Advertisment

ଅନଲାଇନରେ ରାଜ୍ୟରେ ବିଜେପି ସହ ଯୋଡ଼ିହେଲେଣି ୫୦ ଲକ୍ଷ କର୍ମୀ, ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ସାଂଗଠନିକ ନିର୍ବାଚନ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

BJP

BJP

Advertisment

ରାଜ୍ୟରେ କ୍ଷମତାସୀନ ବିଜେପିର ସଦସ୍ୟ ସଂଖ୍ୟା ଏବେ ୫୦ଲକ୍ଷ ଅତିକ୍ରମ କରିସାରିଲାଣି । ଅନଲାଇନରେ ଏହି ସଦସ୍ୟ ସଂଗ୍ରହ ପରେ ଦଳ ଏବେ ରାଜ୍ୟରେ ଅଫଲାଇନରେ ସଦସ୍ୟତା ଅଭିଯାନକୁ ତ୍ୱରାନ୍ୱିତ କରିଛି । ଦଳ ପକ୍ଷରୁ ସାଂଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବା ସହ ଆଜି ଜିଲ୍ଲାସ୍ତରରେ ସାଂଗଠନିକ ନିର୍ବାଚନ ନିମନ୍ତେ ମଧ୍ୟ ଦଳୀୟ ନେତାମାନଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି ।

Advertisment

ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ସାଂଗଠନିକ ନିର୍ବାଚନ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ସାଂସଦ ସମ୍ବିତ ପାତ୍ର, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ସଂଗଠନ ସମ୍ପାଦକ ମାନସ କୁମାର ମହାନ୍ତି, ରାଜ୍ୟ ସଦସ୍ୟତା ପ୍ରଭାରୀ ଅଶୋକ ମିଶ୍ର ଓ ବରିଷ୍ଠ ନେତା ସମୀର ମହାନ୍ତିଙ୍କ ସମେତ ଦଳର ପ୍ରାଥମିକ ସଦସ୍ୟ, ସକ୍ରିୟ ସଦସ୍ୟ ଓ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ଜିଲ୍ଲା ସାଧାରଣ ସଂପାଦକମାନେ ଉପସ୍ଥିତ ଥିଲେ ।

ଏହି କର୍ମଶାଳା ସମ୍ପର୍କରେ ସୂଚନା ଦେଇ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଡଃ ଯତୀନ ମହାନ୍ତି କହିଛନ୍ତି ଯେ, ଆଜିଠାରୁ ସକ୍ରିୟ ସଦସ୍ୟତା ଅଭିଯାନ ଆରମ୍ଭ ହେଲା । ନଭେମ୍ବର ୫ ତାରିଖରେ ସକ୍ରିୟ ସଦସ୍ୟତାର ତାଲିକା ପ୍ରସ୍ତୁତ କରାଯିବ । ଏହାପରେ ଆସନ୍ତା ନଭେମ୍ବର ୨୫ ତାରିଖରେ ସକ୍ରିୟ ସଦସ୍ୟମାନଙ୍କର ଦ୍ୱିତୀୟ ତାଲିକା ପ୍ରକାଶ ପାଇବ । ଏହି ସକ୍ରିୟ ସଦସ୍ୟମାନେ ଦଳର ବିଭିନ୍ନ ଦାୟିତ୍ୱ ଓ ପଦପଦବୀରେ ରହିବେ । ନଭେମ୍ବର ୨୦ ତାରିଖରୁ ବୁଥରୁ ଆରମ୍ଭ କରି ମଣ୍ଡଳ, ଜିଲ୍ଲା, ପ୍ରଦେଶ ଏବଂ ରାଷ୍ଟ୍ରୀୟସ୍ତରରେ ବିଭିନ୍ନ କମିଟିମାନର ଗଠନ ପ୍ରକ୍ରିୟା ପ୍ରାୟ ଦୁଇମାସ ଧରି ଚାଲିବ । ଏଥିପାଇଁ ନିର୍ଦ୍ଧିଷ୍ଟ ତାରିଖ ଧାର୍ଯ୍ୟ ହୋଇସାରିଛି । ଏବେସୁଦ୍ଧା ଅନଲାଇନରେ ୫୦ ଲକ୍ଷ ସଦସ୍ୟ ବିଜେପି ସହିତ ଯୋଡ଼ି ହୋଇ ସାରିଛନ୍ତି ଏବଂ ଅଫଲାଇନରେ ସଦସ୍ୟ ଯୋଡ଼ିବା ପ୍ରକ୍ରିୟା ଜାରୀ ରହିଛି । ଏବେ ସକ୍ରିୟ ସଦସ୍ୟ ଅଭିଯାନ ଆରମ୍ଭ ହୋଇଛି । ଦଳର  ସାଂଗଠନିକ ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଏହି ନିର୍ବାଚନ ପ୍ରକ୍ରିୟାକୁ ଶୃଙ୍ଖଳିତ ଏବଂ ସୁରୁଖୁରୁରେ ସଂପାଦିତ କରିବା ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା ବୋଲି ସେ କହିଛନ୍ତି ।

Advertisment

ସେହିପରି ଦଳ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟ ରିଟର୍ଣ୍ଣିଂ ଅଫିସର ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ସହଯୋଗ କରିବା ପାଇଁ ସାଂସଦ ସୁକାନ୍ତ ପାଣିଗ୍ରାହୀ, ସୁଶ୍ରୀ ସୁକେଶୀ ଓରାମ ଓ ଯତୀନ ମହାନ୍ତିଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି । ସେହିପରି ସମସ୍ତ ସାଂଗଠନିକ ଜିଲ୍ଲାର ରିଟର୍ଣ୍ଣିଂ ଅଫିସରଙ୍କ ତାଲିକା ଘୋଷଣା ହୋଇଛି । ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ରିଟର୍ଣ୍ଣିଂ ଅଫିସର ଭାବେ ଯଜେ୍ଞଶ୍ୱର ବାବୁଙ୍କୁ ନିଯୁକ୍ତି ମିଳିଥିବାବେଳେ ଖୋର୍ଦ୍ଧା- ସମୀର ଦାଶ, ଅନୁଗୁଳ-ନାଉରୀ ନାୟକ, ବଲାଙ୍ଗୀର- ଭବେନ୍ଦ୍ର ପଣ୍ଡା, ବାଲେଶ୍ୱର- ନିହାର ରଞ୍ଜନ ମୋଦି, ବରଗଡ଼- ଗୋଲକ ପ୍ରସାଦ ମହାପାତ୍ର, ଭଦ୍ରକ- ଆଶୁତୋଷ ପରିଡ଼ା, ବୌଦ୍ଧ- ଭଗବାନ ମହାନ୍ତି,କଟକ ସଦର- ଲକ୍ଷ୍ମଣ ପଣ୍ଡା, କଟକ- ସୁଦୀପ୍ତ ରାୟ, ଦେବଗଡ଼- କାଳନ୍ଦୀ ସାମଲ, ଢେଙ୍କାନାଳ- ସ୍ମୃତି ପଟ୍ଟନାୟକ, ଗଜପତି- କାଳିରାମ ମାଝୀ, ଗଞ୍ଜାମ- ପ୍ରତାପ ମିଶ୍ର, ଘୁମୁସର- ସରୋଜ ସାବତ, ଜଗତସିଂହପୁର- ବିଷ୍ଣୁ ଦାସ, ଯାଜପୁର- ଜ୍ଞାନଦେବ ବେଉରା; ଝାରସୁଗୁଡା- ଧୀରେନ୍ ସେନାପତି, କଳାହାଣ୍ଡି- ପର୍ଶୁରାମ ମାଝୀ, କନ୍ଧମାଳ- ପ୍ରକାଶ ମଙ୍ଗରାଜ, କେନ୍ଦ୍ରାପଡ଼ା- ବିନୋଦ ଦାସ, କେନ୍ଦୁଝର- ସଞ୍ଜୀବ୍ ମହାନ୍ତି, କୋରାପୁଟ- ରମେଶ ଚନ୍ଦ୍ର ସାହୁ, ମାଲକାନଗିରି- ଅରୁଣ ଭଟ୍ଟମିଶ୍ର, ବାରିପଦା- ଜୀବନ ପ୍ରଦୀପ ଦାସ, ରାଇରଙ୍ଗପୁର- ସିପ୍ରା ବାଜପେୟୀ, ନବରଙ୍ଗପୁର- ହିମାଂଶୁ ମେହେର, ନୟାଗଡ଼- ପବିତ୍ର ଦାସ, ନୂଆପଡ଼ା- ଗୋବିନ୍ଦ ଜୈନ୍ , ପୁରୀ- ବିଶେଶ୍ୱର ଟୁଡୁ; ରାୟଗଡ଼ା- ଦେବେନ୍ଦ୍ର ମହାନ୍ତି , ସମ୍ବଲପୁର- ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର; ସୁବର୍ଣ୍ଣପୁର- ସୁରେଶ୍ୱର ଶତପଥୀ, ସୁନ୍ଦରଗଡ଼- ଦୀନେଶ୍ ଜୈନ୍ , ବଣାଇ- ଜୀବନ ସାହୁ, ପାନପୋଷ- ବଟକିଶୋର ମିଶ୍ରଙ୍କୁ ଦଳର ଜିଲ୍ଲା ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି ।

Bhubaneswar Bjp Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe