ଭୁବନେଶ୍ୱରରେ ମୂଲ୍ୟବାନ ଜମି ହାତେଇଛନ୍ତି ୬ ଅଣଓଡ଼ିଆ ବାବୁ: ବାର୍ଷିକ ସମ୍ପତ୍ତି ବିବରଣୀରେ ଲୁଚାଇଛନ୍ତି, ବଢ଼ିଲା ସନ୍ଦେହ

୨୦୧୨ ଜୁନ୍ ୧୩ ତାରିଖ ଓ ୨୦୧୨ ଜୁଲାଇ ୨୭ତାରିଖରେ ଏହି ଜମିଗୁଡ଼ିକର ମାଲିକାନା ସମ୍ପୃକ୍ତ ୬ଜଣ ଅଣଓଡ଼ିଆ ଅଫିସରଙ୍କୁ ମିଳିଥିଲା । ଖୋଲାଦ୍ୱାର ମୌଜାର ଖତିୟାନ ନମ୍ବର-୨୦୯,୨୪୨ ଓ ୬୫୦/୭୦ରେ ଥିବା ପ୍ଲଟ ନମ୍ବର ୭୨,୭୩,୭୪ ଓ ୭୧/୧୪୩୦ର ଜମିକୁ ଏହି ଅଫିସରମାନେ ନିଜ ଦଖଲରେ ରଖିଛନ୍ତି ।

IPS

IPS Officer ଡିଏସ୍‌ କୁଟ୍ଟେ ଓ ଆଶିଷ ସିଂ(ଫାଇଲ ଫଟୋ)

Ordigital Desk
  • Published: Friday, 14 June 2024
  • Updated: 14 June 2024, 09:20 PM IST

Sports

Latest News

ରାଜ୍ୟରେ ବିଜେଡିର ୨୪ବର୍ଷ ଶାସନର ଅନ୍ତ ସହ ‘ବାବୁରାଜ’ରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଅଣଓଡ଼ିଆ ଅଫିସରମାନଙ୍କ ହାକିମାତି ଉପରେ ବ୍ରେକ୍ ଲାଗିବାପରେ ଏବେ ସେମାନଙ୍କର କାରନାମା ପଦାକୁ ଆସିବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଜଟଣୀ ତହସିଲ ଅଂଚଳର ‘ଖୋଲାଦ୍ୱାର’ ମୌଜାରେ ୬ଜଣ ଅଣଓଡ଼ିଆ ଅଫିସର ପ୍ରାୟ ଏକ ଏକରରୁ ଅଧିକ ମୂଲ୍ୟବାନ ଜମିର ମାଲିକାନା ହାସଲ କରିଥିବା ଜଣାପଡ଼ିଛି । ଏହି ୬ଜଣ ସର୍ବଭାରତୀୟ ସେବା ଅଫିସରଙ୍କ ମଧ୍ୟରୁ ମାତ୍ର ଜଣେଦୁଇଜଣଙ୍କୁ ବାଦ୍ ଦେଲେ ଅନ୍ୟମାନେ ନିଜର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲବେଳେ ଉକ୍ତ ମୂଲ୍ୟବାନ ଜମି ସଂକ୍ରାନ୍ତରେ କୌଣସି ତଥ୍ୟ ଲୁଚାଉଥିବାରୁ ଏହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ଯଦିଓ ରାଜସ୍ୱ ବିଭାଗର ‘ଭୂଲେଖ’ରେ ଏହି ବାବୁମାନେ ପ୍ରତ୍ୟେକ ୮ହଜାରରୁ ଅଧିକ ବର୍ଗଫୁଟ ଜମିର ମାଲିକ ବୋଲି ଜଣାପଡିଛି ।

ବିଜେଡି ସରକାରରେ ସବୁଠୁ ପାୱାରଫୁଲ୍ ଅଫିସର ହୋଇ ସୁପର ସିଏମ୍ ଭଳି ହାକିମାତି କରୁଥିବା ଆଇପିଏସ୍ ଅଫିସର ଡିଏସ୍ କୁଟ୍ଟେ, ରାଜନୀତିକ ଆକ୍ରୋଶକୁ କାର୍ଯ୍ୟକାରୀ କରାଉଥିବା ଆଇପିଏସ୍ ଆଶୀଷ ସିଂ , ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର.ଭିନିଲକ୍ରିଷ୍ଣାଙ୍କ ସମେତ ଆଇପିଏସ୍ ୨୦୦୪ ବ୍ୟାଚର ଆଇପିଏସ୍ ଦୀପକ କୁମାର ଓ ନିତେନଜିତ୍ ସିଂହ ଏବଂ ୨୦୦୫ ଆଇଏଏସ୍ ଅଫିସର ରାଜେଶ ପ୍ରଭାକର ପାଟିଲ ମିଳିତ ଭାବେ ଜଟଣୀର ଖୋଲାଦ୍ୱାର ମୌଜାରେ ମିଳିତ ଭାବେ ପ୍ରାୟ ଏକ ଏକରରୁ ଅଧିକ ଜମି କ୍ରୟ କରିଥିବା ‘ଭୂଲେଖ’ ତଥ୍ୟରେ ଦର୍ଶାଯାଇଛି । ପ୍ରତ୍ୟେକ ଅଫିସରଙ୍କ ଭାଗରେ ୮ହଜାର ବର୍ଗଫୁଟର ଜମି ରହିଛି ।

Also Read

୨୦୧୨ ଜୁନ୍ ୧୩ ତାରିଖ ଓ ୨୦୧୨ ଜୁଲାଇ ୨୭ତାରିଖରେ ଏହି ଜମିଗୁଡ଼ିକର ମାଲିକାନା ସମ୍ପୃକ୍ତ ୬ଜଣ ଅଣଓଡ଼ିଆ ଅଫିସରଙ୍କୁ ମିଳିଥିଲା । ଖୋଲାଦ୍ୱାର ମୌଜାର ଖତିୟାନ ନମ୍ବର-୨୦୯,୨୪୨ ଓ ୬୫୦/୭୦ରେ ଥିବା ପ୍ଲଟ ନମ୍ବର ୭୨,୭୩,୭୪ ଓ ୭୧/୧୪୩୦ର ଜମିକୁ ଏହି ଅଫିସରମାନେ ନିଜ ଦଖଲରେ ରଖିଛନ୍ତି । ଏହି ସମସ୍ତ ଜମିର ୧୯୯୭ ବ୍ୟାଚ୍ ଆଇପିଏସ୍ ଶ୍ରୀ କୁଟ୍ଟେଙ୍କ ସମେତ ୨୦୦୪ ବ୍ୟାଚର ୩ଜଣ ଆଇପିଏସ୍ ଓ ୨୦୦୫ ବ୍ୟାଚର ୨ଜଣ ଆଇଏଏସଙ୍କ ନାଁରେ ଥିଲେ ମଧ୍ୟ ସେମାନେ ପ୍ରତିବର୍ଷ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରୁଥିବା ବାର୍ଷିକ ସମ୍ପତ୍ତି ବିବରଣୀରେ ଏହାକୁ ଉଲ୍ଲେଖ କରୁନଥିବା ଖୋଳତାଡ଼ରୁ ଜଣାପଡ଼ିଛି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ୍ କୁଟ୍ଟେ ୨୦୧୭ ମସିହାର ସମ୍ପତ୍ତି ତାଲିକାରେ ଭୁବନେଶ୍ୱରରେ ପତ୍ନୀ ଲକ୍ଷ୍ମୀ କୁଟ୍ଟେଙ୍କ ନାଁରେ ବିପୁଳ ଗାର୍ଡେନରେ ଗୋଟିଏ ଫ୍ଲାଟ୍ ଥିବା ଓ ତାଙ୍କ ନାଁରେ ଖୋଲାଦ୍ୱାର ମୌଜାରେ ୭ହଜାର ବର୍ଗଫୁଟ ଜମି ଥିବା ନେଇ ଉଲ୍ଲେଖ କରିଥିଲେ। ଏହି ଜମିକୁ ଅନ୍ୟ ୫ଜଣ ଅଣଓଡ଼ିଆ ଅଫିସରଙ୍କ ସହ ମିଶି ମାଲିକାନା ସତ୍ତ୍ୱ ରଖିଛନ୍ତି ବୋଲି ଦର୍ଶାଇଛନ୍ତି । ତେବେ ସେ ୨୦୧୭ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିବା ପରେ ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଥିଲେ । ଆଉ ୨୦୧୯ ମସିହାର ସମ୍ପତ୍ତି ତାଲିକାରେ ପତ୍ନୀ ଲକ୍ଷ୍ମୀଙ୍କ ନାଁରେ ଥିବା ଫ୍ଲାଟ୍ ଓ ଖୋଲାଦ୍ୱାର ମୌଜା ଜମି ସମ୍ପର୍କରେ ଆଉ କେନ୍ଦ୍ର ସରକାରଙ୍କୁ ଅବଗତ କରାଇନଥିଲେ ।  ଯଦିଓ ପ୍ରତିବର୍ଷ ସେ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରୁଛନ୍ତି କିନ୍ତୁ ୨୦୧୯ ମସିହା ପରଠୁ ଏହି ଫ୍ଲାଟ୍ କିମ୍ବା ଜମି ନେଇ ତଥ୍ୟକୁ ଲୁଚାଇଛନ୍ତି । ଏପଟେ ରାଜସ୍ୱ ବିଭାଗର ‘ଭୂଲେଖ’ରେ ଶ୍ରୀ କୁଟ୍ଟେଙ୍କ ନାଁରେ ଖୋଲାଦ୍ୱାର ମୌଜାରେ ୩ଟି ପ୍ଲଟ୍ ଥିବା ନେଇ ସୂଚନା ମିଳିଛି ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିବା ଆର ଭିନିଲକ୍ରିଷ୍ଣା ୨୦୧୯ ମସିହା ପରଠୁ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରୁଥିବା ବାର୍ଷିକ ସମ୍ପତ୍ତି ବିବରଣୀରେ ଖୋଲାଦ୍ୱାର ମୌଜାରେ ଥିବା ନିଜ ଜମିକୁ ନେଇ ତଥ୍ୟ ଦେଉନାହାନ୍ତି । ଯାହାକି ଏବେବି ବଳବତ୍ତର ରହିଛି । ଭିନିଲଙ୍କ ବ୍ୟାଚର ରାଜେଶ ପ୍ରଭାକର ପାଟିଲ ୨୦୧୮ ମସିହାରୁ ଏହି ଖୋଲାଦ୍ୱାର ସମ୍ପତ୍ତି ସମ୍ପର୍କରେ ତଥ୍ୟ ଲୁଚାଇ ରଖିଛନ୍ତି । ଯଦିଓ ଏହି ଦୁଇ ଅଫିସରଙ୍କ ନାଁରେ ଖୋଲାଦ୍ୱାର ମୌଜାର ଖତିୟାନ ୨୦୯ ଓ ୨୪୨ରେ ଜମି ଥିବା ଜଣାପଡ଼ିଛି ।

ସେହିପରି ଆଇପିଏସ୍ ଦୀପକ କୁମାର ପ୍ରତିବର୍ଷ ଏହି ଖୋଲାଦ୍ୱାର ଜମି ସମ୍ପର୍କରେ ବାର୍ଷିକ ସମ୍ପତ୍ତି ବିବରଣୀରେ ଉଲ୍ଲେଖ କରୁଥିଲେ ମଧ୍ୟ ଜମିର ମୂଲ୍ୟ ଏବେ ୨୦ଲକ୍ଷ ଟଙ୍କା ଥିବା ଦର୍ଶାଇଛନ୍ତି । ଏପରିକି ଜଟଣୀ ରାସ୍ତା ସମ୍ପ୍ରସାରଣବେଳେ ଆଇପିଏସ୍ ଦୀପକ କୁମାରଙ୍କ ପ୍ରାୟ ଏକ ହଜାର ବର୍ଗଫୁଟ ଜମିକୁ ସରକାର ଅଧିଗ୍ରହଣ କରିଥିବା ଜଣାପଡ଼ିଛି । ଆଇପିଏସ୍ ଆଶୀଷ ସିଂ ବାର୍ଷିକ ସମ୍ପତ୍ତି ବିବରଣୀରେ ଏହି ଜମି ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଓ ୨୦୨୩ ମସିହାରେ ଉକ୍ତ ସମ୍ପତ୍ତିର ପରିମାଣ ୪୩ଲକ୍ଷ ଟଙ୍କା ଦର୍ଶାଇଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ସର୍ବଭାରତୀୟ ସେବା(କଣ୍ଡକ୍ଟ) ରୁଲସ-୧୯୬୮ର ଧାରା ୧୬(୨)ର ପ୍ରାବଧାନରେ ପ୍ରତ୍ୟେକ ଅଫିସରଙ୍କ ପାଇଁ ପ୍ରତିବର୍ଷ ଜାନୁୟାରୀ ୩୧ତାରିଖ ପୂର୍ବରୁ ନିର୍ଦ୍ଧାରିତ ଫର୍ମାଟରେ ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିବା ବାଧ୍ୟତାମୂଳକ । ସେମାନେ ନିଜର ସମ୍ପତ୍ତିର କୌଣସି ତଥ୍ୟ ଲୁଚାଇବା ମଧ୍ୟ ସମୀଚୀନ ନୁହେଁ। ମାତ୍ର ଭୁବନେଶ୍ୱର ଉପକଣ୍ଠରେ ଜମି ସତ୍ତ୍ୱ  ରଖିଥିବା ଏହି ଅଣଓଡ଼ିଆ ବାବୁମାନେ କାହିଁକି ଓ କେଉଁ ଅଜଣା ଭୟରେ ନିଜର ବାର୍ଷିକ ସମ୍ପତ୍ତି ତାଲିକାରେ ତାକୁ ଦର୍ଶାଉନାହାନ୍ତି ତାହା ଏବେ ସାଧାରଣରେ ସନ୍ଦେହ ବଢ଼ାଇଛି । ବିଶେଷକରି ବିଜେଡି ପାଇଁ କର୍ପୋରେଟ ଚାନ୍ଦା ଯୋଗାଡ଼ କରିବା ଆଳରେ ଡିଏସ୍ କୁଟ୍ଟେଙ୍କ ବ୍ୟବସାୟିକ ଲିଙ୍କ୍ ତଥ୍ୟ ଧୀରେଧୀରେ ପଦାକୁ ଆସିବାରେ ଲାଗିଛି । ବିଜେଡିର ଜଣେ ରାଜ୍ୟସଭା ସାଂସଦ କିଭଳି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ନାଲିପାହାଡ଼ ଖନନର ବାଦଶାହ ହେବାକୁ ସଜବାଜ ହେଉଥିଲେ ତାହା ମଧ୍ୟ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ।

ରାଜ୍ୟର  ବିଜେପି ସରକାର ଏହି ଅଣଓଡ଼ିଆ ଅଫିସରମାନେ କେଉଁ କାରଣରୁ ନିଜ ସମ୍ପତ୍ତିର ତଥ୍ୟ ଲୁଚାଉଛନ୍ତି ଓ ଖୋଲାଦ୍ୱାର ମୌଜାର ମୂଲ୍ୟବାନ ଜମିକୁ କୌଣସି ଅନୈତିକ ଉପାୟରେ ହାତେଇ ନାହାନ୍ତି ତ ଆଦିର ତଦନ୍ତ କଲେ ସେମାନେ ଓଡ଼ିଶାରେ କେଉଁ ସବୁ ସ୍ଥାନରେ ଜମିର ମାଲିକାନା ରଖିଛନ୍ତି ତା’ର ପ୍ରକୃତ ତଥ୍ୟ ପଦାକୁ ଆସିପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story