Advertisment

୨ ବର୍ଷ ମଧ୍ୟରେ ପୂରଣ ହେବ ୬୫ ହଜାର ସରକାରୀ ପଦବୀ

ଜିଲ୍ଲା ମେଡିକାଲରେ ପ୍ରସୂତୀ ଓ ଶିଶୁରୋଗ ବିଶେଷଜ୍ଞ ନିଶ୍ଚିତ ରହିବେ। ଉପକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକର ନାଁ ‘ଆରୋଗ୍ୟ ମନ୍ଦିର’ କରାଯିବ।

Governor Raghubar Das

Governor Raghubar Das

Advertisment

‘୨୦୨୯ ସୁଦ୍ଧା ରାଜ୍ୟରେ ସୃଷ୍ଟି ହେବ ସାଢ଼େ ତିନି ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ। ଆସନ୍ତା ୨ ବର୍ଷ ମଧ୍ୟରେ ପୂରଣ ହେବ ୬୫ ହଜାର ସରକାରୀ ପଦବୀ।’ ଆଜିଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ରାଜ୍ୟପାଳ ତାଙ୍କ ଅଭିଭାଷଣରେ ସରକାରଙ୍କ ଲକ୍ଷ୍ୟ ସଂପର୍କରେ କହିବାକୁ ଯାଇ ଦେଇଛନ୍ତି ଏହି ତଥ୍ୟ।

Advertisment

ରାଜ୍ୟପାଳ ରଘୁବର ଦାସ କହିଛନ୍ତି, କୃଷି ଓ କୃଷକଙ୍କ ବିକାଶ ତଥା ଆୟବୃଦ୍ଧି ଉପରେ ଫୋକସ୍ କରିଛନ୍ତି ରାଜ୍ୟ ସରକାର। ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଭିତ୍ତିଭୂମି କ୍ଷେତ୍ରକୁ ଦିଆଯାଉଛି ପ୍ରାଥମିକତା। ୨୦୨୯ ସୁଦ୍ଧା ରାଜ୍ୟରେ ସାଢ଼େ ୩ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆସନ୍ତା ୨ ବର୍ଷ ମଧ୍ୟରେ ପୂରଣ ହେବ ୬୫ ହଜାର ସରକାରୀ ପଦବୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ ନିର୍ମାଣ ହେବ ୧୦ ଲକ୍ଷ ଘର।ଏହାସହ ଓଡ଼ିଶାରେ ଖୁବ୍ ଶୀଘ୍ର ଲାଗୁ କରାଯିବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ତା’ଛଡ଼ା ସାରା ରାଜ୍ୟରେ ୩ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ।

ଜିଲ୍ଲା ମେଡିକାଲରେ ପ୍ରସୂତୀ ଓ ଶିଶୁରୋଗ ବିଶେଷଜ୍ଞ ନିଶ୍ଚିତ ରହିବେ। ଉପକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକର ନାଁ ‘ଆରୋଗ୍ୟ ମନ୍ଦିର’ କରାଯିବ। ୨୦୩୦ ସୁଦ୍ଧା ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଜାତୀୟ ଶିକ୍ଷାନୀତି ଲାଗୁ କରାଯାଇ ଶିକ୍ଷାର ମାନବୃଦ୍ଧି ଉଦେଶ୍ୟରେ ରାଜ୍ୟସ୍ତରୀୟ ଶିକ୍ଷାନୀତି ପାଇଁ ସରକାର ଲକ୍ଷ୍ୟ ରଖିଥିବା କହିଛନ୍ତି ରାଜ୍ୟପାଳ। ସେହିପରି କୃଷକଙ୍କୁ ସଶକ୍ତ କରିବା ପାଇଁ ବଂଚିତ ହିତାଧିକାରୀଙ୍କୁ ପିଏମ୍-କିଷାନ ଯୋଜନାରେ ସାମିଲ କରାଯିବ। ଧାନ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କା ଦିଆଯିବ। ସେହିପରି ଶୀତଳ ଭଣ୍ଡାର ସୁବିଧା, ପ୍ରକ୍ରିୟାକରଣ ୟୁନିଟ୍ ଓ ଯୋଗାଣ ଶୃଙ୍ଖଳିତ ହେବ। ମଣ୍ଡିରେ ଶସ୍ୟ ଭଣ୍ଡାର ଓ କୃଷକ ବିଶ୍ରାମ ଗୃହ ରହିବ। ଶିକ୍ଷକ ପ୍ରଶିକ୍ଷଣ, ଗ୍ରାମାଞ୍ଚଳରେ ଡିଜିଟାଲ ଭିତ୍ତିଭୂମି ସମ୍ପ୍ରସାରଣ ହେବ। ଓଡ଼ିଆ ଅସ୍ମିତା ଭବନ, ତାଳପତ୍ର ପାଣ୍ଡୁଲିପି ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ। ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଅସ୍ମିତା ପାଇଁ କାମ କରାଯିବ ବୋଲି କହିଥିଲେ ରାଜ୍ୟପାଳ ରଘୁବର ଦାସ।

Advertisment

ସେପଟେ ପ୍ରଥମ ଥର ଲାଗି ବିରୋଧୀ ଆସନରେ ବସିଥିବା ବିଜେଡି ଆଜି କିନ୍ତୁ ପ୍ରଥମରୁ ଆକ୍ରମଣାତ୍ମକ ମୁଦ୍ରାରେ ରହିଥିଲା। ଓଡିଆ ଅସ୍ମିତା ତଥା ଆଇନ୍ ଶୃଙ୍ଖଳା କଥା କହି ପ୍ରଥମରୁ ହିଁ ପ୍ରତିବାଦ କରିଥିଲା ଦଳ। ସେହିପରି ବିଜେଡି ସହ ସ୍ୱର ମିଳାଇ କଂଗ୍ରେସ ବି ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲା। ଶେଷରେ ଉଭୟ ବିରୋଧୀ ରାଜ୍ୟପାଳଙ୍କ ଅଭିଭାଷଣକୁ ଆଦୌ ନଶୁଣି କକ୍ଷତ୍ୟାଗ କରିଥିଲେ। ବିଧାନସଭା ଆରମ୍ଭରୁ ଆଟାକିଂ ଖେଳିଛନ୍ତି ବିରୋଧୀ। ଏବେ ଦେଖିବାର କଥା ହେଉଛି ନୂଆ ସରକାର ବଜେଟ୍ ଅଧିବେଶନକୁ କିପରି ସୁପରିଚାଳନା କରୁଛନ୍ତି। କାରଣ ସାମ୍ନାରେ ଅଛନ୍ତି ସଶକ୍ତ ବିରୋଧୀ।

Odisha Budget
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe