Advertisment

ଇଡି ଚାର୍ଜସିଟରେ ଅଭିଯୋଗ; ୬୦୦ କୋଟି ଟଙ୍କାର ଜମି ଦୁର୍ନୀତିରେ ସାମିଲ ହେମନ୍ତ ସୋରେନ

ପାଖାପାଖି ୯ ଏକର ବେଆଇନ ଜମି ହଡ଼ପ କରିିଥିବା ଅଭିଯୋଗ।

Hemant Soren

Hemant Soren

Advertisment

ଜେଲରେ ଥିବା ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରନଙ୍କ ବିରୁଦ୍ଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଇଡି ଚାର୍ଜସିଟ୍ ଅନୁସାରେ, ହେମନ୍ତ ସୋରେନ ୬୦୦ କୋଟି ଟଙ୍କାର ଜମି ଦୁର୍ନୀତି ଏବଂ ହେରଫେର ସହ ଜଡିତ ଅଛନ୍ତି। ସୋରେନଙ୍କ ସମେତ ରାଜସ୍ୱ ଅଧିକାରୀ ଭାନୁ ପ୍ରତାପ ପ୍ରସାଦ ଏବଂ ଦୁଇ ଜଣ ଅନ୍ୟ ସରକାରୀ କର୍ମଚାରୀଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛି ଇଡି। 

Advertisment

ଇଡି ଚାର୍ଜସିଟରେ କୁହିଛି ଯେ, ହେମନ୍ତ ସୋରେନ୍ ଏହି ଜମି ଦୁର୍ନୀତିର ଏକ ଅଂଶ ଭାବରେ ରହି ଅପରାଧିକ ଆୟକୁ ଉପଭୋଗ କରିଛନ୍ତି। ତଦନ୍ତ ସମୟରେ ଭାନୁ ପ୍ରତାପଙ୍କ କାର୍ଯ୍ୟାଳୟରୁ ୪୪ ପୃଷ୍ଠାର ଫାଇଲ ମିଳିଥିଲା, ଯେଉଁଥିରେ ହେମନ୍ତ ସୋରେନଙ୍କ ମାଲିକାନାରେ ଥିବା ୮.୮୬ ଏକର ବେଆଇନ ଜମି ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି। 

ଭାନୁ ପ୍ରତାପ ସୋରେନଙ୍କୁ 'ବସ୍' ବୋଲି କହୁଥିବା ଚାର୍ଜସିଟରେ ଉଲ୍ଲେଖ କରିଛି ଇଡି। ତଦନ୍ତକାରୀ ସଂସ୍ଥା ଦାବି କରିଛି ଯେ, ହେମନ୍ତ ସୋରେନ ୨୦୧୧ରୁ ରାଞ୍ଚିର ବରଗାଁ ଅଞ୍ଚଳରେ ୮.୮୬ ଏକର ଜମିକୁ ବେଆଇନ ଭାବେ ଦଖଲ କରିଥିଲେ। ବର୍ତ୍ତମାନ ଏହି ଜମିର ମୂଲ୍ୟ ୩୧ କୋଟି ଟଙ୍କା ହେବ। 

Advertisment

ଇଡିର ତଦନ୍ତ ଅନୁଯାୟୀ, ହେମନ୍ତ ସୋରେନଙ୍କ ଘନିଷ୍ଠ ସହଯୋଗୀ ରଞ୍ଜିତ ସିଂହ, ହିଲାରିୟସ କଚ୍ଛପ ଏବଂ ରାଜକୁମାରଙ୍କ ଦ୍ୱାରା ଏହି ଜମି ଦଖଲ ହୋଇଥିଲେ। ରାଜସ୍ୱ ଅଧିକାରୀ ଭାନୁ ପ୍ରତାପ ସିଂହ ଏହି ସିଣ୍ଡିକେଟର ଏକ ଅଂଶ ଭାବରେ ଅନେକ ସରକାରୀ ଜମି ଦଲିଲ ହେରଫେର କରିବାରେ ସାହାଯ୍ୟ କରୁଥିଲେ। ୩୩ ଜଣ ସାକ୍ଷୀଙ୍କଠାରୁ ବିବୃତ୍ତି ସଂଗ୍ରହ କରି ହଜାର ହଜାର ପୃଷ୍ଠାର ଦଲିଲ ଜବତ କରାଯାଇଥିବା ଇଡି କହିଛି।

ପ୍ରକାଶ ଥାଉ କି, ଗତ ଜାନୁଆରୀ ୩୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜମି ଦୁର୍ନୀତି ଅଭିଯୋଗରେ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା। ଏହି ସମୟରେ ଇଡି ସୋରେନଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ୩୬ ଲକ୍ଷ ନଗଦ ଟଙ୍କା ଏବଂ ବିଏମଡବ୍ଲୁ କାର ଜବତ କରିଥିଲା। ମାମଲାରେ ଏପର୍ଯ୍ୟନ୍ତ ହେମନ୍ତ ସୋରେନ ଏବଂ ପୂର୍ବତନ ରାଞ୍ଚି ଡିସି, ଆଇଏଏସ୍ ଅଧିକାରୀ ଛବି ରଞ୍ଜନଙ୍କ ସମେତ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ହେମନ୍ତ ସୋରେନ କିନ୍ତୁ ଇଡିର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଇଡିର କାର୍ଯ୍ୟାନୁଷ୍ଠାନ ଉଦ୍ଦେଶ୍ୟ ପ୍ରଣୋଦିତ, ଶାସକ ବିଜେପି କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାର ଅପବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି।  

Hemant Soren Enforcement Directorate Land Dispute
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe