Advertisment

୫୯ନମ୍ବର ଜାତୀୟ ରାଜପଥର ୨୭କିମି ରାସ୍ତା ପ୍ରଶସ୍ତିକରଣ ପାଇଁ ୭୧୮କୋଟି ମଞ୍ଜୁର କଲା କେନ୍ଦ୍ର

ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ୫୯ନମ୍ବର ଜାତୀୟ ରାଜପଥର ୨୬.୯୬କିମି ରାସ୍ତାର ପ୍ରଶସ୍ତିକରଣ ପାଇଁ ୭୧୮.୨୬କୋଟି ଟଙ୍କା ମଞ୍ଜୁର କରିଛନ୍ତି।

author-image
Ordigital Desk
Nitin Gadkari

Nitin Gadkari

ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ୫୯ନମ୍ବର ଜାତୀୟ ରାଜପଥର ୨୬.୯୬କିମି ରାସ୍ତାର ପ୍ରଶସ୍ତିକରଣ ପାଇଁ ୭୧୮.୨୬କୋଟି ଟଙ୍କା ମଞ୍ଜୁର କରିଛନ୍ତି। କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ଏହି ୫୯ ନମ୍ବର ଜାତୀୟ ରାଜପଥ ଦାରିଙ୍ଗିବାଡ଼ି ଘାଟି ସେକ୍ସନର ପ୍ରଶସ୍ତିକରଣ ଓ ସୁଦୃଢ଼କରଣ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି।

Advertisment

୨୦୨୩-୨୪ ଆର୍ଥିକ ବର୍ଷର ଯୋଜନାରେ ଏହି ୨୬.୯୬କିମି ରାସ୍ତାର ପ୍ରଶସ୍ତିକରଣ ପାଇଁ ୭୧୮.୨୬କୋଟି ଟଙ୍କା ମଞ୍ଜୁର କରାଯାଇଥିବା ନେଇ ଏକ୍ସ ପୋଷ୍ଟ ମାଧ୍ୟମରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସୂଚନା ଦେଇଛନ୍ତି । ଗଡ଼କରୀ କହିଛନ୍ତି ଯେ, ଦାରିଙ୍ଗିବାଡ଼ି ଘାଟି ସେକ୍ସନ ଏବେ ଏକ ସଂକୀର୍ଣ୍ଣ ଚଳାଚଳ ମାର୍ଗ ଓ ଖରାପ ମାନର ଭୌଗଳିକ ଆକାର ଯୋଗୁ ଗାଡ଼ି ଚଳାଚଳରେ ବିଭିନ୍ନ ବାଧା ସୃଷ୍ଟି ହେଉଛି । ଏହି କାରଣରୁ ପଶ୍ଚିମଓଡ଼ିଶାରୁ ଆସୁଥିବା ଲମ୍ବା ଦୂରଗାମୀ ଗାଡ଼ିଗୁଡ଼ିକୁ ୫୯ନମ୍ବର ଜାତୀୟ ରାଜପଥକୁ ଏଡ଼ାଇବାକୁ ହେଉଛି।

ବିଶେଷକରି ଶୀତ ଦିନେ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ଦୃଷ୍ଟିରେ ରଖି ଏହି ରାସ୍ତାକୁ ବଢ଼ାଇବା ଦ୍ୱାରା ରାଜପଥର ମାନ ବୃଦ୍ଧି ପାଇବା ସହ ନିରାପତ୍ତା ସୁଦୃଢ଼ ହୋଇପାରିବ ବୋଲି ସେ କହିଛନ୍ତି । ଯାହାଫଳରେ ସବୁ ପାଣିପାଗରେ ୫୯ନମ୍ବର ଜାତୀୟ ରାଜପଥରେ ଯୋଗାଯୋଗ ସୁନିଶ୍ଚିତ ହେବ ବୋଲି  ଗଡ଼କରୀ କହିଛନ୍ତି ।

Advertisment
Bjp