Advertisment

ସ୍କୁଲ ରୂପାନ୍ତରୀକରଣ ନାଁରେ ୮ କୋଟି ହରିଲୁଟ୍ !

କେନ୍ଦୁଝର ଜିଲ୍ଲାରେ ମୋଟି ୪୫୧ଟି ହାଇସ୍କୁଲ ଥିବା ବେଳେ, ସେଥିରୁ ୩୪୦ଟିରେ ଷ୍ଟିକର ଲଗାଇବାକୁ ଖର୍ଚ୍ଚ ହୋଇଛି ପ୍ରାୟ ୮ କୋଟି ୫୦ ଲକ୍ଷ ଟଙ୍କା।

ଅଦ୍ୟତନ ହୋଇଛି
School

School

Advertisment

ସ୍କୁଲ ରୂପାନ୍ତରୀକରଣ ନାଁରେ ସାଂଘାତିକ 'ଷ୍ଟିକର୍' ସ୍କାମ୍ ! ବିନା ଟେଣ୍ଡରରେ କାମ ଦେଇ ୮ କୋଟି ଟଙ୍କା ହରିଲୁଟ୍ ! କେନ୍ଦୁଝର ଜିଲ୍ଲାରେ DMF କେଳେଙ୍କାରୀର କଳା ଫର୍ଦ୍ଦ !

Advertisment

କେନ୍ଦୁଝର ଜିଲ୍ଲାର ସ୍କୁଲ ଗୁଡ଼ିକୁ ଫାଇଭ-ଟି ରୂପାନ୍ତରଣରେ ସାମିଲ କରି, ଗତବର୍ଷ ସୌନ୍ଦର୍ଯ୍ୟକରଣ ନାଁରେ ଷ୍ଟିକରିଂ କରାଯାଇଛି ଡିଷ୍ଟ୍ରିକ୍ଟ ମିନେରାଲ୍ ଫଣ୍ଡ୍ ବା DMF ପାଣ୍ଠିରୁ। ତେବେ ଜାଣିଛନ୍ତି କି, ଏଥିପାଇଁ ଖର୍ଚ୍ଚ ହୋଇଛି କେତେ ଟଙ୍କା ? ଶୁଣିଲେ ଆଖି ତରାଟି ଯିବ। କେବଳ ଷ୍ଟିକରିଂ ପାଇଁ ସ୍କୁଲ ପିଛା ଖର୍ଚ୍ଚ ହୋଇଛି ହାରାହାରି ଅଢ଼େଇ ଲକ୍ଷ ଟଙ୍କା। କେନ୍ଦୁଝର ଜିଲ୍ଲାରେ ମୋଟି ୪୫୧ଟି ହାଇସ୍କୁଲ ଥିବା ବେଳେ, ସେଥିରୁ ୩୪୦ଟିରେ ଷ୍ଟିକର ଲଗାଇବାକୁ ଖର୍ଚ୍ଚ ହୋଇଛି ପ୍ରାୟ ୮ କୋଟି ୫୦ ଲକ୍ଷ ଟଙ୍କା।

ତେବେ ସାଂଘାତିକ କଥା ହେଲା, ୩ଟି ପର୍ଯ୍ୟାୟରେ ୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ବି, ଏଥିପାଇଁ କୌଣସି ଟେଣ୍ଡର ହୋଇନି। ଅତି ଚତୁରତାର ସହ ବ୍ଲକ୍ ଓ ମ୍ୟୁନିସିପାଲିଟି ସ୍ତରରେ କୋଟେସନ୍ କଲ୍ ନୋଟିସ ମାଧ୍ୟମରେ କାମ ଦିଆଯାଇଥିବା ଅଭିଯୋଗ ଆସିଛି। ଆଉ ସବୁଠୁ ବଡ଼ କଥା, ସବୁ ସ୍କୁଲ ପାଇଁ କେବଳ ଗୋଟିଏ ଠିକାସଂସ୍ଥା- ଭୁବନେଶ୍ୱରର ପ୍ରୀତିପଣ୍ଡା ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କାର୍ଯ୍ୟାଦେଶ ପାଇଥିବାରୁ, ଏ ପୂରା ପ୍ରକଳ୍ପ ଓ ପ୍ରକ୍ରିୟା ସନ୍ଦେହ ଘେରକୁ ଆସିଛି। ଏହା ପଛରେ ତତ୍କାଳୀନ ଜିଲ୍ଲାପାଳ ତଥା ଡିଏମ୍ଏଫ୍ ମୁଖ୍ୟଙ୍କ ସିଧାସଳଖ ସଂପୃକ୍ତି ଥିବା ଅଭିଯୋଗ କରିବା ସହିତ ଏହି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବିଜେପି।

Advertisment

ଷ୍ଟିକରିଂ ପାଇଁ ସ୍କୁଲ ପିଛା ଅଢ଼େଇ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ବି, ଏହାର ମାନ ଯାଞ୍ଚ ନକରି ବିଲ୍ ପୈଠ କରାଯାଇଥିବା ଅଭିଯୋଗ ହୋଇଛି। ଫଳରେ ବିଭିନ୍ନ ସ୍କୁଲରେ ଷ୍ଟିକର ଛାଡ଼ି ଯାଇଥିବା ମଧ୍ୟ ଦେଖିବାକୁ ମିଳିଲାଣି। ସେପଟେ ମ୍ୟୁନିସିପାଲିଟି ଅଧୀନରେ ଥିବା ସ୍କୁଲ ଗୁଡ଼ିକର ଷ୍ଟିକରିଂ ସଂପର୍କରେ କେନ୍ଦୁଝର ପୌରାଧ୍ୟକ୍ଷାଙ୍କୁ ପଚାରିବାରୁ ସେ କହିଛନ୍ତି, ସେତେବେଳେ ଆମକୁ ଏ ସଂପର୍କରେ କିଛି ଅବଗତ କରାଯାଇନଥିଲା। ତେବେ ଷ୍ଟିକରିଂକୁ ଦେଖିଲେ ଏତେ ଟଙ୍କା ଖର୍ଚ୍ଚ ହୋଇଥିବା ଲାଗୁନି। ତେଣୁ ଏହାର ତଦନ୍ତ ହେବା ଦରକାର। ତେବେ ଏନେଇ କାମ ପାଇଥିବା ସଂସ୍ଥାର ପ୍ରତିକ୍ରିୟା ମିଳିପାରିନାହିଁ।

School Odisha Schools
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe