Advertisment

ସାଂସଦ ନଥାଇ ବି ୫ବର୍ଷର ରିପୋର୍ଟ କାର୍ଡ ଜାରି କଲେ ସମ୍ବିତ ପାତ୍ର

୨୦୧୯ ମସିହାରେ ମୋର ଡୋରି ଲାଗିଥିଲା, ପୁରୀ ଆସି ମହାପ୍ରଭୁଙ୍କ ପ୍ରିୟ ପୁରୀ ଲୋକସଭାବାସୀଙ୍କ ସେବା କରିବା ପାଇଁ ।

ଅଦ୍ୟତନ ହୋଇଛି
Sambit

Sambit

Advertisment

 ସାଂସଦ ନହୋଇ ମଧ୍ୟ ପୁରୀ ସଂସଦୀୟ କ୍ଷେତ୍ର ପାଇଁ ବିଗତ ୫ବର୍ଷ ଧରି ଯାହା କାର୍ଯ୍ୟ କରିଛନ୍ତି ତା’ର ରିପୋର୍ଟ କାର୍ଡ ଜାରି କରିଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର । ଗତ ସାଧାରଣ ନିର୍ବାଚନରେ ହାରିଥିବା ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ଏପରି ରିପୋର୍ଟ କାର୍ଡ ଜାରି କରିବାରେ ସମ୍ବିତ ହେଉଛନ୍ତି ପ୍ରଥମ ରାଜନେତା ।

Advertisment

ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ‘ପୁରୀ ଲୋକସଭାବାସୀଙ୍କ ସେବାରେ ସମ୍ବିତ ପାତ୍ରଙ୍କ ୫ ବର୍ଷ’ ଶୀର୍ଷକ ପ୍ରସ୍ତୁତ ଏହି ରିପୋର୍ଟରେ ସେ ବିଗତ ୫ ବର୍ଷ ଧରି ପୁରୀ ସଂସଦୀୟ କ୍ଷେତ୍ରରେ ଯେଉଁ ସବୁ କାର୍ଯ୍ୟ କରିଛନ୍ତି ତା’ର ହିସାବ ଦେଇଛନ୍ତି । ସେ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଡୋରି ଲାଗିଲେ ହିଁ ଭକ୍ତ ପୁରୀ ଜଗନ୍ନାଥ ଧାମରେ ପାଦ ଦିଅନ୍ତି । ୨୦୧୯ ମସିହାରେ ମୋର ଡୋରି ଲାଗିଥିଲା, ପୁରୀ ଆସି ମହାପ୍ରଭୁଙ୍କ ପ୍ରିୟ ପୁରୀ ଲୋକସଭାବାସୀଙ୍କ ସେବା କରିବା ପାଇଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମୋ’ ଉପରେ ଥିବା ଦୃଢ଼ବିଶ୍ୱାସ ମୋତେ ବଳ ଦେଇଥିଲା । କିନ୍ତୁ ୨୦୧୯ ମସିହା ନିର୍ବାଚନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମୋ ପରୀକ୍ଷା ନେଇଥିଲେ, ମୋତେ ନିର୍ବାଚନରେ ପରାଜୟ ବରଣ କରିବାକୁ ପଡ଼ିଥିଲା । କିନ୍ତୁ ପରାଜୟ ପରେ ମଧ୍ୟ ମୁଁ ନିଜ ଦାୟିତ୍ୱ ନିର୍ବାହରେ କେବେ ପଛଘୁଂଚା ଦେଇନି । ବିନା କୌଣସି ପଦପଦବୀରେ ମୁଁ ପୁରୀ ଲୋକସଭାବାସୀଙ୍କ ସେବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଛି ।

ପୁରୀ ସଂସଦୀୟ କ୍ଷେତ୍ର ପାଇଁ ଜାରି ରିପୋର୍ଟ କାର୍ଡରେ ଶ୍ରୀ ପାତ୍ର ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର, ପୁରୀ ଲୋକସଭା କ୍ଷେତ୍ର ଅଂଚଳରେ ରାଜରାସ୍ତାର ବିକାଶ, ରେଳସେବାର ବିକାଶ, ଦିବ୍ୟାଙ୍ଗଙ୍କ ସାମାଜିକ ଉତଥାନ, ଡାକସେବା କାର୍ଯ୍ୟାଳୟ ଖୋଲିବା ପାଇଁ ଉଦ୍ୟମ, କୃଷକଙ୍କ ଆର୍ଥିକ ବିକାଶ, ସେବାକାର୍ଯ୍ୟ, ଜନତାଙ୍କ ସହ ସିଧା ସମ୍ବାଦ ଜରିଆରେ ପୁରୀ ଲୋକସଭାବାସୀଙ୍କ ସମସ୍ୟାର ସମାଧାନ, ଚିଲିକା ମୁହାଣରେ ଆଲୋକୀକରଣ, ବୁଣାକାରଙ୍କ ବିକାଶ, ନିରନ୍ତର ସଂସ୍କୃତି ପ୍ରବାହ ପାଇଁ ଆର୍ଥିକ ସହଯୋଗ ଆଦି କ୍ଷେତ୍ରରେ ଶ୍ରୀ ପାତ୍ରଙ୍କ ନିରନ୍ତର ପ୍ରୟାସ ବାବଦରେ ଉଲ୍ଲେଖ ରହିଛି ।

Advertisment

ଏହି ରିପୋର୍ଟ କାର୍ଡ ଉନ୍ମୋଚନ କାର୍ଯ୍ୟକ୍ରମରେ ପୁରୀ ଲୋକସଭା ପ୍ରଭାରୀ ଅମୀୟ ଦାସ, ସହପ୍ରଭାରୀ ଶଙ୍କର ପରିଡ଼ା, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ନୟାଗଡ଼ ଜିଲ୍ଲା ସଭାପତି ତାପସ ରଞ୍ଜନ ମାର୍ଥା ଓ ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Bjp Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe