EVM
ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ୭୩.୫୦ ପ୍ରତିଶତ ମତଦାନ ହୋଇଛି। ବରଗଡ଼ ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୭୯.୭୮ ପ୍ରତିଶତ ମତଦାନ ଓ ଆସିକାରେ ସର୍ବନିମ୍ନ ୬୨.୬୭ ପ୍ରତିଶତ ମତଦାନ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜସ୍ୱ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ସର୍ବନିମ୍ନ ୫୮.୨୧ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ଜାରି ସୂଚନାରୁ ଜଣାପଡ଼ିଛି ।
ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ସଂସଦୀୟ କ୍ଷେତ୍ର ଆସିକା, ବରଗଡ଼, ବଲାଙ୍ଗିର,କନ୍ଧମାଳ ଓ ସୁନ୍ଦରଗଡ଼ ସମେତ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ଆଜି ମତଦାନ ହୋଇଛି । ମତଦାନ ହାର ୭୩.୫୦ ପ୍ରତିଶତ ହୋଇଛି । ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ୭୩.୦୨%, ବଲାଙ୍ଗିର ଲୋକସଭା ଆସନରେ ୭୭.୫୨% ଓ କନ୍ଧମାଳରେ ୬୭୪.୧୩% ମତଦାନ ହୋଇଛି ।
ସେହିପରି ବିଧାନସଭାରେ ସର୍ବାଧିକ ମତଦାନ ଭଟଲିରେ ୭୯.୨୩ ପ୍ରତିଶତ ହୋଇଥିବାବେଳେ ନବୀନଙ୍କ ହିଞ୍ଜିଳିରେ ସର୍ବନିମ୍ନ ୫୮.୨୧% ଓ କବିସୂର୍ଯ୍ୟନଗରରେ ୫୮.୮୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/EVM_1705807490.jpg)