Advertisment

ଧର୍ମେନ୍ଦ୍ରଙ୍କ ସମେତ ୭ କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲାନି ରାଜ୍ୟସଭା ଟିକେଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଳ ଏମାନଙ୍କୁ ଚଳିତ ବର୍ଷ ଏପ୍ରିଲ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି।

PM Modi

PM Modi

Advertisment

ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୭ ଜଣ କେନ୍ଦ୍ରମନ୍ତ୍ରୀଙ୍କ ରାଜ୍ୟସଭା କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେଉଛି। କିନ୍ତୁ ବିଜେପି ଏମାନଙ୍କୁ ପୁଣିଥରେ ରାଜ୍ୟସଭାକୁ ମନୋନୀତି କରି ନାହିଁ। ରାଜ୍ୟସଭା ରେସରୁ ୭ ଜଣ କେନ୍ଦ୍ରମନ୍ତ୍ରୀ ବାଦ ପଡ଼ିବା ପରେ ନାନା ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଳ ଏମାନଙ୍କୁ ଚଳିତ ବର୍ଷ ଏପ୍ରିଲ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି।

ରାଜ୍ୟସଭା ଯାଉ ନଥିବା ନେତାଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ(ଗୁଜରାଟ), ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (ମଧ୍ୟପ୍ରଦେଶ) ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର (କର୍ଣ୍ଣାଟକା) ରହିଛନ୍ତି। ଏହି ୩ ହେଭିୱେଟଙ୍କ ବ୍ୟତୀତ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ(ରାଜସ୍ଥାନ), ପୁରୁଷୋତ୍ତମ ରୁପାଲା(ଗୁଜରାଟ), ନାରାୟଣ ରାଣେ(ମହାରାଷ୍ଟ୍ର) ଓ ଭି ମୁରଲୀଧରନ(ମହାରାଷ୍ଟ୍ର) ମଧ୍ୟ ରାଜ୍ୟସଭାକୁ ଯାଇ ନାହାନ୍ତି। ଏହି ୭ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେପି ବିଭିନ୍ନ ରାଜ୍ୟର ଲୋକସଭା ଆସନରୁ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି।

Advertisment

ବିଜେପି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ସମ୍ବଲପୁର କିମ୍ବା ଢେଙ୍କାନାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି। ଭୂପେନ୍ଦ୍ର ଯାଦବ ରାଜସ୍ଥାନର ଅଲୱର କିମ୍ବା ମହେନ୍ଦ୍ରଗଡ଼ ଆସନରୁ ଓ ଚନ୍ଦ୍ରଶେଖର ବେଙ୍ଗଲୁରୁରେ ଥିବା ୪ଟି ଆସନରୁ ଗୋଟିଏ ସ୍ଥାନରୁ ପ୍ରାର୍ଥୀ ହୋଇପାରନ୍ତି।

ଏହାବାଦ ମାଣ୍ଡଭୀୟ ଗୁଜରାଟର ଭାବନଗର କିମ୍ବା ସୁରତରୁ, ରୁପାଲା ରାଜକୋଟ ଓ ମୁରଲୀଧରନ କେରଳର ଯେକୌଣସି ଆସନରୁ ଲଢ଼ିପାରନ୍ତି। ବିଜେପି ଏଠାରେ ଜିତି ପାରୁ ନଥିବାରୁ ଏବେ କେନ୍ଦ୍ରମନ୍ତ୍ରୀମାନଙ୍କୁ ପ୍ରାର୍ଥୀ କରି ନିର୍ବାଚନରେ ବାଜିମାତ କରିବାକୁ ଲକ୍ଷ୍ୟ ରଖିଛି।

ବିଜେପି କେବଳ ୨ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟସଭାକୁ ପୁଣି ମନୋନୀତ କରିଛି। ସେମାନେ ହେଲେ ଅଶ୍ୱିନୀ ବୈଷ୍ଣବ(ଓଡ଼ିଶା) ଓ ଏଲ ମୁରୁଗାନ(ମଧ୍ୟପ୍ରଦେଶ)। ୨ କିମ୍ବା ଏହାଠାରୁ ଅଧିକ ଥର ରାଜ୍ୟସଭାକୁ ଯାଇଥିବା କୌଣସି ବିଦାୟୀ ସାଂସଦକୁ ବିଜେପି ଟିକେଟ ଦେଇନାହିଁ।

କେବଳ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କ୍ଷେତ୍ରରେ ଏହାର ବ୍ୟତୀକ୍ରମ ଦେଖିବାକୁ ମିଳିଛି। ତାଙ୍କୁ ହିମାଚଳ ପ୍ରଦେଶରୁ ଆଣି ବିଜେପି ଗୁଜରାଟରୁ ରାଜ୍ୟସଭାକୁ ପଠାଇଛି। କାରଣ ୨୦୨୨ ହିମାଚଳ ବିଧାନସଭା ନିର୍ବାଚନରେ କଂଗ୍ରେସ କ୍ଷମତା ଦଖଲ କରିଥିଲା।

ବିଜେପିର ୨୮ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେବ। ଏମାନଙ୍କ ମଧ୍ୟରୁ କେବଳ ୪ ଜଣଙ୍କୁ ଦଳ ପୁଣି ଉଚ୍ଚ ସଦନକୁ ପଠାଇଛି। ବାକି ନେତାଙ୍କୁ ଲୋକସଭା ଆସନ ଉପରେ ଫୋକସ କରିବାକୁ କୁହାଯାଇଛି।

ଏପ୍ରିଲ ମାସରେ ଖାଲି ହେବାକୁ ଥିବା ୫୬ଟି ଆସନ ମଧ୍ୟରୁ ବିଜେପି ୨୮ ଜଣଙ୍କୁ ପ୍ରାର୍ଥୀ କରିଛି। ଅଧିକାଂଶ ରାଜ୍ୟରୁ ନୂଆ ମୁହଁ ଓ ଦଳ ବଦଳ କରିଥିବା ନେତାଙ୍କୁ ବିଜେପି ଟିକେଟ ଦେଇଛି।

Bjp Narendra Modi Dharmendra Pradhan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe