Advertisment

କାଲି ଶେଷ ପର୍ଯ୍ୟାୟ ଭୋଟ୍; ୬ ଲୋକସଭା ସିଟ୍‌ ପାଇଁ ହେବ ମତଦାନ

ପୋଲିଂ ବୁଥକୁ ପ୍ରିଜାଇଡିଂ ଅଫିସରଙ୍କ ବ୍ୟତୀତ କୌଣସି ବ୍ୟକ୍ତି ମୋବାଇଲ ନେଇପାରିବେ ନାହିଁ।

ଅଦ୍ୟତନ ହୋଇଛି
vote

vote

Advertisment

ଆସନ୍ତାକାଲି ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ରାଜ୍ୟର ୬ଟି ସଂସଦୀୟ କ୍ଷେତ୍ର ଏବଂ ୪୨ଟି ବିଧାନସଭା ଆସନରେ ହେବ ମତଦାନ। ଏଥିପାଇଁ ପୋଲିଂ ପାଟି ବୁଥ୍ ମୁହାଁ ହୋଇଛନ୍ତି। EVM, VVPAT ସହ ଅନ୍ୟାନ୍ୟ ସାମଗ୍ରୀ ଧରି ବିଭିନ୍ନ ବୁଥକୁ ଯାଇଛନ୍ତି। 

Advertisment

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ୧୦ ହଜାର ୮୮୨ଟି ମତଦାନ କେନ୍ଦ୍ର ରହିଛି । ୧୪ଶହ ବୁଥ୍ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ। ଏଥିପାଇଁ ନିୟୋଜିତ ହେବେ ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ।ଏହା’ସହ ଭୋଟିଂବେଳେ ମୁତୟନ ରହିବେ ୧୨୫ କମ୍ପାନୀ CAP। ସବୁଥର ଭଳି ଏଥର ବି PWD ଭୋଟରଙ୍କ ପାଇଁ ନିଃଶୁଳ୍କ ପରିବହନ ବ୍ୟବସ୍ଥା ହୋଇଛି।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ CEO କହିଛନ୍ତି, ପୋଲିଂ ବୁଥକୁ ପ୍ରିଜାଇଡିଂ ଅଫିସରଙ୍କ ବ୍ୟତୀତ କୌଣସି ବ୍ୟକ୍ତି ମୋବାଇଲ ନେଇପାରିବେ ନାହିଁ। ୨୦୧୯ରେ ଏହି ୬ଟି ସଂସଦୀୟ କ୍ଷେତ୍ରରେ ୭୪ ପ୍ରତିଶତ ମତଦାନ ହାର ଥିବା ନେଇ ବି CEO ସୂଚନା ଦେଇଥିଲେ।

Advertisment
2024 General Election Loksabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe