Advertisment

ମଣ୍ଡପ ବୁଲା ନାଁରେ ହୋଟେଲ୍‌ରେ ମେଳି କଲେ ପରାଜିତ ବିଜେଡି ବିଧାୟକ!

ତେବେ ହଠାତ୍‌ ଏହି ୭ ପରାଜିତ ନେତାଙ୍କ ଏକ ହାଇକ୍ୱାଲିଟି ଫଟୋ ସାମ୍ନାକୁ ଆସିଥିଲା। ସମସ୍ତେ ରାଜଧାନୀ ଭୁବନେଶ୍ୱରରେ ଏକ ହୋଟେଲ୍‌ରେ ବସିଥିବା ଦେଖିବାକୁ ମିଳିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
BJD

BJD

ବିଜେଡିର ଏବେ ଚାଲିଛି ମେଳି ପର୍ବ! ରାଜଧାନୀ ଭୁବନେଶ୍ୱର ବିଜେଡି ମେଳି ପରେ ଏବେ ସାମ୍ନାକୁ ଆସି ଆଉ ଏକ ଫଟୋ। ଯେଉଁଥିରେ ୭ ଜଣ ପୂର୍ବତନ ବିଜେଡି ବିଧାୟକ ମେଳି କରୁଥିବା ଦେଖିବାକୁ ମିଳିଛି। ସମସ୍ତେ ଭୁବନେଶ୍ୱରରେ ଏକ ହୋଟେଲ୍‌ରେ ବସି ଚାହା ପିଉଥିବା ଦେଖିବାକୁ ମିଳିଛି। ତେବେ ନିର୍ବାଚନର ପ୍ରାୟ ୩ ମାସ ପରେ ହଠାତ୍‌ କ’ଣ ପାଇଁ ମେଳି କଲେ ୭ ପରାଜିତ ବିଧାୟକ? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ସେମାନେ ମଧ୍ୟ ଏନେଇ ଗଣମାଧ୍ୟମରେ ମୁହଁ ଖୋଲି ନାହାନ୍ତି। ଏହି ଫଟୋକୁ ନେଇ ନାନା ଚର୍ଚ୍ଚା ହେଉଛି।

Advertisment

ସାଧାରଣ ନିର୍ବାଚନରେ ପରାଜୟ ପରେ ଚୁପ୍‌ ହୋଇଯାଇଥିଲେ ବାସୁଦେବପୁରର ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, କଟକ ସଦରର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥୀ ବେହେରା, ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ପିପିଲିର ପୂର୍ବତନ ବିଧାୟକ ରୁଦ୍ର ମହାରଥୀ ଓ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ତଥା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି। କେଉଁଠି କାହାର ଦେଖାନଥିଲା। କେବଳ ସମ୍ୱିତଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ପ୍ରାୟତଃ ନିଖୋଜ ଥିଲା ପରି ଲାଗୁଥିଲେ।

ତେବେ ହଠାତ୍‌ ଏହି ୭ ପରାଜିତ ନେତାଙ୍କ ଏକ ହାଇକ୍ୱାଲିଟି ଫଟୋ ସାମ୍ନାକୁ ଆସିଥିଲା। ସମସ୍ତେ ରାଜଧାନୀ ଭୁବନେଶ୍ୱରରେ ଏକ ହୋଟେଲ୍‌ରେ ବସିଥିବା ଦେଖିବାକୁ ମିଳିଥିଲା। କେବଳ ଚନ୍ଦ୍ରସାରଥୀ ଓ ଦେବେଶଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ଗଭୀର ଚିନ୍ତାରେ ଥିଲା ପରି ଲାଗୁଥିଲେ। ତେବେ ଏହି ମେଳି କ’ଣ ପାଇଁ ତାହା ଜଣାପଡ଼ି ନାହିଁ। ଶୁଣିବାକୁ ମିଳୁଛି ସମସ୍ତେ ରାଜଧାନୀ ଲକ୍ଷ୍ମୀ ପୂଜା ଦେଖିବାକୁ ଆସିଥିଲେ। ଆଉ ସମୟ ମିଳିବାରୁ ଏକ ହୋଟେଲ୍‌ରେ ବସି ଚାହା ପିଉଛନ୍ତି। ପ୍ରକୃତରେ ଏହି ମେଳି କ’ଣ ଲକ୍ଷ୍ମୀ ପୂଜା ମେଢ଼ ଦେଖିବା ପାଇଁ ଥିଲା? ନା ଆଉ କିଛି?

Advertisment

ସେପଟେ ଚର୍ଚ୍ଚା ହେଉଛି ବିଜେଡିରେ ବର୍ତ୍ତମାନ ଯାହା ଚାଲିଛି, ସେଥିରେ ଏମାନେ ସନ୍ତୁଷ୍ଟ ନାହାନ୍ତି। ଦଳପତି ଜିଲ୍ଲା ପରେ ଜିଲ୍ଲାର ନେତାଙ୍କୁ ଡାକି ସଙ୍ଗଠନ ସଜାଡ଼ିବାରେ ଲାଗି ପଡ଼ିଛନ୍ତି। ହେଲେ ଅନ୍ୟପକ୍ଷରେ ଜଣେ ପରେ ଜଣେ ବରିଷ୍ଠ ନେତା ଅସନ୍ତୋଷ ଝାଡ଼ିବାରେ ଲାଗିଛନ୍ତି। ଯାହାକୁ ନେଇ ବିଜେଡି ଭିତରେ ଅସନ୍ତୋଷ ବଢ଼ି ଚାଲିଛି ବୋଲି ବାର୍ତ୍ତା ଯାଉଛି।

Bhubaneswar BjD