Advertisment

୨୦୨୪ରେ ଅବସର ନେବେ ୬୮ ରାଜ୍ୟସଭା ସାଂସଦ, ବିଜେପିରୁ ସର୍ବାଧିକ ୬୦ ଜଣ

୯ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ସର୍ବାଧିକ ୬୦ ଜଣ ବିଜେପି ସାଂସଦ ଅବସର ନେବେ।

ଅଦ୍ୟତନ ହୋଇଛି
Rajya Sabha

Rajya Sabha

Advertisment

ଚଳିତ ବର୍ଷ ସରିବାକୁ ଯାଉଛି ୬୮ ରାଜ୍ୟସଭା ସାଂସଦକଙ୍କ କାର୍ଯ୍ୟକାଳ। ଯେଉଁମାନଙ୍କ ମଧ୍ୟରେ ୯ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ସର୍ବାଧିକ ୬୦ ଜଣ ବିଜେପି ସାଂସଦ ଅବସର ନେବେ। ରାଜ୍ୟସଭାରୁ ଅବସର ନେବା ପରେ ଅଧିକାଂଶ ଲୋକସଭା ନିର୍ବାଚନ ଲଢ଼ିବା ନେଇ ବେଶ୍ ଚର୍ଚ୍ଚା ହେଉଛି।

Advertisment

ରିପୋର୍ଟ ମୁତାବକ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଅ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମେତ ୫୭ ଜଣ ସାଂସଦଙ୍କ କାର୍ଯ୍ୟକାଳ ଅପ୍ରେଲରେ ସରିବ। ଚଳିତ ଜାନୁଆରୀରେ ଆପ୍‌ର ୩ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି। ସେହିପରି ଫେବୃଆରୀରେ ମଧ୍ୟ ସିକିମର ଜଣେ ସଦସ୍ୟ ଅବସର ନେବେ। 

କେଉଁ ରାଜ୍ୟରୁ କେତେ ଆସନ ଖାଲି ପଡିବ? 
ଉତ୍ତର ପ୍ରଦେଶରେ ସର୍ବାଧିକ ୧୦ଟି ରାଜ୍ୟସଭା ସଦସ୍ୟ ପଦ ଖାଲି ପଡ଼ିବାକୁ ଥିବାବେଳେ ମହାରାଷ୍ଟ୍ର ଏବଂ ବିହାରରୁ ୬ଟି ଲେଖାଏଁ ଆସନ ଖାଲି ପଡ଼ିବ। ସେହିପରି, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ପ୍ରତ୍ୟେକ ପାଞ୍ଚଟି ଲେଖାଏଁ, କର୍ଣ୍ଣାଟକ ଏବଂ ଗୁଜରାଟରୁ (ପ୍ରତ୍ୟେକ ଚାରି), ଓଡ଼ିଶା, ତେଲେଙ୍ଗାନା, କେରଳ ଏବଂ ଆନ୍ଧ୍ର ପ୍ରଦେଶରୁ (ପ୍ରତ୍ୟେକ ତିନି), ଝାଡ଼ଖଣ୍ଡ ଏବଂ ରାଜସ୍ଥାନରୁ (ପ୍ରତ୍ୟେକ ଦୁଇ) ଏବଂ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ହରିଆଣା ଏବଂ ଛତିଶଗଡ଼ରୁ ଗୋଟିଏ ଲେଖାଏଁ ଆସନ ଖାଲି ପଡ଼ିବ। ଏଥିସହ ଚାରି ଜଣ ମନୋନୀତ ସଦସ୍ୟ ଜୁଲାଇରେ ଅବସର ନେବେ।

Advertisment

Rajya Sabha Rajya Sabha MP Retirement MPs Retirement
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe