ଜୁଲାଇ ୧୬ ତାରିଖରେ ଆସୁଛନ୍ତି ୫-ଟି ସଚିବ। ସଚିବ ପାଇଁ ମଞ୍ଚ ବନ୍ଧା ଚାଲିଛି। ପ୍ରଶାସନର ତଦାରଖରେ ପ୍ରସ୍ତୁତି ହେଉଛି। ଆଉ ପଡିଆ ପାର୍ଶ୍ୱରେ ଥିବା ବିରାଟ ଚାକୁଣ୍ଡା ଗଛ ଟେଣ୍ଟରେ ବାଧକ ସାଜୁଥିଲା। ସେଥିପାଇଁ ୫୦ ବର୍ଷ ପୁରୁଣା ଏହି ବିରାଟ ବୃକ୍ଷକୁ ପ୍ରଶାସନ ମାରି ଶୁଆଇଦେଲା। ଏ ହେଉଛି ରେଢ଼ାଖୋଲ କଦମ୍ବ ପଡ଼ିଆର ଦୃଶ୍ୟ। ଯେଉଁଠି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଶହ ଶହ ପଶୁ-ପକ୍ଷୀଙ୍କ ସମେତ ମଣିଷ ମୁଣ୍ଡ ଗୁଞ୍ଜନ୍ତି। ସେହି ବୃକ୍ଷକୁ କାଟି ଗଡ଼ ଗଡ଼ କରିଦେଲା ପ୍ରଶାସନ।