Advertisment

Mood of the Nation: ଦିଲ୍ଲୀରେ ମୂଳପୋଛ କରିବେ ମୋଦି, ଜଳକା ହେବେ କେଜ୍ରିୱାଲ

ଦିଲ୍ଲୀରେ ଆପ୍‌ କ୍ରମାଗତ ଦୁଇ ଥର ସରକାର ଗଠନ କରିଛି। ଏଥିର ଦଳ ଲୋକସଭାର କିଛି ଆସନ ଜିତିବ ବୋଲି ଲକ୍ଷ୍ୟ ରଖିଛି।

PM Modi

PM Modi

Advertisment

ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ଦେଶର ରାଜଧାନୀ ଦିଲ୍ଲୀରେ କ୍ଲିନ ସୁଇପ କରିବ। ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନରେ ବିଜେପି ଜିତିବ ବୋଲି Mood of the Nation ସର୍ଭେରେ ଦାବି କରାଯାଇଛି।

Advertisment

ଦିଲ୍ଲୀରେ ଆପ୍‌ କ୍ରମାଗତ ଦୁଇ ଥର ସରକାର ଗଠନ କରିଛି। ଏଥିର ଦଳ ଲୋକସଭାର କିଛି ଆସନ ଜିତିବ ବୋଲି ଲକ୍ଷ୍ୟ ରଖିଛି। କିନ୍ତୁ Mood of the Nation ସର୍ଭେ ରିପୋର୍ଟ ଆପ୍‌କୁ ଝଟକା ଦେଇଛି।

ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ବିଜେପି ୨୦୧୯ ଭଳି ଏଥର ମଧ୍ୟ ୫୭% ଭୋଟ ଭାଗ ସହ ସମସ୍ତ ୭ଟି ଯାକ ଲୋକସଭା ଆସନ ଜିତିବ। ଦିଲ୍ଲୀରେ କଂଗ୍ରେସ ଓ ଆପ୍ ଇଣ୍ଡିଆ ବ୍ୟାନରେ ଲଢ଼ିବାକୁ ସଜବାଜ ହେଉଛନ୍ତି। ତଥାପି ଏମାନେ ଗୋଟିଏ ହେଲେ ବି ଆସନ ଜିତି ପାରିବେ ନାହିଁ। ଦୁଇ ଦଳର ଭୋଟ ଭାଗ ୪୦% ରହିବ।

Advertisment

ଯଦି ୨୦୧୯ ନିର୍ବାଚନକୁ ଦେଖିବା ତା’ହେଲେ ବିଧାନସଭା ରେଜଲ୍ଟର ବିପରୀତ ସ୍ଥିତି ଦେଖିବାକୁ ମିଳିଥିଲା। ୨୦୧୫ ଓ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ ଏକତରଫା ବିଜୟ ହାସଲ କରିଥିଲା। କିନ୍ତୁ ଲୋକସଭା ନିର୍ବାଚନରେ ଦଳର ଭୋଟ ଭାଗ ଆଶତୀତ ଭାବେ କମି ଥିଲା।

ଦଳ ଗୋଟିଏ ହେଲେ ବି ଲୋକସଭା ଆସଜନ ଜିତି ପାରି ନଥିଲା। ଏବେ କଂଗ୍ରେସ ସହ ମିଶି ଆପ୍‌ ଅତିକମରେ ଗୋଟିଏ ଆସନ ଜିତିବାକୁ ଲକ୍ଷ୍ୟ ରଖିଛି।

Bjp PM Modi Mood Of The Nation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe