Advertisment

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡାୟତରାୟଙ୍କ ସମେତ ୭ ଜଣଙ୍କୁ ବହିଷ୍କାର କଲା ବିଜେପି

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ୭ ଜଣଙ୍କୁ ବହିଷ୍କାର କରାଯାଇଥିବା କୁହାଯାଇଛି।

undefined

BJP Flag

Advertisment

ଦଳ ବିରୋଧୀ କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ କରିବା ଯୋଗୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡାୟତରାୟଙ୍କ ସମେତ ୭ ଜଣଙ୍କୁ ବହିଷ୍କାର କରିଛି ବିଜେପି। ବିଜେପି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ବହିଷ୍କାର କରାଯାଇଥିବା କୁହାଯାଇଛି।

Advertisment

ଦଳରୁ ବହିଷ୍କୃତ ହୋଇଥିବା ଅନ୍ୟ ନେତାମାନେ ହେଉଛନ୍ତି- ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଝାନସୀରାଣୀ ଦାସ, କରଞ୍ଜିଆ ନିର୍ବାଚନ ମଣ୍ଡଳୀର ଯୁଗୋଳ କିଶୋର ନାୟକ, ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ବିଜୟ କୁମାର ଦଳବେହେରା, ଆଠଗଡ଼ ନିର୍ବାଚନ ମଣ୍ଡଳୀର ଡା. ହରିଶ୍‌ ସାହୁ, ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର କାମାକ୍ଷା ପ୍ରଧାନ ଓ ଜୟଦେବ ନିର୍ବାଚନ ମଣ୍ଡଳୀର ସତ୍ୟପ୍ରିୟ ବେହେରା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe