Advertisment

କଟିଲା ଅମରଙ୍କ ଟିକେଟ, ବଡ଼ଚଣାରୁ ବର୍ଷା; ଚମ୍ପୁଆରୁ ସନାତନଙ୍କୁ ପ୍ରାର୍ଥୀ କଲା ବିଜେଡି

ବିଜେଡି ଆଜି ତାହାର ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ଦଳ ନିଜର ମହିଳା ସଂରକ୍ଷଣ କାର୍ଡକୁ ଯେଣତେଣ ପ୍ରକାର ପୂରଣ କରିବାକୁ ପ୍ରୟାସ କରିଛି।

author-image
Niharika Rout
ଅଦ୍ୟତନ ହୋଇଛି
Barsha Priyadarshini & Sanatan Mahakuda

Barsha Priyadarshini & Sanatan Mahakuda

ବିଜେଡି ଆଜି ତାହାର ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ଦଳ ନିଜର ମହିଳା ସଂରକ୍ଷଣ କାର୍ଡକୁ ଯେଣତେଣ ପ୍ରକାର ପୂରଣ କରିବାକୁ ପ୍ରୟାସ କରିଛି। ଆଜିର ୯ପ୍ରାର୍ଥୀଙ୍କୁ ମିଶାଇ ବିଜେଡି ସମୁଦାୟ ୧୩୫ ପ୍ରାର୍ଥୀ ତାଲିକା ଘୋଷଣା କରିଛି।

Advertisment

କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଗଣେଶ୍ୱର ବେହେରାଙ୍କୁ କେନ୍ଦ୍ରାପଡ଼ା, କେନ୍ଦୁଝରର ବିବାଦୀୟ ନେତା ସନାତନ ମହାକୁଡ଼ଙ୍କୁ ଚମ୍ପୁଆ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଆସନରୁ ପ୍ରାର୍ଥୀ କରିଛି। ବଡ଼ଚଣାର ୬ ଥରର ବିଧାୟକ ଅମର ଶତପଥୀଙ୍କ ଟିକେଟ କାଟି ଦଳ ଏଥର ବର୍ଷାଙ୍କୁ ମଇଦାନକୁ ଓହ୍ଲାଇଛି।

ବର୍ଷା ଦୁଇ ଦିନ ପୂର୍ବେ ବିଜେଡିରେ ସାମିଲ ହୋଇଥିବା ବେଳେ ଅମର ଶତପଥୀଙ୍କ ବଦଳରେ ତାଙ୍କୁ ପ୍ରାର୍ଥୀ ଘୋଷଣା କରି ବିଗ୍‌ ସରପ୍ରାଇଜ ଦେଇଛି ବିଜେଡି। ଏଥିସହ ସନାତନ ମହାକୁଡ ବି ବିଜେଡିରେ ସାମିଲ ନ ହୋଇ ବି ଦଳ ତାଙ୍କୁ ଚମ୍ପୁଆରୁ ପ୍ରାର୍ଥୀ ଘୋଷଣା କରିଛି। 

Advertisment

ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଥିବା ପ୍ରାର୍ଥୀ ତାଲିକା ଅନୁସାରେ ଚିଲିକାରୁ ରଘୁନାଥ ସାହୁ, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାରାଣ୍ଡି, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, ସିମୁଳିଆରୁ ସୁବାସିନୀ ସାହୁ ଓ ରେମୁଣାରୁ ବିଦୁସ୍ମିତା ମହାଳିକଙ୍କୁ ମଇଦାନକୁ ଓହ୍ଲାଇଛି ଦଳ।

 ଆଜି ଘୋଷଣା ହୋଇଥିବା ଷଷ୍ଠ ପର୍ଯ୍ୟାୟ ତାଲିକାରେ ଘୋଷିତ ୯ ପ୍ରାର୍ଥୀଙ୍କ ମଧ୍ୟରୁ ଦଳ ୪ ମହିଳାଙ୍କୁ ମଇଦାନକୁ ଓହ୍ଲାଇଛି। ତେଣୁ ଷଷ୍ଠ ପର୍ଯ୍ୟାୟ ତାଲିକା ସୁଦ୍ଧା ବିଜେଡି ୩୨ ମହିଳାଙ୍କୁ ବିଧାନସଭା ନିର୍ବାଚନ ନିମନ୍ତେ ଟିକେଟ ଦେଇ ସାରିଲାଣି।

ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫ ବିଧାୟକଙ୍କ ଟିକେଟ କଟିଛି। ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀଙ୍କ ସମେତ, ସିମୁଳିଆ ବିଧାୟକ ଜ୍ୟୋତି ପାଣିଗ୍ରାହୀ ଓ ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ କଟିଲା । ଏଥିସହ କେନ୍ଦ୍ରାପଡ଼ା ବିଧାୟକ ଶଶି ବେହେରାଙ୍କୁ ଚଳିତ ନିର୍ବାଚନରେ ଟିକେଟ ମିଳି ନ ଥିବା ବେଳେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତଙ୍କୁ ବି ଟିକେଟ ଦେଇନି ଦଳ ।

BjD