ବେନାମୀ ସମ୍ପତ୍ତି ରଖିବାକୁ ଗଢ଼ିଥିଲେ କମ୍ପାନୀ, ରଚିଥିଲେ ମାଷ୍ଟରପ୍ଲାନ, ୬ ଆଇଏଏସ୍ କରିଛନ୍ତି ନିବେଶ!

ମିଳିଥିବା ସୂଚନା ଅନୁସାରେ, ଆଇଟି ବିଭାଗ ଗତ ୩ଦିନ ଧରି ଡିଏନ୍ ଗ୍ରୁପ ସହ ଜଡ଼ିତ ବିଭିନ୍ନ କମ୍ପାନୀ ଉପରେ ଚଢ଼ଉ କରି କୋଟି ଟଙ୍କା କାରବାରର ଦସ୍ତାବିଜ ଜବତ କରିଛି ।

DN Group

ଜଗଦୀଶ ପ୍ରସାଦ ନାଏକ

Ordigital Desk
  • Published: Friday, 07 July 2023
  • Updated: 07 July 2023, 10:40 PM IST

Sports

Latest News

ରିଏଲ ଇଷ୍ଟେଟ୍ ବ୍ୟବସାୟୀ ଜଗଦୀଶ ପ୍ରସାଦ ନାଏକଙ୍କ ଡିଏନ୍ ଗ୍ରୁପ୍ ଉପରେ ଆଜି ବି ତୃତୀୟ ଦିନ ଆୟକର ବିଭାଗର ଚଢ଼ଉ ଜାରି ରହିଛି । କୋଟି କୋଟି ଟଙ୍କାର ବେନାମୀ ସମ୍ପତ୍ତି ଠାବ ହୋଇଥିବାବେଳେ ଜଗଦୀଶ ବେଶ୍ ସୁନିୟୋଜିତ ଢଙ୍ଗରେ ମାଷ୍ଟରମାଇଣ୍ଡ ସାଜି ନିଜର ବ୍ୟବସାୟିକ ସାମ୍ରାଜ୍ୟ ବିସ୍ତାର କରିଥିବା ଖୋଳତାଡ଼ରୁ ଜଣାପଡ଼ିଛି । କୋଟିକୋଟି ଟଙ୍କାର ବେନାମୀ କାରବାରକୁ ପ୍ରୋତ୍ସାହିତ କରିବା ଓ କଳାଟଙ୍କାକୁ ଧଳା କରିବା ଉଦ୍ଦେଶ୍ୟରେ ୨୦୦୫ ମସିହାରେ ନିଜେ ଗଢ଼ିଥିବା ଡିଏନ ପ୍ରର୍ପଟିଜ୍ ପ୍ରାଇଭେଟ୍ ଲିମିଟେଡରୁ ଆଇନଗତ ଭାବେ ୨୦୧୭ ଡିସେମ୍ବରରେ ସମସ୍ତ ସମ୍ପର୍କ ଛିନ୍ନ କରିଥିଲେ । ଆଉ ନିଜର ଦୁଇ ବିଶ୍ୱସ୍ତ ସହଯୋଗୀ ଚନ୍ଦ୍ରଶେଖର ପଣ୍ଡାଙ୍କୁ ସେହି କମ୍ପାନୀର ନିର୍ଦ୍ଦେଶକ ଓ ଚନ୍ଦ୍ରକାନ୍ତ ମିଶ୍ରଙ୍କୁ ପରିଚାଳନା ନିର୍ଦ୍ଦେଶକ କରି ବେନାମୀ ସମ୍ପତ୍ତି କାରବାରକୁ ପ୍ରୋତ୍ସାହିତ କରିଥିବା ସନ୍ଦେହ କରାଯାଉଛି ।

କେବଳ ସେତିକି ନୁହେଁ ଏହି ଗ୍ରୁପ୍ କାରବାର ସହ ରାଜ୍ୟର ୬ଜଣ ଆଇଏଏସ୍ ଅଫିସର(ସଚିବ ପାହ୍ୟାର ଜଣେ ଆଇଏଏସ)ଙ୍କ ସମ୍ପୃକ୍ତି ଥିବା ମଧ୍ୟ ଚର୍ଚ୍ଚା ହେଉଛି । ଗତ ୫ତାରିଖରେ ୟୁନିଟ୍ - ୪ସ୍ଥିତ ସରକାରୀ କ୍ୱାର୍ଟସରୁ ଯେଉଁ ନଗଦ ୩୦କୋଟି ଟଙ୍କା ଜବତ ହେଲା ତାହା  ଡିଏନ ପ୍ରର୍ପଟିଜ୍ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଚନ୍ଦ୍ରଶେଖର ପଣ୍ଡାଙ୍କ ଦ୍ୱାରା ଭଡ଼ା ନିଆଯାଇଥିଲା । ଆଉ ଏସବୁ ମାଧ୍ୟମରେ ଡିଏନ ପ୍ରର୍ପଟିଜ୍ କମ୍ପାନୀର ଦୁଇ ନିର୍ଦ୍ଦେଶକ ଚନ୍ଦ୍ରଶେଖର ଓ ଚନ୍ଦ୍ରକାନ୍ତଙ୍କୁ ଆଇନ ଆଗରେ ଦୋଷୀ ସଜାଇ ନିଜେ ଖସିବାର ସହଜ ଗଳାବାଟକୁ ବହୁ ପୂର୍ବରୁ ଜଗଦୀଶ ପ୍ରସ୍ତୁତ କରି ରଖିଥିବା ସାଧାରଣରେ ଚର୍ଚ୍ଚା ।

ମିଳିଥିବା ସୂଚନା ଅନୁସାରେ, ଆଇଟି ବିଭାଗ ଗତ ୩ଦିନ ଧରି ଡିଏନ୍ ଗ୍ରୁପ ସହ ଜଡ଼ିତ ବିଭିନ୍ନ କମ୍ପାନୀ ଉପରେ ଚଢ଼ଉ କରି କୋଟି ଟଙ୍କା କାରବାରର ଦସ୍ତାବିଜ ଜବତ କରିଛି । ପ୍ରଥମ ଦିନ ଚଢ଼ଉବେଳେ ଯେଉଁ ଭଡ଼ାଘର(ସରକାରୀ କ୍ୱାଟର୍ସ)ରୁ ନଗଦ ୩୦କୋଟି ଟଙ୍କା ମିଳିଥିଲା, ତାହା ଚନ୍ଦ୍ରଶେଖର ପଣ୍ଡାଙ୍କର ବୋଲି ଆୟକର ବିଭାଗ ସୂତ୍ରରୁ ଜଣାପଡ଼ିଛି । ଜଗଦୀଶଙ୍କ ଡିଏନ୍ ଗ୍ରୁପ୍ ସହ ଏକାଧିକ କମ୍ପାନୀ ରହିଥିଲେ ମଧ୍ୟ ଚନ୍ଦ୍ରଶେଖର ଓ ଚନ୍ଦ୍ରକାନ୍ତ ଯେଉଁ କମ୍ପାନୀ (ଡିଏନ୍ ପ୍ରର୍ପଟିଜ୍ ପ୍ରାଇଭେଟ୍ ଲିମିଟେଡ)ର ନିର୍ଦ୍ଦେଶକ ଅଛନ୍ତି ସେଥିରେ ଜଗଦୀଶ କିମ୍ବା ଅନ୍ୟ କୌଣସି ସହଯୋଗୀ ସାମିଲ୍ ନାହାନ୍ତି ।

Also Read

ଏପରିକି ଜଗଦୀଶଙ୍କର ଅତ୍ୟନ୍ତ ଖାସ୍ ଏହି ଦୁଇ ବ୍ୟକ୍ତିଙ୍କୁ ମଧ୍ୟ ନିଜର ଅନ୍ୟ କୌଣସି କମ୍ପାନୀରେ ଆଇନଗତ ଭାବେ ସାମିଲ୍ କରିନାହାନ୍ତି । ଚନ୍ଦ୍ରଶେଖର ଓ ଚନ୍ଦ୍ରକାନ୍ତ କେବଳ ଡିଏନ୍ ପ୍ରର୍ପଟିଜ୍ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ସହ ଜଡ଼ିତ, ଯେଉଁ କମ୍ପାନୀ ୨୦୦୫ ସେପ୍ଟେମ୍ବର ୧୪ତାରିଖରେ ପଞ୍ଜିକୃତ ହୋଇଛି । ଏହି କମ୍ପାନୀର ପ୍ରାରମ୍ଭିକ ନିର୍ଦ୍ଦେଶକ ଭାବେ ଜଗଦୀଶ ପ୍ରସାଦ ନାଏକ ଓ ରତ୍ନମାଳା ସ୍ୱାଇଁ ରହିଥିବାବେଳେ ଉଭୟ ଇସ୍ତଫା ଦେଇଥିଲେ ଏବଂ ୨୦୧୭ ଡିସେମ୍ବର ୨୨ତାରିଖରେ ଚନ୍ଦ୍ରକାନ୍ତ ମିଶ୍ର ଓ ଚନ୍ଦ୍ରଶେଖର ପଣ୍ଡା ଉକ୍ତ କମ୍ପାନୀର ନୂଆ ପରିଚାଳନା ନିର୍ଦ୍ଦେଶକ ଓ ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ । ଏହି କମ୍ପାନୀରେ ଚନ୍ଦ୍ରକାନ୍ତ ଓ ଚନ୍ଦ୍ରଶେଖରଙ୍କୁ ବାଦ୍ ଦେଲେ ଅନ୍ୟ କେହି ବି ନିର୍ଦ୍ଦେଶକ କିମ୍ବା ଅଂଶୀଦାର ନଥିବା ସୂଚନା ମିଳିଛି ।

ଖୋଳତାଡ଼ରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଏବେ ଯେଉଁ ନଗଦ ୩୦କୋଟି ଟଙ୍କା ଜବତ ହୋଇଛି ତାହା ଡିଏନ୍ ପ୍ରର୍ପଟିଜ୍ ପ୍ରାଇଭେଟ୍ ଲିମିଟେଡର ବୋଲି ଦର୍ଶାଇବାକୁ ପ୍ରୟାସ ହେଉଛି । ଏହି ଡିଏନ୍ ପ୍ରର୍ପଟିଜ୍ ପ୍ରାଇଭେଟ୍ ଲିମିଟେଡ୍ ମାଧ୍ୟମରେ ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତିିମାନେ କଳାଟଙ୍କାକୁ ନିବେଶ କରିଥିବା ସନ୍ଦେହ କରାଯାଉଛି । ୨୦୧୭ ଡିସେମ୍ବର ମାସରେ ଏହି କମ୍ପାନୀର ମାଲିକାନାରୁ ଆଇନଗତ ଦୃଷ୍ଟିରୁ ଜଗଦୀଶ ଓହରି ଯାଇଥିଲେ ମଧ୍ୟ କମ୍ପାନୀଟି ଏବେବି ବାସ୍ତବରେ ତାଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ।

ଡିଏନ୍ ପ୍ରର୍ପଟିଜ୍ ପ୍ରାଇଭେଟ୍ ଲିମିଟେଡରେ ରାଜ୍ୟର ମୋଟ ୬ଜଣ ଆଇଏଏସ୍ ନିଜର ଅର୍ଥ ନିବେଶ କରିଥିବାର ଚର୍ଚ୍ଚା ପାୱାର କରିଡରରେ ଜୋର ଧରିଛି । ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ପାହ୍ୟାର ୩ଜଣ ଆଇଏଏସ୍ ଓ ସଚିବ ପାହ୍ୟାର ୩ଜଣ ଆଇଏଏସ ବହୁ ପରିମାଣର ଅର୍ଥ ଏହି କମ୍ପାନୀରେ ନିବେଶ କରିଥିବାର ସନ୍ଦେହ କରାଯାଉଛି । ଏହି ୬ଜଣ ଆଇଏଏସଙ୍କ ମଧ୍ୟରେ ମାତ୍ର ଜଣେ ଓଡ଼ିଶାଜନ୍ମିତ ଆଇଏଏସ୍ । ଯିଏକି କମିଶନର ତଥା ସଚିବ ପାହ୍ୟାରେ କାର୍ଯ୍ୟ କରୁଛନ୍ତି ବୋଲି ଚର୍ଚ୍ଚା ।

ସୂତ୍ର ଅନୁସାରେ, ଡିଏନ୍ ଗ୍ରୁପ ଉପରେ ଚଢ଼ଉବେଳେ ଆଇଟି ବିଭାଗକୁ ମିଳିଥିବା ବିପୁଳ ପରିମାଣର ନଗଦ ଟଙ୍କା ଓ ବେନାମୀ କାରବାର ସଂକ୍ରାନ୍ତ ଦସ୍ତାବିଜକୁ ଦେଖି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆସନ୍ତା ସପ୍ତାହରେ ଏହି ଆର୍ଥିକ କାରବାରକୁ ନେଇ ନିଜଆଡ଼ୁ ମାମଲା ରୁଜୁ କରିବ ବୋଲି ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story