Advertisment

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିରେ BJDର ୬ ପୂର୍ବତନ ବିଧାୟକ

ଅଭିଯୋଗ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ 2019 ନିର୍ବାଚନ ଓ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିର ଭୋଟ୍ ବ୍ୟବଧାନ କମିଛି। ସେହିସବୁ ଭୋଟ୍‌ ବିଜେପି ଖାତାକୁ ଯାଇଛି। ଯାହା ଚିନ୍ତା ଜନକ ବିଷୟ ବୋଲି ପୂର୍ବତନ ବିଧାୟକମାନେ କହିଛନ୍ତି।

ଅଦ୍ୟତନ ହୋଇଛି
BJD

BJD

Advertisment

୨୦୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଗଂଜାମରେ ବିଜେଡିର ଅସନ୍ତୋଷର ନିଆଁ ସେତିକି କୁହୁଳୁଛି। ଗତ ଦୁଇଦିନ ପୂର୍ବେ ଜିଲ୍ଲାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ୬ ଜଣ ପୂର୍ବତନ ବିଧାୟକଙ୍କ ରୁଦ୍ଧ କୋଠରୀ ବୈଠକ ହୋଇଥିଲା। ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ନିବେଦନ ଏବଂ ଖୋଲାଖୋଲି ଭାବେ ସେମାନଙ୍କୁ ଅଣଦେଖା କରାଯାଉଥିବା ପ୍ରକାଶ କରିଛନ୍ତି। ଏଭଳି ଖୋଲାଖୋଲି ଅସନ୍ତୋଷ ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି।

Advertisment

ବୈଠକରେ ହିଂଜିଳିର ପୂର୍ବତନ ବିଧାୟକ ଉଦୟ ନାୟକ ଏବଂ ହରିହର ସାହୁ, ବ୍ରହ୍ମପୁରର ପୂର୍ବତନ ବିଧାୟକ, ଶିବ ଶଙ୍କର ସାହାଣି, ଖଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ସେଠୀ, ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ ଚୌଧୂରୀ ଓ ଜଗନ୍ନାଥ ପ୍ରସାଦର ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା ଉପସ୍ଥିତ ଥିଲେ।

ଅଭିଯୋଗ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ 2019 ନିର୍ବାଚନ ଓ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିର ଭୋଟ୍ ବ୍ୟବଧାନ କମିଛି। ସେହିସବୁ ଭୋଟ୍‌ ବିଜେପି ଖାତାକୁ ଯାଇଛି। ଯାହା ଚିନ୍ତା ଜନକ ବିଷୟ ବୋଲି ପୂର୍ବତନ ବିଧାୟକମାନେ କହିଛନ୍ତି। ୨୦୦୦ ମସିହା ପୂର୍ବରୁ ଓ ପରେ ଜିଲ୍ଲାର ୮ଜଣ ପୂର୍ବତନ ବିଧାୟକ ଶାସକ ଦଳ ସହିତ ରହି କାର୍ଯ୍ୟ କରୁଥିଲେ। ସେମାନଙ୍କ ମଧ୍ୟରୁ ଦଳ ପକ୍ଷରୁ ମାତ୍ର ଦୁଇଜଣ ପୂର୍ବତନ ବିଧାୟକଙ୍କୁ ରାଜ୍ୟ ସରକାର ଥଇଥାନ କରିଥିବା ବେଳେ ଅନ୍ୟମାନଙ୍କୁ ଉପେକ୍ଷା କରାଯାଇଛି। ବର୍ଷ ପରେ ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ଅଣଦେଖା କରାଯାଉଛି ବୋଲି ପୂର୍ବତନ ବିଧାୟକମାନେ କହିଛନ୍ତି।

Advertisment

ସେପଟେ ଗଞ୍ଜାମ ଜିଲ୍ଲାରେ ବିଜେଡି ସଭାପତିଙ୍କ କହିବା କଥା ଯେ ସେମାନଙ୍କୁ ଅଣଦେଖା କରାଯାଉ ନାହିଁ। ସବୁ ସମୟରେ ଏମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି।

BjD Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe