Advertisment

ଭାଙ୍ଗିଯିବ କି ଚମ୍ପାଇ ସରକାର? ଦିଲ୍ଲୀରେ ୮ ବିଧାୟକ

ନୂଆ ସରକାରରେ ୧୨ ଜଣ ବିଧାୟକଙ୍କୁ ସ୍ଥାନ ନ ମିଳିବାକୁ ନେଇ ସେମାନେ ଅସନ୍ତୁଷ୍ଟ ଅଛନ୍ତି।

Congress MLA in Delhi

Congress MLA in Delhi

Advertisment

ଝାଡ଼ଖଣ୍ଡରେ ପୁଣି ଥରେ ଆରମ୍ଭ ହୋଇଛି ରାଜନୈତିକ ହଲଚଲ। ଶପଥ ନେବାର ଦୁଇ ସପ୍ତାହ ପରେ ଚମ୍ପାଇ ସରକାରଙ୍କ ଉପରେ ସଙ୍କଟର କଳାବାଦଳ ଢ଼ାଙ୍କିବାକୁ ଲାଗିଲାଣି। କ୍ୟାବିନେଟ ବିସ୍ତାର ପରେ ଅନେକ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଶେଷ କରି କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ନୂଆ ସରକାରରେ ୧୨ ଜଣ ବିଧାୟକଙ୍କୁ ସ୍ଥାନ ନ ମିଳିବାକୁ ନେଇ ସେମାନେ ଖପ୍ପା ଅଛନ୍ତି। ଅସନ୍ତୁଷ୍ଟ ଥିବା ୧୨ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୮ ଜଣ ଗତକାଲି ରାତିରେ ଦିଲ୍ଲୀ ଯାଇଛନ୍ତି। ତେଣୁ ଝାଡ଼ଖଣ୍ଡରେ ଚମ୍ପାଇ ସୋରେନ୍‌ଙ୍କ ସରକାର ଭାଙ୍ଗି ଯାଇପାରେ ବୋଲି ଚର୍ଚ୍ଚା ହେଉଛି।

Advertisment

ବିଧାୟକମାନେ ଦିଲ୍ଲୀ ଗସ୍ତ କରିବା ପୂର୍ବରୁ ରାଞ୍ଚିରେ ଅନେକ ରାଉଣ୍ଡ ବୈଠକ କରିଥିଲେ। ଯେତେବେଳେ ଏହି ବୈଠକ କୌଣସି କାମ ଦେଇନଥିଲା ସେତେବେଳେ ସେମାନେ ଦିଲ୍ଲୀ ଯାଇଥିଲେ। ଗତକାଲି ରାତିରେ ଝାଡ଼ଖଣ୍ଡର ୮ ଜଣ କଂଗ୍ରେସ ଦିଲ୍ଲୀ ବିମାନ ବନ୍ଦରରେ ଓହ୍ଲାଇଛନ୍ତି। କଂଗ୍ରେସ ହାଇକମାଣ୍ଡକୁ ଭେଟିବା ପାଇଁ ଏମାନେ ଦିଲ୍ଲୀ ଆସିଥିବା କୁହାଯାଉଛି। ସେପଟେ ଏହି ସଙ୍କଟ ଭିତରେ ଚମ୍ପାଇ ସୋରେନ ମଧ୍ୟ ରାଜ୍ୟ କଂଗ୍ରେସ ସଭାପତି ରାଜେଶ ଠାକୁରଙ୍କ ସହ ଦିଲ୍ଲୀରେ ପହଞ୍ଚିଛନ୍ତି।

ସୂଚନା ଅନୁଯାୟୀ, ଏହି ସମସ୍ତ କଂଗ୍ରେସ ବିଧାୟକ ଚମ୍ପାଇ ସୋରେନଙ୍କ ସରକାରଙ୍କ ବଜେଟ ଅଧିବେଶନରେ ଯୋଗଦେବାକୁ ମନା କରି ଦେଇଛନ୍ତି। ସୋରେନ୍‌ ସରକାରରେ ଥିବା କଂଗ୍ରେସର ମନ୍ତ୍ରୀମାନଙ୍କୁ ଚମ୍ପାଇ ସରକାର ରିପିଟ୍‌ କରିଛନ୍ତି। ଏହାକୁ ନେଇ ବିଧାୟକମାନେ ଅସନ୍ତୁଷ୍ଟ ଅଛନ୍ତି। କଂଗ୍ରେସ ବିଧାୟକଙ୍କ କୋଟାରୁ ସମସ୍ତ ୪ଜଣ ମନ୍ତ୍ରୀଙ୍କୁ ହଟାଇ ନୂଆ ଚେହେରାକୁ ସାମିଲ କରାଇବାକୁ ସେମାନେ ଦାବି କରିଛନ୍ତି।

Advertisment

ଯଦି ୧୨ ଜଣ କଂଗ୍ରେସ ବିଧାୟକ ବିଦ୍ରୋହ କରନ୍ତି ତେବେ ଚମ୍ପାଇ ସରକାରଙ୍କ ଗଣିତ ବିଗିଡିଯିବ। ମହାମେଣ୍ଟରେ କେବଳ ୩୫ ଜଣ ବିଧାୟକ ରହିବେ। ଏଭଳି ସ୍ଥିତିରେ ଏନଡିଏର ସଂଖ୍ୟା ୪୧ ହୋଇଯିବ। ସଂଖ୍ୟାଗରିଷ୍ଠତା ପାଇଁ ୪୧ ବିଧାୟକଙ୍କ ସମର୍ଥନ ଦରକାର। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ବିଦ୍ରୋହୀ ବିଧାୟକମାନେ ହାଇକମାଣ୍ଡଙ୍କ ଆଗରେ ସେମାନଙ୍କର ଦାବି ଉପସ୍ଥାପନ କରିବେ। ଯଦି ସମାଧାନ ହେବା ନେଇ ଆଶ୍ୱସ୍ତି ମିଳିବ ତେବେ ସେମାନେ ରାଞ୍ଚି ଫେରିବେ। ଯଦି କୌଣସି ବାଟ ନ ବାହାରେ ତେବେ ବିଧାୟକମାନେ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଭଳି ପରିସ୍ଥିତିରେ ପୁଣି ଥରେ ଝାଡ଼ଖଣ୍ଡ ରାଜନୀତିରେ ଅସ୍ଥିରତା ଦେଖାଦେଇପାରେ ବୋଲି କୁହାଯାଉଛି।

Congress Jharkhand Politics Champai Soren
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe