Advertisment

‘5T ସଚିବ ମଡର୍ଣ୍ଣ ଡେମୋକ୍ରାଟିକ ସ୍ଲେଭେରୀ ନୀତି ଆପଣାଇଛନ୍ତି; ରାଜନେତା ଏଠି କ୍ରୀତଦାସ’

ପ୍ରଦୀପ କହିଛନ୍ତି, କାର୍ତ୍ତିକଟା ଭଲ ପିଲାଟା। ଏବେ କାହିଁକି ଏମିତି ହେଉଛି କେଜାଣି? ସେ ରାଜନୀତି କରିବା ଭଲ କଥା। ହେଲେ ଆମ ଭଳିଆ ଫିଲ୍ଡକୁ ଆସି ରାଜନୀତି କରୁ।

ଅଦ୍ୟତନ ହୋଇଛି
Pradeep Panigrahy

Pradeep Panigrahy

Advertisment

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମଧ୍ୟରେ ଚାଲିଥିବା ଲଢ଼େଇ ଥମିବାର ନାଁ ନେଉ ନାହିଁ। ଗତକାଲିର ହାଇଡ୍ରାମା ପରେ ଆଜି ପୁଣି ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ପ୍ରଦୀପ। କହିଛନ୍ତି, 5T ସଚିବ ‘ମଡର୍ଣ୍ଣ ଡେମୋକ୍ରାଟିକ ସ୍ଲେଭେରୀ’ ନୀତି ଅପଣାଇଛନ୍ତି। ଏଭଳି ଶାସନ ବ୍ୟବସ୍ଥା ମୋ ଭଳି ଅନେକଙ୍କୁ ଯନ୍ତ୍ରଣା ଦେଉଛି।

Advertisment

ସେ ଆହୁରି କହିଛନ୍ତି, ଓଡ଼ିଶାରେ ରାଜନୀତିରେ କ୍ରୀତଦାସ ପ୍ରଥା ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି। ବିଜୁବାବୁଙ୍କ ପୁଅଙ୍କ ନେତୃତ୍ୱରେ ଓଡ଼ିଶାରେ କ୍ରୀତଦାସ ବଢ଼ିବାକୁ ଯାଉଛି। ରାଜ୍ୟରେ ବର୍ତ୍ତମାନ ରାଜନୈତିକ ପରିବର୍ତ୍ତନ ଆସିଛି। ରାଜନେତା ମାନେ କ୍ରୀତଦାସ ହେବା, ନିରବ ରହିବା, ସ୍ଥାଣୁ ହେବା ଓ ଅପଙ୍ଗ ହେବା ଓଡ଼ିଆ ସ୍ୱାଭିମାନ ଜାତି ପାଇଁ ଏହା ଏକ ଅଭିଶାପ। ଏହି ଓଡ଼ିଆ ଜାତିକୁ ସ୍ଥାଣୁ କରିବାକୁ ଯେଉଁ ଯୋଜନା କରାଯାଉଛି, ତାକୁ ମୁଁ ବିରୋଧ କରୁଛି।

5T ସଚିବଙ୍କୁ ନୂଆ କଳାପାହାଡ଼ ସହ ତୁଳନା କରିଛନ୍ତି ପ୍ରଦୀପ। ସେ କହିଛନ୍ତି, ଗଣତନ୍ତ୍ର ମାଧ୍ୟମରେ ଯେଉଁ ନୂଆ କଳାପାହାଡ ସୃଷ୍ଟି କରିବା ପାଇଁ ଯୋଜନା ରହିଛି ,ତାକୁ ମୁଁ ବିରୋଧ କରୁଛି। ଏହାକୁ ସଫଳ ନ କରିବା ପାଇଁ ମୁଁ ସମସ୍ତଙ୍କୁ ଆହ୍ୱାନ ଦେଉଛି। ସ୍ୱାଭିମାନୀ ଓଡ଼ିଆ ଏହାର ବିରୋଧ ଲାଗି ଆଗେଇ ଆସନ୍ତୁ। ଗଣତାନ୍ତ୍ରିକ ମାଧ୍ୟମରେ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ରାଜ୍ୟର ପୂର୍ବତନ ସାଂସଦ, ବିଧାୟକ, ଅଫିସର ଓ ବୃଦ୍ଧିଜୀବୀ ମାନେ ଯାହା ଠିକ୍ ତାହା ପ୍ରକାଶ କରନ୍ତୁ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣାନ୍ତୁ।

Advertisment

ବିଧାୟକ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ‘ମୁଖ୍ୟମନ୍ତ୍ରୀଙ୍କ ପାଖରେ ମୁଁ କାମ କରିଛି। ସେ ମୋତେ ବହୁତ ସୁଯୋଗ ଦେଇଛନ୍ତି। ଏଥିପାଇଁ ତାଙ୍କ ବିରୋଧରେ କହିବାକୁ ଇଚ୍ଛା ନାହିଁ। ବିଜୁ ପଟ୍ଟନାୟକଙ୍କ ଭଳି ସାହସୀ ବ୍ୟକ୍ତିଙ୍କ ପୁଅ ନିରବ ଓ ଶାନ୍ତ ବସିବ। ଶାସନ ଆଉ କିଏ ଚଳାଇବ?

ନବୀନଙ୍କ ଭଉଣୀ ଗୀତା ମେହଟ୍ଟା ଓ ତାଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଦିଲ୍ଲୀରେ ବସିବେ। ବିଜୁ ପଟ୍ଟନାୟକଙ୍କ ପରିବାରର ପ୍ରତି ଅପମାନ ହେବ, ତାକୁ ଆମେ କେମିତି ସହିବୁ। ହେଲେ ମୁଖ୍ୟମନ୍ତ୍ରୀ କାହିଁକି ନୀରବ ରହୁଛନ୍ତି?’

ପ୍ରଦୀପ କହିଛନ୍ତି, କାର୍ତ୍ତିକଟା ଭଲ ପିଲାଟା। ଏବେ କାହିଁକି ଏମିତି ହେଉଛି କେଜାଣି? ସେ ରାଜନୀତି କରିବା ଭଲ କଥା। ହେଲେ ଆମ ଭଳିଆ ଫିଲ୍ଡକୁ ଆସି ରାଜନୀତି କରୁ। ନବୀନ ବାବୁଙ୍କ ପାଖରେ ସେ ବିଲ୍ ଧରି ବସିଛି। ସିଏ ଯାହା କହୁଛି ତାହା ହେଉଛି। ଆମେ ଯାହା କହୁଛି ତାହା ହେଉ ନାହିଁ।

BjD 5T Secretary MLA Pradeep Panigrahy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe