜଣ(ଜିଲ୍ଲା ସଭାପତିମାନଙ୍କୁ ବାଦ୍ ଦେଇ)ଙ୍କୁ ଥଇଥାନ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos