Advertisment

5T ଦରବାରରେ ବବି ଦ୍ବାରପାଳ

ନବରଙ୍ଗପୁର ସର୍କିଟ ହାଉସରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ନିଜର ଟିମ୍ ସହ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟୁଥିବାବେଳେ ଗେଟ୍ ସମ୍ମୁଖରେ ଦ୍ୱାରପାଳ ଭଳି ଛିଡ଼ା ହେବା ପ୍ରସଙ୍ଗରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି) ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ନବରଙ୍ଗପୁରବାସୀ କହିଥିଲେ। ଫଳରେ ଲୋକଙ୍କ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ଏଠାକୁ ଆସିଥିଲା।

author-image
Manoj Swain
ଅଦ୍ୟତନ ହୋଇଛି

ନବରଙ୍ଗପୁର ସର୍କିଟ ହାଉସରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ନିଜର ଟିମ୍ ସହ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟୁଥିବାବେଳେ ଗେଟ୍ ସମ୍ମୁଖରେ ଦ୍ୱାରପାଳ ଭଳି ଛିଡ଼ା ହେବା ପ୍ରସଙ୍ଗରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି) ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ନବରଙ୍ଗପୁରବାସୀ କହିଥିଲେ। ଫଳରେ ଲୋକଙ୍କ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ଏଠାକୁ ଆସିଥିଲା। ସୂଚନା ଥାଉ କି ନବରଙ୍ଗପୁରସ୍ଥିତ ସର୍କିଟ୍ ହାଉସରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସରକାରୀ କାର୍ଯ୍ୟକ୍ରମ ଅନୁସାରେ ଅଭିଯୋଗ ଶୁଣାଣି କରାଯାଉଥିବା ବେଳେ ନିଜେ ନିଜର ଅଭିଯୋଗ ନେଇ ନବରଙ୍ଗପୁର ଜିଲ୍ଲା ଓ ଜିଲ୍ଲା ବାହାରର ପ୍ରାୟ ୨ ହଜାର ଲୋକ ଏଠାରେ ଭିଡ଼ ଜମାଇଥିଲେ। ଦୁଇଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ନବରଙ୍ଗପୁର ସର୍କିଟ ହାଉସରେ ଜିଲ୍ଲାର ବିଭିନ୍ନ ବର୍ଗର ଲୋକ ଓ ସଂଗଠନକୁ ସାକ୍ଷାତ କରିଥିଲେ। ଶ୍ରୀ ପାଣ୍ଡିଆନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୁଇ ବରିଷ୍ଠ ଅଧିକାରୀ ଆର.ଭିନିଲକ୍ରିଷ୍ଣା ଓ ରୂପାରୋଶନ ସାହୁ ମଧ୍ୟ ସାମିଲ ଥିଲେ। ଅନ୍ୟପକ୍ଷରେ ରାଜ୍ୟରେ ଗଣତନ୍ତ୍ର ନୁହେଁ ଅମଲାତନ୍ତ୍ରର ଶାସନ ଚାଲିଛି ବୋଲି ବିରୋଧୀ ଦଳ ବାରମ୍ବାର ଅଭିଯୋଗ କରୁଛନ୍ତି।

Advertisment
BjD Pranab Prakash Das Odisha Politics 5T Vk Pandian