Advertisment

ଭି.କେ ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ପୁଲିସ କର୍ମଚାରୀ!

ରାଜ୍ୟରେ ବେଆଇନ୍‌ ଭାବେ ମୁଷ୍ଟିମେୟ ଅଧିକାରୀଙ୍କ ଦ୍ୱାରା ଚାଟାର୍ଜ ଫ୍ଲାଇଟ୍‌ ବା ପ୍ରାଇଭେଟ ଜେଟର ବ୍ୟାପକ ଅପବ୍ୟବହାର ହୋଇଥିବା ଏବଂ ଏଥିଯୋଗୁଁ ୫୦ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଥିବା ଅଭିଯୋଗ କରିଛି ରାଜ୍ୟ ସୂଚନା ଅଧିକାର ଅଭିଯାନ।

undefined

V.K Pandian

Advertisment

ବିଜେଡି ନେତା ତଥା 5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ପୁଲିସ କର୍ମଚାରୀ ମୁତୟନ ହେଉଛନ୍ତି। ଯେଉଁଥିରେ ୨ ସବ୍‌ଇନ୍ସପେକ୍ଟର, ୧୨ ହାବିଲଦାର, ୫୬ କନଷ୍ଟେବଳ ବା ସିପାହୀ ଓ ୪ ମହିଳା କନଷ୍ଟେବଳ ରହିଛନ୍ତି। ଏଥିସହ ଗୋଟିଏ ଗାଡ଼ି ମଧ୍ୟ ଯୋଗାଇଛି ଗୃହ ବିଭାଗ। ସୂଚନା ଅଧିକାର ଆଇନ୍‌ରେ ଚଳିତ ମାସ ଏହି ତଥ୍ୟ ଦେଇଛି କମିଶନରେଟ ପୁଲିସର ରିଜର୍ଭ ପୁଲିସ ଅଫିସ୍।

Advertisment

ସୂଚନା ଅନୁସାରେ, ଏମାନଙ୍କ ବ୍ୟତୀତ ପାଣ୍ଡିଆନଙ୍କ ପାଇଁ ଜଣେ ପର୍ସନାଲ୍ ସିକ୍ୟୁରିଟି ଅଫିସର୍ ମଧ୍ୟ ନିଯୁକ୍ତ କରାଯାଇଛି। ତେବେ କେଉଁ ଆଧାରରେ ରାଜକୋଷର ଅପବ୍ୟୟ କରି ଏତେ ସଂଖ୍ୟକ ପୁଲିସ ଅଧିକାରୀଙ୍କୁ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି, ତାହା ପ୍ରଶ୍ନ ଉଠାଇବା ସହ ଏହାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ(ଓସା)। ଏଥିପାଇଁ ବିଗତ ୫ ବର୍ଷ ହେଲା ବାର୍ଷିକ ହାରାହାରି ୩ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଓସା ଆବାହକ ପ୍ରକାଶ ଦାସ।

କେବଳ ଏତିକି ନୁହେଁ, ରାଜ୍ୟରେ ବେଆଇନ୍‌ ଭାବେ ମୁଷ୍ଟିମେୟ ଅଧିକାରୀଙ୍କ ଦ୍ୱାରା ଚାଟାର୍ଜ ଫ୍ଲାଇଟ୍‌ ବା ପ୍ରାଇଭେଟ ଜେଟର ବ୍ୟାପକ ଅପବ୍ୟବହାର ହୋଇଥିବା ଏବଂ ଏଥିଯୋଗୁଁ ୫୦ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଥିବା ଅଭିଯୋଗ କରିଛି ରାଜ୍ୟ ସୂଚନା ଅଧିକାର ଅଭିଯାନ। ସଂସଦୀୟ ବ୍ୟାପାର ବିଭାଗର ତଥ୍ୟ ଅନୁଯାୟୀ, ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ହେଲିକପ୍ଟର ଭଡ଼ା ବାବଦରେ ୫୨ କୋଟି ୧୮ ଲକ୍ଷ ୩୪ ହଜାର ୫୨୯ ଟଙ୍କା ଖର୍ଚ୍ଚ ହୋଇଛି। ଏଥିସହ ଚାଟାର୍ଡ ଫ୍ଲାଇଟ୍ ଭଡ଼ାରେ ଯୋଗାଉଥିବା ସଂସ୍ଥା ୨୦୧୯ ଠାରୁ ଏବେ ସୁଦ୍ଧା ୫୦ କୋଟି ୯୫ ଲକ୍ଷ ୨୧ ହଜାର ୪୫୦ ଟଙ୍କା ନେଇଛନ୍ତି। କେଉଁ ଅଧିକାରୀ କେଉଁ କାର୍ଯ୍ୟ ପାଇଁ ହେଲିକପ୍ଟର ଓ ଚାଟାର୍ଡ ଫ୍ଲାଇଟର ବ୍ୟବହାର କରିଛନ୍ତି, ସର୍ବସାଧାରଣରେ ତାହାର ତଥ୍ୟ ପ୍ରକାଶ କରାଯାଉ ବୋଲି ଦାବି କରିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ।

Advertisment

ତେବେ ଏନେଇ ଭି.କେ. ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

BjD 5T Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe