Advertisment

ରାଜସ୍ଥାନ ପାଇଁ ୪୧ ଜଣଙ୍କ ନାଁ ଘୋଷଣା କଲା ବିଜେପି, ୭ ସାଂସଦ ଲଢ଼ିବେ ବିଧାନସଭା ନିର୍ବାଚନ

ଆସନ୍ତା ନଭେମ୍ବର ୨୩ରେ ରାଜସ୍ଥାନ ବିଧାନସଭା ପାଇଁ ଭୋଟ ହେବ। ସେହିପରି ଡିସେମ୍ବର ୩ରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

author-image
Hemant Lenka
BJP

BJP

ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ସମାନ ଫର୍ମୁଲା ଆପଣାଇଛି ବିଜେପି। ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ମାତ୍ରେ ବିଜେପି ପକ୍ଷରୁ ପ୍ରଥମ ଦଫାରେ ୪୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଏହି ୪୧ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୭ ଜଣ ସାଂସଦଙ୍କ ନାଁ ରହିଛି। ଏହାର ଅର୍ଥ ଏବେ ବିଜେପିର ୭ ସାଂସଦ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଲଢ଼ିବେ।

Advertisment

ଆସନ୍ତା ନଭେମ୍ବର ୨୩ରେ ରାଜସ୍ଥାନ ବିଧାନସଭା ପାଇଁ ଭୋଟ ହେବ। ସେହିପରି ଡିସେମ୍ବର ୩ରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କଂଗ୍ରେସକୁ ଗାଦିଚ୍ୟୁତ କରି ବିଜେପି ଏଠାରେ କ୍ଷମତା ଦଖଲ କରିବାକୁ ମୁଡରେ ରହିଛି। ଏହିକ୍ରମରେ ଆଜି ଦଳ ୪୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

ଏହି ୪୧ ଜଣଙ୍କ ମଧ୍ୟରେ ଥିବା ୭ ସାଂସଦ ହେଲେ ଦୟା କୁମାରୀ(ବିଦ୍ୟାଧର ନଗର), ଭାଗିରଥୀ ଚୌଧୁରୀ(କ୍ରିଷ୍ଣଗଡ଼), କିରୋଦି ଲାଲ ମୀନା(ସୱାଇ ମାଧପୁର), ଦେବଜୀ ପଟେଲ(ସଞ୍ଚୋର), ନରେନ୍ଦ୍ର କୁମାର (ମାଣ୍ଡୱା), ରାଜ୍ୟବର୍ଦ୍ଧନ ରାଠୋର(ଝୋଟୱାରା) ଓ ବାବା ବାଲାକନାଥ(ତିଜାରା)।

Advertisment

ଅକ୍ଟୋବର ୧ରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାର ଦଳୀୟ ସିଇସି ବୈଠକ ବସିଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗଦେଇଥିଲେ। ଏହି ବୈଠକରେ ହିଁ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହୋଇଥିଲା।

ଏହାପୂର୍ବରୁ ବିଜେପି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ପ୍ରାର୍ଥୀ ତାଲିକାରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ପ୍ରହ୍ଲାଦ ସିଂହ ପଟେଲ ଓ ଫଗନ ସିଂହ କୁଲାସ୍ତେଙ୍କ ନାଁ ରହିଥିଲା।

ଏମାନଙ୍କ ବ୍ୟତୀତ ଦଳ ରାଜ୍ୟର ୪ ସାଂସଦଙ୍କୁ ମଧ୍ୟ ବିଧାନସଭା ନିର୍ବାଚନ ପାଇଁ ଟିକେଟ ଦେଇଥିଲେ। ଏବେ ସମାନ ଫର୍ମୁଲା ବିଜେପି ରାଜସ୍ଥାନରେ ମଧ୍ୟ କାର୍ଯ୍ୟକାରୀ କରିଛି।

Bjp Rajasthan