The Expenditure Of 5T Secretary V k. Pandian Tour Is Equal to The Cost of Chandrayaan-3 | OR
ବରିଷ୍ଠ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ଲେଖାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼। ଏହି ଲେଖାର ଶୀର୍ଷକ ରହିଛି “ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା”। ଏଥର ସିଧା ଫାଇଭ-ଟି ସଚିବ, ଏପରିକି ନିଜ ଦଳର ସରକାରକୁ ଟାର୍ଗେଟ କରିଛନ୍ତି ସୌମ୍ୟ ପଟ୍ଟନାୟକ। ବିଭିନ୍ନ ପ୍ରସଙ୍ଗ ଉଠାଇ ଆଇନା ଦେଖାଇବାକୁ ଚେଷ୍ଟା କରିଛନ୍ତି ବିଜେଡିର ଏହି ବରିଷ୍ଠ ନେତା। ବିଭିନ୍ନ ଜିଲ୍ଲାକୁ 5-T ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମର ଖର୍ଚ୍ଚକୁ ଚନ୍ଦ୍ରୟାନ-୩ ମିଶନ ଖର୍ଚ୍ଚ ସହ ତୁଳନା କରିଛନ୍ତି। ଇସ୍ରୋ ଚନ୍ଦ୍ରୟାନ-୩ ମିଶନ ପାଇଁ ୬ ଶହ କୋଟି ଖର୍ଚ୍ଚ କରିଥିବା ବେଳେ ଆମ 5-T ସଚିବ ୩୦ଟି ଜିଲ୍ଲାର ଓଡ଼ିଶା ଭ୍ରମଣରେ ପାଖାପାଖି ସେତିକି ଖର୍ଚ୍ଚ କରିଥିବେ ବୋଲି ଅଭିଯୋଗ ହେଉଛି ବୋଲି ସେ ଉଲ୍ଲେଖ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
