Advertisment

୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା

ADR ଓ ଓଡ଼ିଶା ଇଲେକସନ ୱାଚ୍ ରିପୋର୍ଟ ଅନୁସାରେ ବ୍ରହ୍ମପୁରରୁ ସ୍ୱାଧୀନ ଭାବେ ବିଧାୟକ ଭାବେ ଲଢୁଥିବା ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ନାଁରେ ରହିଛି ସବୁଠୁ ଅଧିକ ୪୬ଟି କ୍ରିମିନାଲ କେସ୍‌। ଶିକ୍ଷାଗତ ଯୋଗ୍ୟତାକୁ ଦେଖିଲେ ୪ ଜଣ ଆଦୌ ପାଠ ପଢ଼ି ନାହାନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Election

Election

ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ରହିଛି ଅପରାଧ ମାମଲା। ୪୮ ଜଣଙ୍କ ନାଁରେ ରହିଛି ଜଘନ୍ୟ ଅପରାଧ। ଏହି ରିପୋର୍ଟ ଦେଇଛି ADR ଓ ଓଡ଼ିଶା ଇଲେକସନ ୱାଚ୍।

Advertisment

ADR ଓ ଓଡ଼ିଶା ଇଲେକସନ ୱାଚ୍ ରିପୋର୍ଟ ଅନୁସାରେ ବ୍ରହ୍ମପୁରରୁ ସ୍ୱାଧୀନ ଭାବେ ବିଧାୟକ ଭାବେ ଲଢୁଥିବା ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ନାଁରେ ରହିଛି ସବୁଠୁ ଅଧିକ ୪୬ଟି କ୍ରିମିନାଲ କେସ୍‌। ଶିକ୍ଷାଗତ ଯୋଗ୍ୟତାକୁ ଦେଖିଲେ ୪ ଜଣ ଆଦୌ ପାଠ ପଢ଼ି ନାହାନ୍ତି। ମୈଦାନରେ ଅଛନ୍ତି ମାତ୍ର ୩୨ଜଣ ମହିଳା। ସବୁଠୁ ଧନୀ ପ୍ରାର୍ଥୀ ହେଲେ ଦିଗପହଣ୍ଡିର ବିଜେଡି ବିଧାୟକ ପ୍ରାର୍ଥୀ ବିପ୍ଲବ ପାତ୍ର। ତାଙ୍କର ମୋଟ ସଂପତ୍ତି ହେଲା ୩୩ କୋଟି ୩୬ ଲକ୍ଷରୁ ଅଧିକ। ତାଙ୍କ ସତ୍ୟପାଠରୁ ଏହା ଜଣାପଡ଼ିଛି।

ADR ଓ ଓଡ଼ିଶା ଇଲେକସନ ୱାଚ୍ ରିପୋର୍ଟରେ ଆହୁରି କୁହାଯାଇଛି, ସତ୍ୟପାଠରେ ଦୁଇ ଜଣ ପ୍ରାର୍ଥୀ କହିଛନ୍ତି, ତାଙ୍କ ପାଖରେ କୌଣସି ସଂପତ୍ତି ନାହିଁ। ଲକ୍ଷ୍ମୀପୁର ଆସନରୁ ବିଧାୟକ ପ୍ରାର୍ଥୀ ରିପବ୍ଲିକାନ ପାର୍ଟିର ରମେଶ ଜାନି କହିଛନ୍ତି, ତାଙ୍କ ପାଖରେ ଅଛି ମାତ୍ର ହଜାରେ ଟଙ୍କା। ସବୁ ପ୍ରାର୍ଥୀଙ୍କ ସତ୍ୟପାଠରୁ ତଥ୍ୟ ସଂଗ୍ରହ କରି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଏଡିଆର୍ ଏବଂ ଓଡ଼ିଶା ଇଲେକସନ ୱାଚ୍।

Advertisment
2024 General Election General Elections 2024